ମୋଦି-ନବୀନ ସାକ୍ଷାତ: ଉପରେ ପଡ଼ି ପ୍ରେମ ନିବେଦନ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ବିପୁଳ ଜନାଦେଶ ସହ କେନ୍ଦ୍ରରେ ପୁଣିଥରେ ସରକାର ଗଢ଼ିବା ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଆଜି ସାକ୍ଷାତ କରିଛନ୍ତି। କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନଙ୍କ ନେତୃତ୍ୱରେ ସରକାର ଗଠନ ପରେ ପ୍ରଥମଥର ପାଇଁ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଏହି ସାକ୍ଷାତ ରାଜନୀତିକ ମହଲରେ ପ୍ରସଙ୍ଗବିହୀନ ହୋଇପଡ଼ିଛି। ଯଦିଓ କିଛି ଗଣମାଧ୍ୟମ ମୋଦି-ନବୀନ ସାକ୍ଷାତର ରାଜନୀତିକ ଗୁରୁତ୍ୱ […]

naveen-patnaiks-meeting-with-pm-modi-lacklustre-and-bereft-of-political-importance

Manoranjan Sial
  • Published: Tuesday, 11 June 2019
  • Updated: 11 June 2019, 09:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ବିପୁଳ ଜନାଦେଶ ସହ କେନ୍ଦ୍ରରେ ପୁଣିଥରେ ସରକାର ଗଢ଼ିବା ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଆଜି ସାକ୍ଷାତ କରିଛନ୍ତି। କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନଙ୍କ ନେତୃତ୍ୱରେ ସରକାର ଗଠନ ପରେ ପ୍ରଥମଥର ପାଇଁ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଏହି ସାକ୍ଷାତ ରାଜନୀତିକ ମହଲରେ ପ୍ରସଙ୍ଗବିହୀନ ହୋଇପଡ଼ିଛି। ଯଦିଓ କିଛି ଗଣମାଧ୍ୟମ ମୋଦି-ନବୀନ ସାକ୍ଷାତର ରାଜନୀତିକ ଗୁରୁତ୍ୱ କଥା ଉଠାଇଛନ୍ତି, ବାସ୍ତବପକ୍ଷେ ଏହି ସାକ୍ଷାତ ସଂଘୀୟ ବ୍ୟବସ୍ଥାରେ କେବଳ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଇପାରେ। ଆଉ ରାଜନୀତିକ ଦୃଷ୍ଟିକୋଣରୁ ଏହା ମୋଦିଙ୍କ ପ୍ରତି ନବୀନଙ୍କର ‘ଉପରେ ପଡ଼ି ପ୍ରେମ ନିବେଦନ’ ଭଳି ହୋଇଥିବା ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ମଧ୍ୟରେ ଆଜି ପ୍ରାୟ ୧୦ମିନିଟର ଏକ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ହୋଇଥିଲା। ଏହି ସାକ୍ଷାତ ବେଳେ କୌଣସି ପ୍ରକାରର ରାଜନୀତିକ ବିଷୟବସ୍ତୁ ସ୍ଥାନ ପାଇନଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ମୋଦି ଓ ନବୀନ ପରସ୍ପରକୁ ସରକାର ଗଠନ ପାଇଁ ଶୁଭକାମନା ଓ ଅଭିନନ୍ଦନ ଜଣାଇବା ସହ ରାଜ୍ୟର ‘ଫୋନି’ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ଆଲୋଚନାର ମୁଖ୍ୟ ବିଷୟବସ୍ତୁ ‘ଫୋନି’ ପୁନରୁଦ୍ଧାର ମଧ୍ୟରେ ସୀମିତ ଥିବାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାକୁ ନିର୍ଦ୍ଧିଷ୍ଟ ଅବଧି ପାଇଁ ‘ସ୍ୱତନ୍ତ୍ର ଫୋକସ ରାଜ୍ୟ’ର ମାନ୍ୟତା ସହ ଆର୍ଥିକ ସହାୟତା, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ନିମନ୍ତେ ‘ପ୍ରାକୃତିକ ବିପର୍ଯ୍ୟୟ’କୁ ଏକ ମାନଦଣ୍ଡ ଭାବେ ବିଚାର କରିବା, କୋଇଲା ରୟାଲଟିକୁ ୧୪%ରୁ ୨୦%କୁ ବୃଦ୍ଧି, ଫୋନି ପୁନରୁଦ୍ଧାର ପାଇଁ ଏନଡିଆରଏଫରୁ ୫୨୨୮କୋଟି ଟଙ୍କା ସହାୟତା ଦେବାକୁ ଅନୁରୋଧ କରିଛନ୍ତି।

ତେବେ ଏହି ଅନୁରୋଧ ମଧ୍ୟରେ ନବୀନ ଓ ତାଙ୍କ ନେତୃତ୍ୱାଧୀନ ବିଜେଡି ଆଗାମୀ ଦିନରେ ‘କେନ୍ଦ୍ରୀୟ ଅବହେଳା’ର ସ୍ୱରକୁ ସୁବିଧା ମୁତାବକ ଉଠାଇବାର ମାର୍ଗକୁ ଖୋଲା ରଖିଛି। ରାଜ୍ୟରେ ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟ ଆସୁଥିବାରୁ ନବୀନ ଅତ୍ୟନ୍ତ ଚତୁରତାର ସହ ଏହି ପ୍ରସଙ୍ଗକୁ ଉଠାଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ କେବଳ ଓଡ଼ିଶା ନୁହେଁ ନିୟମିତ ଭାବେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଭଳି ସମୁଦ୍ରତଟବର୍ତ୍ତୀ ରାଜ୍ୟଗୁଡ଼ିକ ସମ୍ମୁଖୀନ ହେଉଛନ୍ତି। ତେଣୁ ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନଦଣ୍ଡରେ ‘ପ୍ରାକୃତିକ ବିପର୍ଯ୍ୟୟ’କୁ ସାମିଲ କରିବା ସଂଘୀୟ ସରକାର ପକ୍ଷରେ ସମ୍ଭବପର ହେବନି। ଅନ୍ୟପକ୍ଷେ, କେନ୍ଦ୍ର ସରକାର ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖୀନ ହେଉଥିବା ରାଜ୍ୟଗୁଡ଼ିକର ବିପର୍ଯ୍ୟୟ ପାଣ୍ଠିରେ ରାଜ୍ୟର ଅଂଶଧନକୁ ୧୦ ପ୍ରତିଶତରେ ସୀମିତ ରଖି ୯୦ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ବହନ କରିବ ବୋଲି ଘୋଷଣା କରିସାରିଛନ୍ତି।

ସେହିପରି ସାଧାରଣ ନିର୍ବାଚନରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ପ୍ରସଙ୍ଗ ଉଠାଇଥିବା ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ କିନ୍ତୁ ଆଜି ନିଜ ସ୍ୱର ପରିବର୍ତ୍ତନ କରି ‘ସ୍ପେଶାଲ ଫୋକସ୍ ଷ୍ଟେଟ’ ଭାବେ ନିର୍ଦ୍ଧିଷ୍ଟ ଅବଧି ପାଇଁ ଆର୍ଥିକ ସହାୟତା ଦାବି କରିଛନ୍ତି। ତେବେ ଖଣିଜ ସମ୍ପଦ ଓ ସୁଦୀର୍ଘ ସମୁଦ୍ର ବେଳାଭୂମି ଥିବା ଓଡ଼ିଶାକୁ ଗତ ୨୦ବର୍ଷ ଧରି ଶାସନ କରୁଥିବା ନବୀନ ରାଜ୍ୟକୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବାର ମାର୍ଗ ଏପର୍ଯ୍ୟନ୍ତ ପ୍ରଶସ୍ତ କରିପାରିନାହାନ୍ତି। ୪୫୦କିମିର ବେଳାଭୂମିରେ ପର୍ଯ୍ୟଟନ ଭିତ୍ତିଭୂମିକୁ ବିକଶିତ କରି ନବୀନ ରାଜ୍ୟ ପାଇଁ ବିପୁଳ ପୁଞ୍ଜିନିବେଶ ସଂଗ୍ରହ କରିବାର ସୁଯୋଗ ମଧ୍ୟ ଏପର୍ଯ୍ୟନ୍ତ ସୃଷ୍ଟି କରିବାରେ ସଫଳ ହୋଇନାହାନ୍ତି।

ସେହିପରି ‘ଫୋନି’ ବେଳେ କେନ୍ଦ୍ର ସରକାରଙ୍କ ତତ୍ପରତା ଓଡ଼ିଶାବାସୀ ଅନୁଭବ କରିସାରିଛନ୍ତି। ତୁରନ୍ତ ୧୩୮୪କୋଟି ଟଙ୍କାର ସହାୟତା ଦେଇସାରିଥିବା କେନ୍ଦ୍ର ସରକାରଙ୍କ ଉପରେ ଫୋନି ପୁନରୁଦ୍ଧାର ପାଇଁ ଏନଡିଆରଏଫରୁ ୫୨୨୮କୋଟି ଟଙ୍କା ଦାବି କରି ରାଜ୍ୟ ନିଜର ଉତ୍ତରଦାୟିତ୍ୱ ନିଜେ ବହନ କରିବାକୁ ସମର୍ଥ ନୁହେଁ ବୋଲି ସନ୍ଦେଶ ଦେବାକୁ ନବୀନ କୁଣ୍ଠା ବୋଧ କରିନାହାନ୍ତି। ପରୋକ୍ଷରେ ରାଜ୍ୟର ଆର୍ଥିକ ସ୍ଥିତି ଯାହା ସେଥିରେ ‘ଫୋନି’ ପୁନରୁଦ୍ଧାର ପାଇଁ ଆବଶ୍ୟକ ଅର୍ଥ ନାହିଁ ବୋଲି ସେ ଜଣାଇବାକୁ ଚାହିଁଛନ୍ତି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ନବୀନ ପଞ୍ଚମପାଳିରେ କ୍ଷମତାସୀନ ହେବାପରେ ରାଜ୍ୟବାସୀଙ୍କର ଆଶା ଓ ଆକାଂକ୍ଷା ବୃଦ୍ଧି ପାଇବା ସ୍ୱାଭାବିକ। ଏବେ ସେଇ ପୁରୁଣା କଥା ଯଥା କେନ୍ଦ୍ର ଅବହେଳା କିମ୍ବା ଅନ୍ୟ କୌଣସି ଆଳ ଦେଖାଇ ନବୀନ ଆଉ ଖସିଯାଇପାରିବେନି। ନବୀନ ସରକାରଙ୍କ ଆଗରେ ଏବେ ରାଜ୍ୟର ଭଲମନ୍ଦର ଉତ୍ତରଦାୟିତ୍ୱ ମୁଣ୍ଡାଇବାର ବାଧ୍ୟବାଧକତା ରହିଛି। ତା’ଛଡ଼ା ରାଜ୍ୟରେ ନିଜସ୍ୱ ସଂଗଠନକୁ ସକ୍ରିୟ କରୁଥିବା ବିଜେପି ୨୦୨୪ ମସିହାରେ କ୍ଷମତାସୀନ ହେବାର ସ୍ୱପ୍ନ ଦେଖୁଥିବାରୁ ନବୀନଙ୍କ ସହ ରାଜନୀତିକ ଆଲୋଚନା କରି ମୋଦି ପରୋକ୍ଷରେ ନିଜର କର୍ମୀ ଓ ନେତାଙ୍କ ମନୋବଳ ହ୍ରାସ କରିବାକୁ ଚାହିଁବେନି। ତେଣୁ ନିଜର ୨୦ବର୍ଷର ସରକାରରେ ବିଭିନ୍ନ ଦୁର୍ନୀତିର କଳାଚିଠା ପୁଣିଥରେ ଖୋଲିବା ଓ ସିବିଆଇ ତଦନ୍ତ ପୁଣି ଜୋରଦାର ହେବାର ଆଶଙ୍କାରେ ମୋଦିଙ୍କ ପାଖରେ ନବୀନ ‘ଉପରେ ପଡ଼ି ପ୍ରେମ ନିବେଦନ’ ବାଧ୍ୟ ହୋଇଛନ୍ତି। ଜାତୀୟ ପରିଦୃଶ୍ୟରେ ନବୀନଙ୍କ ବିଜେଡିର ସହଯୋଗ ବିନା ମୋଦି ସରକାର ବେଶ୍ ଭଲ ସ୍ଥିତିରେ ଅଛନ୍ତି। ୨୦୨୦ ଏପ୍ରିଲରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପରେ ମୋଦି ସରକାର ଆହୁରି ଭଲ ସ୍ଥିିତିକୁ ଚାଲିଆସିବେ। ତେଣୁ ଏସବୁ ଦୃଷ୍ଟିରୁ ମୋଦି-ନବୀନଙ୍କ ମଧ୍ୟରେ ଆଜିର ଭେଟଘାଟ ରାଜନୀତିକ ଦୃଷ୍ଟିରୁ ବିଶେଷ ଗୁରୁତ୍ୱ ବହନ କରୁନି ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story