ନବୀନଙ୍କ ଆଉ ଏକ ଚକମା, ମନ୍ତ୍ରୀଙ୍କୁ ମାଗିଲେ ମାସିକିଆ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚମ ପାଳି ସରକାର ଗଠନର ୫ଦିନ ନପୂରୁଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ଚକମା ଦେଖାଇଛନ୍ତି। ଅତିକମରେ ମାସକୁ ୪ଦିନ ଜିଲ୍ଲା ଗସ୍ତରେ ଯିବା ପାଇଁ ନବୀନ ୨୦୧୫ ଅକ୍ଟୋବର ମାସରେ ଦେଇଥିବା ନିର୍ଦ୍ଦେଶକୁ ତାଙ୍କର ମନ୍ତ୍ରୀମାନେ ଫୁ’ରେ ଉଡ଼ାଇ ଦେବାପରେ ଏବେ ପରିବର୍ତ୍ତିତ ଢଙ୍ଗରେ ସେହି ଫର୍ମୂଲାକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ ସରକାରଙ୍କ […]

naveen-patnaik-s-latest-publicity-stunt-asks-ministers-to-file-monthly-progress-reports

naveen-patnaik-s-latest-publicity-stunt-asks-ministers-to-file-monthly-progress-reports

Manoranjan Sial
  • Published: Tuesday, 04 June 2019
  • Updated: 04 June 2019, 08:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚମ ପାଳି ସରକାର ଗଠନର ୫ଦିନ ନପୂରୁଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ଚକମା ଦେଖାଇଛନ୍ତି। ଅତିକମରେ ମାସକୁ ୪ଦିନ ଜିଲ୍ଲା ଗସ୍ତରେ ଯିବା ପାଇଁ ନବୀନ ୨୦୧୫ ଅକ୍ଟୋବର ମାସରେ ଦେଇଥିବା ନିର୍ଦ୍ଦେଶକୁ ତାଙ୍କର ମନ୍ତ୍ରୀମାନେ ଫୁ’ରେ ଉଡ଼ାଇ ଦେବାପରେ ଏବେ ପରିବର୍ତ୍ତିତ ଢଙ୍ଗରେ ସେହି ଫର୍ମୂଲାକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିଷ୍ପତ୍ତି ନେଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବେ କାର୍ଯ୍ୟକାରୀ କରିବା ଦିଗରେ ମନ୍ତ୍ରୀମାନେ କ’ଣ ପଦକ୍ଷେପ ନେଇଛନ୍ତି, ସେ ସମ୍ପର୍କରେ ପ୍ରତିମାସ ୭ତାରିଖ ପୂର୍ବରୁ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀମାନଙ୍କୁ ପ୍ରତିମାସରେ ଏଭଳି ରିପୋର୍ଟ ଦେବାକୁ ପଡ଼ିବ। ଆସନ୍ତାମାସ ୭ତାରିଖ ମଧ୍ୟରେ ମନ୍ତ୍ରୀମାନେ ନିଜର ପ୍ରଥମ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ।

ମେ’ ୨୯ରେ ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ମନ୍ତ୍ରିମଣ୍ଡଳର ବୈଠକ ଡାକି ନିର୍ବାଚନ ସମୟରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ତଥା ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରିଥିଲେ। ଏହି ଦିନ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜର ମନ୍ତ୍ରିପରିଷଦ ସହଯୋଗୀମାନଙ୍କୁ ଉକ୍ତ ପ୍ରତିଶ୍ରୁତିଗୁଡ଼ିକର ସଫଳ ରୂପାୟନ ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ବର୍ଷକ ପରେ ଲୋକଙ୍କୁ ମଧ୍ୟ ଉକ୍ତ ପ୍ରତିଶ୍ରୁତିର ସଫଳ ରୂପାୟନ ସମ୍ପର୍କରେ ଅବଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଟିମୱାର୍କ, ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟ୍ରାନ୍ସଫରମେସନ୍ ଓ ଟାଇମ୍ ମାଧ୍ୟମରେ ଏକ ଗତିଶୀଳ ପ୍ରଶାସନିକ ମଡେଲ ଉପରେ ଗୁରୁତ୍ୱ ଦେଇଥିଲେ। ଦାରିଦ୍ର‌୍ୟ ଦୂରୀକରଣ, ବିକାଶ ଓ ଅଭିବୃଦ୍ଧିରେ ମହିଳାଙ୍କ ସମାନ ଭାଗିଦାରୀ,ଦୁର୍ବଳ ଶ୍ରେଣୀର ଲୋକଙ୍କ ବିକାଶ ଓ ଯୁବକଙ୍କ ସ୍ୱପ୍ନର ସଫଳ ରୂପାୟନ ମାଧ୍ୟମରେ ଏକ ସଶକ୍ତ ଓଡ଼ିଶା ଗଠନ କରିବା ଦିଗରେ କାର୍ଯ୍ୟ କରିବାକୁ ନବୀନ ନିଜର ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଅନ୍ୟପକ୍ଷରେ, ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏହି ମାସିକିଆ ରିପୋର୍ଟ ତଲବର କାର୍ଯ୍ୟକାରିତା ଓ ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଲାଣି। କାରଣ ଏବେ ଯେଉଁ ମନ୍ତ୍ରୀମାନେ ଅଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର କାର୍ଯ୍ୟଦକ୍ଷତା ଉପରେ ବି ସାଧାରଣରେ ସନ୍ଦେହ ରହିଛି। ମୁଖ୍ୟମନ୍ତ୍ରୀ ମାସିକିଆ ରିପୋର୍ଟ ମାଗିଥିବାରୁ ସେମାନେ ଉପରଠାଉରିଆ ଭାବେ ଏସବୁ କାର୍ଯ୍ୟ ବିଭାଗୀୟ ସଚିବ କିମ୍ବା ଅତିରିକ୍ତ ସଚିବଙ୍କ ଦ୍ୱାରା ସମ୍ପନ୍ନ କରିବାରେ ନିଜକୁ ସୀମିତ ରଖିବାକୁ ବାଧ୍ୟ ହେବେ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମନ୍ତ୍ରୀମାନେ ଫୁ’ କରିଦେଇଥିବାର ନଜିର ରହିଛି।

ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୧୫ ମସିହା ନଭେମ୍ବର ପହିଲାରୁ ପ୍ରତ୍ୟେକ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ ସରକାରଙ୍କ ଉନ୍ନୟନ ଓ ଲୋକାଭିମୁଖୀ ଯୋଜନା ଓ କାର୍ଯ୍ୟକ୍ରମର ତଦାରଖ ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଅତିକମରେ ୪ଦିନ ଜିଲ୍ଲାରେ ବିତାଇବାକୁ ମଧ୍ୟ ତାଗିଦ୍ କରିଥିଲେ। କିନ୍ତୁ ତାହା ଗୋଟିଏ କି ଦୁଇମାସ ପାଳନ କରିବା ବି ସମ୍ଭବପର ହୋଇପାରିନଥିଲା। ଓଲଟା ମନ୍ତ୍ରୀମାନଙ୍କୁ କଳାପତାକା ଓ ଅଣ୍ଡାମାଡ଼ ଖାଇବାକୁ ପଡ଼ିଲା। ଏବେ ଆଗକୁ ପାଟକୁରା ଓ ବିଜେପୁର ଉପନିର୍ବାଚନ ସହ ପୌର ନିର୍ବାଚନ ହେବାକୁ ଥିବାରୁ ମୁଖ୍ୟମନ୍ତ୍ରୀ ପୁଣିଥରେ ଏଭଳି ‘ଚକମା’ ଦେଖାଇଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos