ବଢ଼ିଚାଲିଛି ଅପରାଧ ଓ ହିଂସା, ନବୀନ କହିଲେ ପରିସ୍ଥିତି ଶାନ୍ତିପୂର୍ଣ୍ଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ରମାଗତ ଭାବେ ଅପରାଧ ବଢ଼ିଚାଲିଛି। ହତ୍ୟା, ଦୁଷ୍କର୍ମ, ଲୁଟ୍ ଓ ଡକାୟତି ସବୁକିଛି ବଢ଼ିବାରେ ଲାଗିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦାବିଷ୍ଣୁ ସାଜିଛନ୍ତି। ଚିରାଚରିତ ଢଙ୍ଗରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଅନେକାଂଶରେ ଶାନ୍ତିପୂର୍ଣ୍ଣ ଅଛି ବୋଲି ଶ୍ରୀ ପଟ୍ଟନାୟକ ଆଜି ପୁଣିଥରେ ଦୋହରାଇଛନ୍ତି। ବିରୋଧୀ କଂଗ୍ରେସ ସଭ୍ୟମାନଙ୍କ ଜିଦ ଏବଂ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ପଟ୍ଟନାଇକିଆ ଛକରେ ଟ୍ରିପଲ ମର୍ଡର ଘଟଣା ଉପରେ ଆଜି […]

NAVEEN-PATNAIK-MAKES-STATEMENT-IN-THE-HOUSE-ON-TRIPLE-MURDER-INCIDENT

Manoranjan Sial
  • Published: Tuesday, 16 July 2019
  • Updated: 16 July 2019, 09:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ରମାଗତ ଭାବେ ଅପରାଧ ବଢ଼ିଚାଲିଛି। ହତ୍ୟା, ଦୁଷ୍କର୍ମ, ଲୁଟ୍ ଓ ଡକାୟତି ସବୁକିଛି ବଢ଼ିବାରେ ଲାଗିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦାବିଷ୍ଣୁ ସାଜିଛନ୍ତି। ଚିରାଚରିତ ଢଙ୍ଗରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଅନେକାଂଶରେ ଶାନ୍ତିପୂର୍ଣ୍ଣ ଅଛି ବୋଲି ଶ୍ରୀ ପଟ୍ଟନାୟକ ଆଜି ପୁଣିଥରେ ଦୋହରାଇଛନ୍ତି।

ବିରୋଧୀ କଂଗ୍ରେସ ସଭ୍ୟମାନଙ୍କ ଜିଦ ଏବଂ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ପଟ୍ଟନାଇକିଆ ଛକରେ ଟ୍ରିପଲ ମର୍ଡର ଘଟଣା ଉପରେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁରୀ ଜିଲ୍ଲାର ପଟ୍ଟନାଇକିଆ ଛକ ନିକଟରେ ହୋଇଥିବା ଟ୍ରିପଲ ମର୍ଡରକୁ ଦୁଭାର୍ଗ୍ୟଜନକ ଘଟଣା ବୋଲି କହିଛନ୍ତି। ସତ୍ୟବାଦୀ ପୁଲିସ ଥାନାରେ ଏନେଇ ଏଫଆଇଆର ରୁଜୁ ହୋଇଛି। ପୁଲିସ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୬ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପ୍ରୟାସ କରୁଛି। ସେଠାରେ ଶାନ୍ତିଶୃଙ୍ଖଳା ରକ୍ଷା ଓ ପୀଡ଼ିତ ପରିବାରକୁ ସୁରକ୍ଷା ଯୋଗାଇ ଦେବାପାଇଁ ଆବଶ୍ୟକ ପରିମାଣର ଫୋର୍ସ ମୁତୟନ କରାଯାଇଛି। ଦୀର୍ଘଦିନର ଜମିବିବାଦ ଯୋଗୁ ଏହି ଟ୍ରିପଲ ମର୍ଡର ହୋଇଛି। ମୃତକମାନେ ଓ ହତ୍ୟା ଅଭିଯୁକ୍ତମାନେ ପରସ୍ପରର ଦୂର ସମ୍ପର୍କୀୟ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ରାଜ୍ୟରେ ସଂଗଠିତ ଅପରାଧରେ ସମ୍ପୃକ୍ତ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିୟମିତ ଅଭିଯାନ ଜାରି ରହିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଅନେକ ପରିମାଣରେ ଶାନ୍ତିପୂର୍ଣ୍ଣ ରହିଛି। ରାଜ୍ୟରେ ନକ୍ସଲ ଉପଦ୍ରବ ସମସ୍ୟାରେ ବ୍ୟାପକ ସୁଧାର ଆସିଛି। ନିକଟରେ ଶାନ୍ତିପୂର୍ଣ୍ଣ ଭାବେ ସାଧାରଣ ନିର୍ବାଚନ ଶେଷ ହୋଇଛି। ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖି ସମସ୍ତ ନାଗରିକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ ୨୦୦୦ ମସିହାରୁ ଗୃହ ବିଭାଗକୁ ନିଜ ଦାୟିତ୍ୱରେ ରଖିଥିଲେ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବାରେ ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସକ୍ଷମ ହୋଇନାହାନ୍ତି। ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ୧୭,୫୨୮ଟି ଦୁଷ୍କର୍ମ ଓ ୧୩,୨୪୬ଟି ହତ୍ୟା ହୋଇଛି ବୋଲି ରାଜ୍ୟ ସରକାର ନିଜେ ସ୍ୱୀକାର କରିଛନ୍ତି। ୨୦୧୦ ମସିହାରୁ ୨୦୧୯ ମେ’ ମାସ ମଧ୍ୟରେ ରାଜ୍ୟରେ ଏଟିକି ସଂଖ୍ୟକ ଅପରାଧ ହୋଇଛି। ଚଳିତବର୍ଷ ମେ’ ମାସ ସୁଦ୍ଧା ରାଜ୍ୟରେ ୯୩୭ଟି ଦୁଷ୍କର୍ମ ମାମଲା ଓ ୫୬୩ଟି ହତ୍ୟା ମାମଲା ରେକର୍ଡ କରାଯାଇଛି। ୨୦୧୦ ମସିହାରେ ରାଜ୍ୟରେ ମୋଟ ଅପରାଧ ସଂଖ୍ୟା ୬୮,୫୦୮ ଥିବାବେଳେ ଏହା କ୍ରମାଗତ ଭାବେ ବୃଦ୍ଧି ପାଇ ୨୦୧୮ରେ ୧ଲକ୍ଷ ୭ହଜାର ୪୦୮ରେ ପହଞ୍ଚିଛି। ଏହାସତ୍ତେ୍ୱ ବି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସଫେଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story