ନକ୍ସଲ ଦମ୍ପତି ଗିରଫ; ୧୦୦ରୁ ଅଧିକ ମାମଲାରେ ଜଡ଼ିତ ଥିଲେ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଗୁଡେମ୍‌ରୁ ବିଶାଖାପାଟଣା ଗ୍ରାମାଞ୍ଚଳ ପୁଲିସ୍‌ ଆଜି ହାର୍ଡକୋର ନକ୍ସଲ ଦମ୍ପତିଙ୍କୁ ଗିରଫ କରିଛି।  ସେମାନେ ହେଲେ ବେଳମ ନାରାୟଣ ସ୍ୱାମୀ ଓରଫ ଦାମୋଦର ଏବଂ ତାଙ୍କ ପତ୍ନୀ ଫୁଲମତି ଓରଫ୍ ଗାଙ୍ଗା ମାଢ଼ି। ଦାମୋଦର ମାଲକାନଗିରି ଏରିଆ କମିଟିରେ ଦୀର୍ଘ ଦିନ ଧରି ସଚିବ ଭାବେ କାମ କରୁଥିଲେ। ୨୦୧୧ ମସିହାରୁ ପୁଲିସ୍‌ ଦାମୋଦରଙ୍କୁ ଖୋଜୁଥିଲେ ମଧ୍ୟ ତାଙ୍କର ଟେର ପାଇପାରୁ ନଥିଲା। ପୂର୍ବତନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା […]

mao

mao

Jyoshna Pradhan
  • Published: Thursday, 09 January 2020
  • Updated: 09 January 2020, 11:21 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଗୁଡେମ୍‌ରୁ ବିଶାଖାପାଟଣା ଗ୍ରାମାଞ୍ଚଳ ପୁଲିସ୍‌ ଆଜି ହାର୍ଡକୋର ନକ୍ସଲ ଦମ୍ପତିଙ୍କୁ ଗିରଫ କରିଛି।  ସେମାନେ ହେଲେ ବେଳମ ନାରାୟଣ ସ୍ୱାମୀ ଓରଫ ଦାମୋଦର ଏବଂ ତାଙ୍କ ପତ୍ନୀ ଫୁଲମତି ଓରଫ୍ ଗାଙ୍ଗା ମାଢ଼ି।

ଦାମୋଦର ମାଲକାନଗିରି ଏରିଆ କମିଟିରେ ଦୀର୍ଘ ଦିନ ଧରି ସଚିବ ଭାବେ କାମ କରୁଥିଲେ। ୨୦୧୧ ମସିହାରୁ ପୁଲିସ୍‌ ଦାମୋଦରଙ୍କୁ ଖୋଜୁଥିଲେ ମଧ୍ୟ ତାଙ୍କର ଟେର ପାଇପାରୁ ନଥିଲା। ପୂର୍ବତନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା ଅପହରଣ  ଓ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଆନ୍ଧ୍ର ଯବାନଙ୍କ ଉପରେ ଆକ୍ରମଣ ପରି ୧୦୦ରୁ ଅଧିକ ଘଟଣାରେ ଦାମୋଦର ଜଡ଼ିତ ଥିଲେ। ତେବେ ଦାମୋଦରଙ୍କ ନାଁରେ ୨୦ ଲକ୍ଷର ପୁରସ୍କାର ରାଶି ଥିଲା।

ଅନ୍ୟପକ୍ଷରେ ଦାମୋଦର ମ୍ୟାଲେରିଆ ଜ୍ୱରରେ ପୀଡିତ ଥିବାରୁ ସେ ଏକ ଗାଡ଼ିରେ ଚିକିତ୍ସା ପାଇଁ ବିଶାଖାପାଟଣା ଯାଉଥିଲେ। ପୁଲିସ୍ ଗୁଡେମ୍‌ ନିକଟରେ ଗାଡ଼ିଂ ଚେକିଂ କରୁଥିବା ବେଳେ ଦାମୋଦରଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା ସମୟରେ ସେ ହାର୍ଡକୋର ନକ୍ସଲ ବୋଲି ଜାଣି ପାରି ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos