ତ୍ରିବେଣୀ କମ୍ପାନୀର ନିର୍ଦ୍ଦେଶକ ଅଶ୍ୱିନୀ ବୈଷ୍ଣବଙ୍କୁ କାହିଁକି ବାଛିଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହ ସାଙ୍ଗେ କଥା ହେଇଛି, ତେଣୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରୁଛି।” ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଦୁଇପଦ ଏବେ ତାଙ୍କର ଅସହାୟତାକୁ ପଦାରେ ପକାଇଛି। ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱକୁ ବିଜେଡି ସମର୍ଥନ କରିବା ପରେ ଦଳ ଭିତରେ ଓ ବାହାରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ଖୋଲାଖୋଲି କିଛି କହିବାକୁ କେହି ଆଗଭର ହେଉନଥିଲେ ବି […]

aswin

aswin

Manoranjan Sial
  • Published: Saturday, 22 June 2019
  • Updated: 22 June 2019, 08:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହ ସାଙ୍ଗେ କଥା ହେଇଛି, ତେଣୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରୁଛି।” ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଦୁଇପଦ ଏବେ ତାଙ୍କର ଅସହାୟତାକୁ ପଦାରେ ପକାଇଛି। ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱକୁ ବିଜେଡି ସମର୍ଥନ କରିବା ପରେ ଦଳ ଭିତରେ ଓ ବାହାରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ଖୋଲାଖୋଲି କିଛି କହିବାକୁ କେହି ଆଗଭର ହେଉନଥିଲେ ବି ବିଜେଡିର କର୍ମୀ ଓ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବା ପଛରେ ନବୀନଙ୍କ ବାଧ୍ୟବାଧକତା ଦଳକୁ ଆଗାମୀ ଦିନରେ ତଳକୁ ତଳକୁ ନେବ ବୋଲି ସେମାନେ ଆଶଙ୍କା କଲେଣି।

ସେହିପରି ରାଜ୍ୟରେ ଅଧ ଡଜନରୁ ଅଧିକ ଖଣିର ଠିକାଦାରୀ ନେଇଥିବା ପ୍ରଭାକରନଙ୍କ କମ୍ପାନୀ ତ୍ରିବେଣୀ ଆର୍ଥ ମୁଭର୍ସର ନିର୍ଦ୍ଦେଶକ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ବି ବିଜେପି ମଧ୍ୟ ରାଜ୍ୟସଭା ପାଇଁ କାହିଁକି ବାଛିଲା ସେ ନେଇ ରାଜ୍ୟ ବିଜେପି ନେତାମାନେ ଦ୍ୱନ୍ଦ୍ୱରେ ରହିଛନ୍ତି। କାରଣ ତ୍ରିବେଣୀର କଳାକାରନାମା ସମ୍ପର୍କରେ ରାଜ୍ୟ ବିଜେପି ନେତାମାନେ ଅନେକ ସମୟରେ ସାମ୍ବାଦିକ ସମ୍ମିଳନୀ କରି ମତ ରଖିସାରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ୨୦୧୧ ଅକ୍ଟୋବରରୁ ଆମେରିକୀୟ ଖଣିଜ ସାମଗ୍ରୀ ପରିବହନ କମ୍ପାନୀ ‘ଜେଇ ଟ୍ରାନ୍ସପୋଟେସନ’ର ପରିଚାଳନା ନିର୍ଦ୍ଦେଶକ(ବାଣିଜ୍ୟ) ରହିଛନ୍ତି। ସେହିପରି ସେ ତ୍ରିବେଣୀ ଆର୍ଥ ମୁଭର୍ସର ସହଯୋଗୀ କମ୍ପାନୀ ତ୍ରିବେଣୀ ପେଲେଟ୍ ପ୍ରାଇଭେଟ୍ ଲିମିଟେଡରେ ନିର୍ଦ୍ଦେଶକ, ବ୍ରାହ୍ମଣୀ ପେଲେଟ୍ ପ୍ରାଇଭେଟ୍ ଲିମିଟେଡରେ ନିର୍ଦ୍ଦେଶକ, ଆଡଲେର ଇଣ୍ଡଷ୍ଟ୍ରିଆଲ ସର୍ଭିସ ପ୍ରାଇଭେଟ୍ ଲିଃରେ ନିର୍ଦ୍ଦେଶକ, କନଡ ନେଟୱାର୍କ ପ୍ରାଃ ଲିଃରେ ନିର୍ଦ୍ଦେଶକ ଅଛନ୍ତି। ତେବେ ଏହି ସମସ୍ତ ୪ଟି କମ୍ପାନୀ ମଧ୍ୟରୁ ତ୍ରିବେଣୀ ଓ ବ୍ରାହ୍ମଣୀ ପେଲେଟ୍ ପ୍ରାଃ ଲିମିଟେଡ୍ ସହ ଶ୍ରୀ ବୈଷ୍ଣବଙ୍କ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି। ଓଡ଼ିଶାରେ ମିନେରାଲ କନସେସନ୍ ରୁଲସ୍- ୩୭କୁ ଉଲ୍ଲଘଂନ କରି ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରୁ ତ୍ରିବେଣୀ ଆର୍ଥ ମୁଭର୍ସ ୯୦୦କୋଟି ଟଙ୍କାର ବେଆଇନ ଖଣି ଖନନ କରିଥିବା ରାଜ୍ୟ ଭିଜିଲାନ୍ସ ଅଭିଯୋଗ ସହ ମାମଲା ରୁଜୁ କରିଥିଲା। ମାତ୍ର ମାମଲାକୁ ଠିକ୍ ଭାବେ ଭିଜିଲାନ୍ସ ନଲଢ଼ିବାରୁ ଏହି କେସ ରିଭିଜନ୍ ଟ୍ରିବ୍ୟୁନାଲରେ ଗୁରୁତ୍ୱ ହରାଇଥିଲା।

ସେହିପରି ଶ୍ରୀ ବୈଷ୍ଣବ ନିର୍ଦ୍ଦେଶକ ଥିବା ବ୍ରାହ୍ମଣୀ ପେଲେଟ୍ ପ୍ରାଃ ଲିଃରେ ଯେଉଁମାନେ ନିର୍ଦ୍ଦେଶକ ଅଛନ୍ତି ସେମାନେ ମୋନେଟ୍ ଇସ୍ପାତ ଓ ଏନର୍ଜି ଏବଂ ଜିନ୍ଦଲ ଷ୍ଟିଲ ଭଳି ବୃହତ୍ କମ୍ପାନୀର ନିର୍ଦ୍ଦେଶକମଣ୍ଡଳୀରେ ମଧ୍ୟ ରହିଛନ୍ତି। ତେଣୁ ଶ୍ରୀ ବୈଷ୍ଣବଙ୍କୁ ବିଜେପି ନିଜର ପ୍ରାର୍ଥୀ କରିଥିଲେ ମଧ୍ୟ ତାଙ୍କର ପ୍ରାର୍ଥୀତ୍ୱ ପଛରେ ଖଣି କମ୍ପାନୀ ଲବିର ପ୍ରଭାବ ଜଳଜଳ ହୋଇ ଦିଶୁଛି। ତୃତୀୟ ମହଲା ସହ ତ୍ରିବେଣୀ ଆର୍ଥ ମୁଭର୍ସର ସମ୍ପର୍କ ମଧ୍ୟ ଶ୍ରୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଦେବାରେ ବେଶ୍ ସହାୟକ ହୋଇଛି ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା ହେଉଛି।

ଏସବୁ ବ୍ୟତୀତ କୋଲ୍ ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ନବୀନଙ୍କ ସମ୍ପୃକ୍ତିକୁ ନେଇ ବିଜେଡି ନେତାମାନେ ଆଶଙ୍କାରେ ଅଛନ୍ତି। କାରଣ ୨୦୧୪ ମାର୍ଚ୍ଚ ୩ ତାରିଖରେ ସିବିଆଇର ତତକାଳୀନ ନିର୍ଦ୍ଦେଶକ ରଞ୍ଜିତ ସିହ୍ନା ରାଜ୍ୟ ସଚିବାଳୟରେ ନବୀନଙ୍କୁ ଭେଟିଥିଲେ। କୋଲ୍ ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ନବୀନଙ୍କୁ ସିବିଆଇ ଜେରା କରିଥିବା ସେତେବେଳେ ବିଜେପି ନେତାମାନେ ଖୋଲାଖୋଲି ଅଭିଯୋଗ କରିଥିଲେ। ମାତ୍ର ୨୦୧୯ ସାଧାରଣ ନିର୍ବାଚନରେ ନବୀନ ନିଜର ନାମାଙ୍କନ ପତ୍ରରେ ସିବିଆଇର ଏହି ମାମଲା ଓ ଜେରା ସମ୍ପର୍କରେ କିଛି ବି ଉଲ୍ଲେଖ କରିନାହାନ୍ତି। କୋଲ୍ ବ୍ଲକ୍ ମାମଲାରେ ସିବିଆଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଜେରା କରିସାରିଥିବାବେଳେ ସେତେବେଳେ କୋଇଲା ଓ ଖଣି ମନ୍ତ୍ରୀ ଥିବା ନବୀନଙ୍କୁ ଯେ ବିଲକୁଲ ଛୁଇଁନଥିବ ତାହା ସହଜରେ ବିଶ୍ୱାସଯୋଗ୍ୟ ନୁହେଁ। ତେଣୁ ନବୀନଙ୍କ ସିବିଆଇ ଭୟ ମଧ୍ୟ ଶ୍ରୀ ବୈଷ୍ଣବଙ୍କ ପ୍ରାର୍ଥୀ ହେବାରେ ସହାୟକ ହୋଇଛି।

ଅନ୍ୟପକ୍ଷେ ଏବେ ମୁଖ୍ୟ ବିରୋଧୀ ଦଳ ହୋଇଥିବା ବିଜେପି ଦଳର ରାଜ୍ୟ ସ୍ତରୀୟ ନେତାଙ୍କ ମନୋବଳକୁ ହ୍ରାସ କରିବା ପାଇଁ ନବୀନ ଶ୍ରୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଦେଇଥିବା ଚର୍ଚ୍ଚା ହେଉଛି। ନିଜର କଟ୍ଟରବିରୋଧୀଙ୍କୁ, ବିଶେଷତଃ ବିଜେଡି ଛାଡ଼ି ବିଜେପିରେ ଥିବା ନେତାମାନଙ୍କୁ ରାଜନୀତିକ ଅନିଶ୍ଚିତତା ମଧ୍ୟରେ ଦବାଇ ରଖିବା ପାଇଁ ନବୀନ ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିବା ବି ଅନ୍ୟ ଏକ କାରଣ ହୋଇପାରେ ବୋଲି କେତେକ ରାଜନୀତିକ ବିଶ୍ଲେଷକ ମତ ଦେଇଛନ୍ତି। ତେବେ ନବୀନ ପ୍ରଥମେ ଅଶ୍ଵିନୀ ବୈଷ୍ଣବଙ୍କୁ ବିଜେଡିର ପ୍ରାର୍ଥୀ ବୋଲି ଘୋଷଣା କରିବା ଓ କିଛି ସମୟ ପରେ କଥା ଓଲଟାଇ ସେ ବିଜେପିର ପ୍ରାର୍ଥୀ ବୋଲି କହିବା ରହସ୍ୟଜନକ ନିଶ୍ଚୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story