ଜଳସମ୍ପଦକୁ ବିପଦ ରାଜ୍ୟ ସରକାର : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଳସମ୍ପଦ ସଂକ୍ରାନ୍ତ ନୀତି ଆୟୋଗଙ୍କ ରିପୋର୍ଟ ଆଧାରରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ଜଳସମ୍ପଦକୁ ବିପଦ ବୋଲି କଂଗ୍ରେସ ଅଭିଯୋଗ କରିଛି। ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନବୀନ ପଟ୍ଟନାୟକଙ୍କ ସରକାରର ଜଳ ପରିଚାଳନା ଓ ଜଳସମ୍ପଦ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି। ନୀତି ଆୟୋଗଙ୍କ ପକ୍ଷରୁ […]

congress

congress

Manoranjan Sial
  • Published: Saturday, 24 August 2019
  • Updated: 24 August 2019, 07:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଳସମ୍ପଦ ସଂକ୍ରାନ୍ତ ନୀତି ଆୟୋଗଙ୍କ ରିପୋର୍ଟ ଆଧାରରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ଜଳସମ୍ପଦକୁ ବିପଦ ବୋଲି କଂଗ୍ରେସ ଅଭିଯୋଗ କରିଛି।

ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନବୀନ ପଟ୍ଟନାୟକଙ୍କ ସରକାରର ଜଳ ପରିଚାଳନା ଓ ଜଳସମ୍ପଦ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି। ନୀତି ଆୟୋଗଙ୍କ ପକ୍ଷରୁ ପ୍ରକାଶିତ ସମନ୍ୱିତ ଜଳ ପରିଚାଳନା ସାରଣୀ ବା ସିଡବ୍ଲ୍ୟୁଏମଆଇ ରିପୋର୍ଟରେ ୧୭ଟି ଅଣହିମାଳୟ ରାଜ୍ୟ ମଧ୍ୟରୁ ଓଡ଼ିଶାର ପ୍ରଦର୍ଶନ ସବୁଠାରୁ ଖରାପ ବୋଲି ଦର୍ଶାଯାଇଛି। ମୋଟ୍ ୧୭ଟି ରାଜ୍ୟ ମଧ୍ୟରୁ ଓଡ଼ିିଶାର ସ୍ଥାନ ୧୪ ନମ୍ବରକୁ ଖସି ଯାଇଛି। ୨୦୧୫-୧୬ ରିପୋର୍ଟରେ ରାଜ୍ୟର ସ୍ଥାନ ୯ ନମ୍ବର ଥିବାବେଳେ ୨୦୧୬-୧୭ରେ ୪ଟି ସ୍ଥାନ ତଳକୁ ଖସି ୧୩ ନମ୍ବରରେ ପହଂଚିଥିଲା। ୨୦୧୭-୧୮ ରିପୋର୍ଟରେ ଓଡ଼ିଶା ଆହୁରି ଗୋଟିଏ ସ୍ଥାନ ତଳକୁ ଖସି ୧୪ ନମ୍ବରରେ ପହଂଚିଛି। ନୀତି ଆୟୋଗ ରିପୋର୍ଟରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ତଳକୁ ଖସିବା ହାର ୭.୨୭ ପ୍ରତିଶତ, ଯାହାକି ସର୍ବାଧିକ। ନୀତି ଆୟୋଗଙ୍କ ଏହି ରିପୋର୍ଟ ବାସ୍ତବରେ ରାଜ୍ୟ ସରକାରଙ୍କ ମୁଖା ଖୋଲି ଦେଇଛି। ମହାନଦୀ ଓ ଜଳସମ୍ପଦର ପରିଚାଳନାକୁ ନେଇ ନବୀନବାବୁ ଓ ତାଙ୍କ ସରକାର ସଂକଳ୍ପର ଯେଉଁ ପ୍ରଚାର ଚଳାଇଛନ୍ତି ଏସବୁ କେବଳ ବିଫଳତାକୁ ଲୁଚାଇବା ପାଇଁ ବାହାସ୍ପୋଟ ବୋଲି କଂଗ୍ରେସ କହିଛି।

ଆହୁରି ଉଦବେଗଜନକ ବିଷୟ ହେଲା ଯେ, ପ୍ରାୟ ୯୦ ପ୍ରତିଶତ ରାଜ୍ୟ ଜଳାଶୟ, ନଦୀନାଳ ବେଆଇନ୍ ଅଧିଗ୍ରହଣକୁ ରୋକିବା ପାଇଁ ଆଇନ୍ ଲାଗୁ କରିସାରିଥିବାବେଳେ ଓଡ଼ିଶା ସରକାର ଏଯାଏଁ ଜଳାଶୟଗୁଡ଼ିକର ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ଆଇନ୍ ଆଣୁ ନାହାନ୍ତି କାହିଁକି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି। ଆଇନ୍ ନଆଣି ଶିଳ୍ପପତି ଓ ମାଫିଆମାନଙ୍କୁ ଜଳାଶୟ, ନଦୀନାଳର ଜବରଦଖଲରେ ରାଜ୍ୟ ସରକାର ସହାୟତା କରୁଛନ୍ତି ବୋଲି ଶ୍ରୀ ନାୟକ ଅଭିଯୋଗ ଆଣିଛନ୍ତି। ୨୦୦୦ ମସିହାରୁ ପ୍ରାୟ ୧୫ ବର୍ଷ ମୁଖ୍ୟମନ୍ତ୍ରୀ ନିଜ ପାଖରେ ଜଳସମ୍ପଦ ବିଭାଗକୁ ରଖିଛନ୍ତି। ନୀତି ଆୟୋଗ ରିପୋର୍ଟରେ ଓଡ଼ିିଶା ସରକାରଙ୍କର ଯେଉଁ ବିଫଳତାର ପ୍ରମାଣ ଦିଆଯାଇଛି ତା’ର ଉତ୍ତରଦାୟିତ୍ୱ ନବୀନ ସରକାର ନିଅନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos