୧୧ରେ ମୋଦିଙ୍କୁ ଭେଟିବେ ନବୀନ: କ'ଣ ରହିବ ଏଜେଣ୍ଡା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୧ ତାରିଖରେ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଏହି ଅବସରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ବାତ୍ୟା ମୁକାବିଲା ପାଇଁ ସ୍ଥାୟୀ ପ୍ରତିକାର ଓ ଭିତ୍ତିଭୂମି ନିର୍ମାଣ ଲାଗି ସହାୟତା, ଫୋନି କ୍ଷୟକ୍ଷତି ବାବଦରେ ରାଜ୍ୟ ଦାବି କରିଥିବା ସହାୟତା ଖୁବ୍ ଶୀଘ୍ର ପ୍ରଦାନ, କେନ୍ଦ୍ରୀୟ ବଜେଟ୍‌ରେ ରାଜ୍ୟକୁ ଅଧିକ ଅନୁଦାନ, କୋଇଲା ରୟାଲ୍‌ଟି ସଂଶୋଧନ ଆଦି ଦାବି ସ୍ମାରକପତ୍ର […]

modi

modi

Manoranjan Sial
  • Published: Saturday, 08 June 2019
  • Updated: 08 June 2019, 09:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୧ ତାରିଖରେ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଏହି ଅବସରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ବାତ୍ୟା ମୁକାବିଲା ପାଇଁ ସ୍ଥାୟୀ ପ୍ରତିକାର ଓ ଭିତ୍ତିଭୂମି ନିର୍ମାଣ ଲାଗି ସହାୟତା, ଫୋନି କ୍ଷୟକ୍ଷତି ବାବଦରେ ରାଜ୍ୟ ଦାବି କରିଥିବା ସହାୟତା ଖୁବ୍ ଶୀଘ୍ର ପ୍ରଦାନ, କେନ୍ଦ୍ରୀୟ ବଜେଟ୍‌ରେ ରାଜ୍ୟକୁ ଅଧିକ ଅନୁଦାନ, କୋଇଲା ରୟାଲ୍‌ଟି ସଂଶୋଧନ ଆଦି ଦାବି ସ୍ମାରକପତ୍ର ଜରିଆରେ ଦୋହରାଇ ପାରନ୍ତି ନବୀନ।

ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଟେଲିକମ୍‌ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଥିବାରୁ ତା'ର ପ୍ରଭାବୀ ପ୍ରତିକାର, ଜଳସେଚନ ଓ ପିଇବା ପାଣି ପ୍ରକଳ୍ପ ବାବଦରେ ଅଧିକ ଅନୁଦାନ ପାଇଁ ଦାବି କରିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନ୍ୟ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନ ଭେଟିବାର କାର୍ଯ୍ୟକ୍ରମ ରହିଛି। ୧୫ ତାରିଖରେ ହେବାକୁ ଥିବା ନୀତି ଆୟୋଗର ଗଭର୍ଣ୍ଣିଂ କାଉସିଲ୍ ବୈଠକରେ ନବୀନ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ସେପଟେ ନବୀନଙ୍କ ଗସ୍ତ ପୂର୍ବରୁ ଲୋକସଭା ଉପବାଚସ୍ପତି ପଦ ନେଇ ଚର୍ଚ୍ଚା ପୁଣି ଜୋର୍ ଧରିଛି। ଶିବସେନାର ବିରୋଧ ସତ୍ତ୍ୱେ ବିଜେଡିକୁ ଏହି ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ମୋଦିଙ୍କ ସହ ନବୀନଙ୍କ ସାକ୍ଷାତକାର ସମୟରେ ଉପ-ବାଚସ୍ପତି ପଦ ନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି। ବରିଷ୍ଠ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଏହି ପଦ ମିଳିପାରେ ବୋଲି ମଧ୍ୟ ପାଓ୍ୱାର କରିଡ଼ରରେ ଚର୍ଚ୍ଚା ଲାଗି ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ଏହି ପ୍ରସଙ୍ଗରେ ଆଜି ମାପିଚୁପି ମନ୍ତବ୍ୟ ରଖିଛନ୍ତି।

ନିର୍ବାଚନ ପ୍ରଚାର ବେଳର ତିକ୍ତତାକୁ ଭୁଲି ଉଭୟ ମୋଦି ଓ ନବୀନ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ବଜାୟ ରଖିଛନ୍ତି। କେନ୍ଦ୍ରକୁ ଗଠନମୂଳକ ସହଯୋଗ ରହିବ ବୋଲି ନବୀନ କହିସାରିଛନ୍ତି। ସେପଟେ ରାଜ୍ୟସଭାରେ ମୋଦି ସରକାର ନବୀନଙ୍କ ସହାୟତା ନେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଆଗକୁ ମୋଦି-ନବୀନ ସଂପର୍କ କେଉଁ ରଙ୍ଗ ଓ ରୂପ ଧାରଣ କରୁଛି, ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos