ପଞ୍ଚମପାଳିକୁ ବର୍ଷେ: ବିଫଳତା ଓ ଆତ୍ମପ୍ରଚାରର ବର୍ଷ

ଭୁବନେଶ୍ୱର(ପ୍ରକାଶ ସେଠୀ): ଉପକୂଳ ଓଡ଼ିଶାରେ ସାମୁଦ୍ରିକ ଝଡ଼ ‘ଫନି’ର ତାଣ୍ଡବକୁ ମାସେ ପୁରିନଥିଲେ ବି ଭବ୍ୟ ଶପଥ ସମାରୋହ ଆୟୋଜନ କରି କ୍ରମାଗତ ରାଜ୍ୟ ଶାସନର ନେତୃତ୍ୱ ନେଇଥିବା ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନିଜ ପଞ୍ଚମପାଳି ସରକାରର ଏକବର୍ଷ ପୂରଣ କରୁଛନ୍ତି। ପଂଚମ ପାଳି ଶାସନରେ ଉତ୍ତରଦାୟିତ୍ୱ ଓ ନାଗରିକକେନ୍ଦ୍ରିକ ପ୍ରଶାସନ ଯୋଗାଇବା ହିଁ ତାଙ୍କ ସରକାର ‘ହଲମାର୍କ’ ହେବ ଏବଂ ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧତା […]

aaaaaaaaaaaaaaaaa

aaaaaaaaaaaaaaaaa

Manoranjan Sial
  • Published: Thursday, 28 May 2020
  • Updated: 28 May 2020, 09:17 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ଉପକୂଳ ଓଡ଼ିଶାରେ ସାମୁଦ୍ରିକ ଝଡ଼ ‘ଫନି’ର ତାଣ୍ଡବକୁ ମାସେ ପୁରିନଥିଲେ ବି ଭବ୍ୟ ଶପଥ ସମାରୋହ ଆୟୋଜନ କରି କ୍ରମାଗତ ରାଜ୍ୟ ଶାସନର ନେତୃତ୍ୱ ନେଇଥିବା ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନିଜ ପଞ୍ଚମପାଳି ସରକାରର ଏକବର୍ଷ ପୂରଣ କରୁଛନ୍ତି। ପଂଚମ ପାଳି ଶାସନରେ ଉତ୍ତରଦାୟିତ୍ୱ ଓ ନାଗରିକକେନ୍ଦ୍ରିକ ପ୍ରଶାସନ ଯୋଗାଇବା ହିଁ ତାଙ୍କ ସରକାର ‘ହଲମାର୍କ’ ହେବ ଏବଂ ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧତା ଏବେ କେବଳ ଆତ୍ମପ୍ରଚାର ମଧ୍ୟରେ ସୀମିତ ରହିଯାଇଛି। ପଂଚମ ପାଳି ସରକାରର ଆରମ୍ଭରୁ ରାଜକୋଷ ଉପରେ ଥିବା ଚାପକୁ ଲୁଚାଇବା ପାଇଁ ମଠ-ମନ୍ଦିରରେ ଭଙ୍ଗାଗଢ଼ା ମାଧ୍ୟମରେ ରାଜ୍ୟରେ ବିକାଶର ପ୍ରହେଳିକା ସୃଷ୍ଟି କରିଥିବା ନବୀନ ସରକାର ଫନି,କରୋନା ଓ ଆମ୍ଫନ ମାଡ଼ରେ ଏବେ ଅଣନିଶ୍ୱାସୀ ହୋଇପଡ଼ିଛି। ଘରବାହୁଡ଼ା ପ୍ରବାସୀ ଓ କର୍ମସଂସ୍ଥାନ ହରାଇଥିବା ଯୁବକଯୁବତୀଙ୍କୁ ରାଜ୍ୟରେ କର୍ମନିଯୁକ୍ତି ଦେବା, ଚାଷୀଙ୍କୁ ସହାୟତା,ଶିକ୍ଷା କ୍ଷେତ୍ରରେ ସୁଧାର ସହ ଗ୍ରାମାଞ୍ଚଳରେ ଭିତ୍ତିଭୂମିକୁ ସଜାଡ଼ି ରାଜ୍ୟକୁ ବିକାଶ ପଥରେ ଆଗେଇ ନେବା ଆଗାମୀ ଦିନରେ ସରକାର ପାଇଁ ଚ୍ୟାଲେଞ୍ଜ ହେବ।

ଗତବର୍ଷ ମେ’ ୨୯ରେ କ୍ରମାଗତ ପଞ୍ଚମଥର ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ ହୋଇଥିଲା। ନବୀନଙ୍କ ପ୍ରତି ଲୋକଙ୍କ ମଧ୍ୟରେ ରହିଥିବା ଭରସା ଓ ବିଶ୍ୱାସକୁ ପରଖି ଆରମ୍ଭରୁ ନିଜ ସରକାରକୁ ‘ନାଗରିକକେନ୍ଦ୍ରିକ ଓ ଉତ୍ତରଦାୟୀ’ କରିବେ ବୋଲି ସେ ଘୋଷଣା କରିଥିଲେ । ଏଥିପାଇଁ ବର୍ଷକ ଭିତରେ ‘ମୋ ସରକାର’ ଓ ‘ଫାଇଭ-ଟି’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ଆସ୍ଥାଭାଜନ ହେବାକୁ ଉଦ୍ୟମ କରିଥିଲେ। ନିର୍ବାଚନୀ ବର୍ଷ ଯୋଗୁ ଠପ୍ ପଡ଼ିଥିବା ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ଆଗେଇ ନେବାକୁ ବିଶେଷ ଉଦ୍ୟମ ନକରି ସରକାର ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମେତ ଅନ୍ୟ କେତେକ ପ୍ରମୁଖ ମନ୍ଦିର ଓ କଟକ ବଡ଼ମେଡିକାଲ ପରିସରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ଆଗକୁ ଆସିଥିଲେ। ମଠ-ମନ୍ଦିରର ଭଙ୍ଗାଗଢ଼ାର ବିକାଶ ସହ ତାଳ ଦେଇ ସରକାରକୁ ଲୋକଙ୍କ ନିକଟତର କରାଇବା ପାଇଁ ‘ଫାଇଭ-ଟି’ ଓ ‘ମୋ ସରକାର’ ଭଳି ପ୍ରୟାସକୁ ବେଶ୍ ପ୍ରଚାରପ୍ରସାର ମଧ୍ୟ କରାଇଥିଲେ। କିନ୍ତୁ ବର୍ଷ ଶେଷବେଳକୁ ‘ମୋ ସରକାର’କୁ ନିଜେ ସରକାର ବି ଭୁଲିଗଲେଣି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୧୯ ଅକ୍ଟୋବର ୧୬ତାରିଖରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରି ସମସ୍ତ ବିଭାଗରେ ଏହାକୁ ମାର୍ଚ୍ଚ ୫ତାରିଖ ସୁଦ୍ଧା କାର୍ଯ୍ୟକାରୀ ନିମନ୍ତେ ଟାର୍ଗେଟ୍ ଦେଇଥିଲେ। ମାତ୍ର ଏପର୍ଯ୍ୟନ୍ତ କେବଳ ୨୭ଟି ବିଭାଗରେ ‘ମୋ ସରକାର’ ଲାଗୁ ହୋଇଛି। ବାକି ୧୪ଟି ବିଭାଗରେ ଲାଗୁ ହୋଇପାରିନି ଓ ଏହି ୨୭ଟି ବିଭାଗରେ ‘ମୋ ସରକାର’ର ସୁଫଳ ଏବେ କେବଳ କାଗଜକଲମରେ ସୀମିତ। ସରକାରୀ ପଦାଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଥାନା, ଡାକ୍ତରଖାନା, ବ୍ଲକ ଓ ତହସିଲ ଆଦିରେ ‘ମୋ ସରକାର’ କେବଳ ପ୍ରହସନ ହୋଇ ରହିଯାଇଛି।

ସେହିପରି ‘ଫାଇଭ-ଟି’ ଯଥା- ‘ଟିମ୍ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟ୍ରାନ୍ସର୍ଫମେସନ ଓ ଟାଇମ୍ ଲିମିଟ୍ ’ ନିଜ ସରକାରର ମୁଖ୍ୟ ଆୟୁଧ ବୋଲି କହି ସବୁ ବିଭାଗରେ ଏହାକୁ ସରକାର କାର୍ଯ୍ୟକାରୀ କରାଇଥିଲେ। ଫାଇଭ-ଟି ସଚିବ ଭାବେ ନିଜର ବିଶ୍ୱସ୍ତ ଅଫିସରଙ୍କୁ ମଧ୍ୟ ନିଯୁକ୍ତି ଦେଲେ। କିନ୍ତୁ ‘ଫାଇଭ-ଟି’ ସଚିବଙ୍କ ଜିଲ୍ଲା ଗସ୍ତ କେବଳ ଗଣମାଧ୍ୟମର ଶିରୋନାମା ମଣ୍ଡନ କଲା ସତ, ଗରିବ ଓ ସାଧାରଣ ଲୋକଙ୍କ ଭାଗ୍ୟରେ କୌଣସି ସୁଧାର ହେଲାନି। ସରକାର ଟିମୱାର୍କ ଉପରେ ଗୁରୁତ୍ୱ ଦେଉଥିବାବେଳେ ଏବେ ରାଜ୍ୟ ସରକାରରେ ହାତଗଣତି ଅଫିସରଙ୍କ ଟିମ୍ ହିଁ ସବୁକିଛି ନିଷ୍ପତ୍ତି ନେଉଛନ୍ତି। ରାଜ୍ୟ ଓ ଜିଲ୍ଲାସ୍ତରରେ ପ୍ରଶାସନିକ କାର୍ଯ୍ୟରେ ଟିମୱାର୍କରୁ ନିର୍ବାଚିତ ଲୋକପ୍ରତିନିଧି ଅଘୋଷିତ ଭାବେ ବାଦ୍ ପଡ଼ିଛନ୍ତି।

ଉନ୍ନତମାନର ଟେକ୍ନୋଲୋଜି ସତ୍ତ୍ୱେ ସରକାରଙ୍କ ଅଧିକାଂଶ ବିଭାଗ ଓ ଅଫିସର ନିଜକୁ ଅପଡେଟ୍ କରାଇପାରିନାହାନ୍ତି। ଇ-ଡେସପାଚ୍ ହେଉ କିମ୍ବା ଅଫିସିଆଲ ଟ୍ୱିଟର ଓ ଫେସବୁକ୍ କିମ୍ବା ସୋସିଆଲ ମିଡିଆରେ ଲୋକଙ୍କ ଆପତ୍ତି-ଅଭିଯୋଗ ଶୁଣିବା ଉପରେ ସରକାର ଗୁରୁତ୍ୱ ଦେଉନାହାନ୍ତି। ଟ୍ରାନ୍ସପରେନ୍ସି ଉପରେ ସରକାର ସର୍ବାଧିକ ଗୁୁରୁତ୍ୱ ଦେଉଥିବାବେଳେ ୨୦୧୬ ଓ ୨୦୧୭ ମସିହାର ଏନସିଆରବି ରିପୋର୍ଟରେ ଓଡ଼ିଶାର ସରକାରୀ କର୍ମଚାରୀମାନେ ମହାରାଷ୍ଟ୍ର ପରେ ସର୍ବାଧିକ ଦୁର୍ନୀତିରେ ଲିପ୍ତ ଥିଲେ। ଏପରିକି ୨୦୧୮ ମସିହାରେ ରାଜ୍ୟ ଭିଜିଲାନ୍ସ ମାତ୍ର ୫୧% ମାମଲାରେ ଚାର୍ଜସିଟ୍ ଦାଖଲ କରିଥିବାବେଳେ ବହୁ ସଂଖ୍ୟକ ଦୁର୍ନୀତି ମାମଲା କୋର୍ଟରେ ବିଚାରାଧୀନ ରହିଥିଲା।

‘ଟାଇମ୍ ଲିମିଟ୍ ’ କଥା କହୁଥିବା ସରକାର ରାଜନୀତିକ କାରଣରୁ ପୌର ନିର୍ବାଚନ ଓ ସମବାୟ ନିର୍ବାଚନକୁ ନକରି ଦୀର୍ଘ ଦେଢ଼ବର୍ଷରୁ ଅଧିକ ସମୟ ଧରି ପକାଇ ରଖିଛନ୍ତି।
ସାମଗ୍ରୀ କ୍ରୟରେ ସ୍ୱଚ୍ଛତା ନିମନ୍ତେ ପ୍ରତିଯୋଗିତାମୂଳକ ଟେଣ୍ଡର ଜରୁରୀ ଥିଲେ ବି ଏହି ବ୍ୟବସ୍ଥ୍ଥାକୁ ପଛରେ ପକାଇ ଆଇଏଏସ୍ ଅଫିସରମାନେ ସରକାରଙ୍କ ଗ୍ଲେହାପୁଅ ଭଳି ଯେକୌଣସି ସାମଗ୍ରୀ କିଣିବାକୁ ‘ବ୍ଲାଙ୍କଚେକ୍‌’ ପାଇଛନ୍ତି। କୋଟିକୋଟି ଟଙ୍କାର କୋଭିଡ୍ ପରିଚାଳନା ସାମଗ୍ରୀ କ୍ରୟରେ ଟେଣ୍ଡର ନୁହେଁ ବରଂ ବ୍ଲାଙ୍କଚେକ୍ ମାଧ୍ୟମରେ କିଣାବିକା କରିବାକୁ ସରକାରୀ ଅଫିସରମାନେ ସକ୍ଷମ ହୋଇଥିଲେ ବୋଲି ଆଇଏଏସ୍ ହେମନ୍ତ ଶର୍ମା ନିଜେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ସେହିପରି କୃଷି, ଜଳସେଚନ, ବେକାରୀ ସମସ୍ୟା ଆଦିରେ ଓଡ଼ିଶା ବହୁ ପଛରେ ପଡ଼ିଛି। ରାଜ୍ୟର ଜିଡିପି ହାର ୮% ଥିଲେ ମଧ୍ୟ ଏନଏସଓ ପକ୍ଷରୁ ୨୦୧୯ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ହୋଇଥିବା ସର୍ଭେରେ ଦେଶରେ ସର୍ବାଧିକ ୩୨ପ୍ରତିଶତ ଯୁବକଯୁବତୀ(୧୫-୨୯ବର୍ଷ ବୟସ) ବେକାର ଓଡ଼ିଶାରେ ଅଛନ୍ତି। ଫନିରେ କ୍ଷତିଗ୍ରସ୍ତଙ୍କୁ ଏପର୍ଯ୍ୟନ୍ତ ସହାୟତା ମିଳିନଥିବାବେଳେ ଅମ୍ଫାନରେ କ୍ଷୟକ୍ଷତିର ଶିକାର ହୋଇଥିବା ଲୋକଙ୍କ ଚିହ୍ନଟ ପ୍ରକ୍ରିୟା ଏପର୍ଯ୍ୟନ୍ତ ବି ସରିନି। କରୋନା ମୁକାବିଲାର ସଫଳତା ବଖାଣୁଥିବା ରାଜ୍ୟ ସରକାରଙ୍କ ସବୁ ଅକଲକୁ କ୍ୱାରେଣ୍ଟାଇନ କେନ୍ଦ୍ରର ଅବ୍ୟବସ୍ଥା ହିଁ ଗୁଡୁମ୍ କରିଦେଇଛି।

ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ କହିବା ଅନୁସାରେ, ଏ ସରକାର ୨୦ବର୍ଷ ଧରି କ୍ଷମତାରେ ଅଛି। କେବଳ ଗୋଟିଏ ବର୍ଷର ପ୍ରଦର୍ଶନକୁ ବିଚାରକୁ ନେବା ଅନୁଚିତ୍। ୨୦ବର୍ଷ ଧରି ଦଳ ଭିତରେ ଓ ବାହାରେ ନବୀନ ପଟ୍ଟନାୟକ କେବଳ ଜଣେ ନେତା। ବିରୋଧୀ ନାହାନ୍ତି କି ନିଜ ଦଳ ଭିତରେ କେହି ମୁହଁ ଖୋଲିବାର ନାହିଁ। ଏତେ ସତ୍ୱେ ସରକାରର ସ୍ଥାୟୀ ମୌଳିକ ସମସ୍ୟାଗୁଡ଼ିକୁ ସମାଧାନ ଦିଗରେ ବହୁ ପଛରେ ଅଛି। ଗତ ବର୍ଷକ ମଧ୍ୟରେ କେବଳ ମନ୍ଦିରଗୁଡ଼ିକର ସୌନ୍ଦର୍ଯ୍ୟକରଣ ଓ ଫନି ପୁନରୁଦ୍ଧାର କାର୍ଯ୍ୟକୁ ଛାଡ଼ିଲେ ସରକାର ତ କିଛି କରି ହିଁ ନାହାନ୍ତି। ନିଜର ଅପାରଗତାକୁ ଲୁଚାଇବାକୁ କେବଳ ଆତ୍ମପ୍ରଚାରରେ ବ୍ୟସ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story