ଦିନେ ରକ୍ତର ହୋଲି ଖେଳୁଥିଲେ, ଆଜି ବରା ପିଆଜି ବିକୁଛନ୍ତି

ରେଢାଖୋଲ(ରମାକାନ୍ତ ମହାନନ୍ଦ): ଦିନେ ଘଞ୍ଚ ଜଙ୍ଗଲ ଭିତରେ ରକ୍ତର ହୋଲି ଖେଳୁଥିଲେ। ହାତରେ ବନ୍ଧୁକ, ଲ୍ୟାଣ୍ଡ ମାଇନ୍‌ ଧରି ବୁଲୁଥିଲେ। ଆଉ ନକ୍ସଲ ସଙ୍ଗଠନ ମୁଖ୍ୟଙ୍କ ନିର୍ଦ୍ଦେଶରେ ମୈଦାନକୁ ଲମ୍ଫ ମାରୁଥିଲେ। ହେଲେ ସମୟ ଓ ପରିସ୍ଥିତି ବଦଳାଇ ଦେଇଛି ନକ୍ସଲ ଦମ୍ପତିଙ୍କ ଜୀବନର ପଥ। ଦିନେ ଯେଉଁ ହାତରେ ବନ୍ଧୁକ ଓ ଲ୍ୟାଣ୍ଡମାଇନ୍‌ ଧରୁଥିଲେ ଆଜି ସେହି ହାତରେ ଜାଲି ଚଟୁ ଧରି ତିଆରି କରୁଛନ୍ତି ବରା, ପିଆଜି, କାକରା, ସିଙ୍ଗଡା…। ଆଉ ଅତି ନମ୍ର […]

Naxal-Couple

Naxal-Couple

Manoranjan Sial
  • Published: Friday, 01 July 2022
  • Updated: 01 July 2022, 07:27 PM IST

Sports

Latest News

ରେଢାଖୋଲ(ରମାକାନ୍ତ ମହାନନ୍ଦ): ଦିନେ ଘଞ୍ଚ ଜଙ୍ଗଲ ଭିତରେ ରକ୍ତର ହୋଲି ଖେଳୁଥିଲେ। ହାତରେ ବନ୍ଧୁକ, ଲ୍ୟାଣ୍ଡ ମାଇନ୍‌ ଧରି ବୁଲୁଥିଲେ। ଆଉ ନକ୍ସଲ ସଙ୍ଗଠନ ମୁଖ୍ୟଙ୍କ ନିର୍ଦ୍ଦେଶରେ ମୈଦାନକୁ ଲମ୍ଫ ମାରୁଥିଲେ। ହେଲେ ସମୟ ଓ ପରିସ୍ଥିତି ବଦଳାଇ ଦେଇଛି ନକ୍ସଲ ଦମ୍ପତିଙ୍କ ଜୀବନର ପଥ। ଦିନେ ଯେଉଁ ହାତରେ ବନ୍ଧୁକ ଓ ଲ୍ୟାଣ୍ଡମାଇନ୍‌ ଧରୁଥିଲେ ଆଜି ସେହି ହାତରେ ଜାଲି ଚଟୁ ଧରି ତିଆରି କରୁଛନ୍ତି ବରା, ପିଆଜି, କାକରା, ସିଙ୍ଗଡା...। ଆଉ ଅତି ନମ୍ର କଣ୍ଠରେ କହୁଛନ୍ତି କଣ ନେବେ...।

ପୂରା ଘଟଣା ଏମିତି। ସମ୍ୱଲପୁର ଜିଲ୍ଲା ଯୁଯୁମୁରା ଥାନା ମେଘପାଳ ପଞ୍ଚାୟତ ଟାମ୍ପରସିହା ଗାଁର ଟପୋପଡାର ଅମର ମିର୍ଦ୍ଦା। ନକ୍ସଲଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ୨୦୦୨ ମସିହାରେ ସମ୍ୱଲପୁର-ଦେବଗଡ-ସୁନ୍ଦରଗଡ ଡିଭିଜନରେ ସାମିଲ ହୋଇଥିଲେ। ତାଲିମ୍‌ ନେବା ପରେ ନକ୍ସଲଙ୍କ ବିଭିନ୍ନ ଅପରେଶନରେ ସାମିଲ ହୋଇଥିଲେ। ସେଇଠି ତାଙ୍କର ଦେଖା ହୋଇଥିଲା ଆରତୀ ମର୍ଦ୍ଦାଙ୍କ ସହ। ଉଭୟ ରକ୍ତର ହୋଲି ଖେଳୁଥିଲେ। ହେଲେ କେଉଁଠି ନା କେଉଁଠି ପରସ୍ପର ହୃଦୟରେ ସୃଷ୍ଟି ହୋଇଥିଲା ଦୁର୍ବଳତା। ଆଉ ପରସ୍ପରକୁ ଦେଇ ବସିଥିଲେ ମନ। ହେଲେ କହିପାରୁନଥିଲେ। କାରଣ ମନ ଭିତରେ ସଙ୍ଗଠନର ଭୟ ଥିଲା। ପ୍ରେମ କ’ଣ ମାନେ ଭୟ? ଘଞ୍ଚ ଜଙ୍ଗଲ ଭିତରେ ରାତିର ଅନ୍ଧକାରରେ ଉଭୟ ଏକାଠୀ ହେବାକୁ ସ୍ଥିର କରିଥିଲେ। ଆଉ ଭଲ ପାଇ ବାହାହେବା ପାଇଁ ନିଷ୍ପତ୍ତି ନେଇଥିଲେ।

[caption id="attachment_746064" align="aligncenter" width="650"]Amar-and-Arati ନିଜ ଜଳଖିଆ ଦୋକାନରେ ବ୍ୟସ୍ତ ଅଛନ୍ତି ସ୍ୱାମୀ-ସ୍ତ୍ରୀ[/caption]

ଅମର ଓ ଆରତୀଙ୍କ ପ୍ରେମ କାହାଣୀ ସଙ୍ଗଠନ ଭିତରେ ଗୁଞ୍ଜରିତ ହୋଇଥିଲା। କଥା ଯାଇ ପହଞ୍ଚିଲା ସଙ୍ଗଠନ ମୁଖ୍ୟଙ୍କ କାନରେ। ପରେ ଉଭରଙ୍କ ବିବାହ କରାଯାଇଥିଲା। ବିବାହ ପରେ ଉଭୟ ସଙ୍ଗଠନଠାରୁ ଦୂରେଇବାକୁ ଚେଷ୍ଟା କରିଥିଲେ। ଚାଲି ଯାଇଥିଲେ ଝାରଖଣ୍ଡ। ସେଠାରେ ସ୍ୱାମୀ-ସ୍ତ୍ରୀ ଆତ୍ମଗୋପନ କରିଥିଲେ। ୨୦୦୮ ମସିହାରେ ଅମର ବାପା ହୋଇଥିଲେ। ୨୦୦୯ ମସିହା ଆରତୀ ଦ୍ୱିତୀୟ ସନ୍ତାନ ଜନ୍ମ ଦେଇଥିଲେ। ଦୁଇ ପୁଅଙ୍କ ଜନ୍ମ ପରେ ବେଶ୍‌ ଖୁସିରେ ରହୁଥିଲେ ଅମର ଓ ଆରତୀ। ହେଲେ ମନ ଭିତରେ ନକ୍ସଲ ସଙ୍ଗଠନ ଓ ପୁଲିସ୍‌ ପ୍ରତି ଭୟ ରହୁଥିଲା।

Arati୨୦୧୨ ମସିହାରେ ଅମର ଓ ଆରତୀ ସମ୍ୱଲପୁର ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ ପରେ ପୁଲିସ ଉଭୟଙ୍କୁ ଜେଲ୍‌ ପଠାଇ ଦେଇଥିଲା। ୩ ବର୍ଷ ଜେଲ୍‌ ଦଣ୍ଡ ଭୋଗିବା ପରେ ୨୦୧୫ ମସିହାରେ ମୁକୁଳିଲେ ଅମର ଓ ଆରତୀ। ଜେଲ୍‌ରୁ ବାହାରିବା ପରେ ସ୍ୱାମୀ-ସ୍ତ୍ରୀ ଗାଁକୁ ଫେରି ଆସିଥିଲେ। ଅମର ମୂଲ ମଜୁରୀ ଲାଗି ଯାହା ଉପାର୍ଜନ କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର। ଆଉ ଆରତୀ ଘରେ ପିଲାଙ୍କ ଅଳି ଅର୍ଦ୍ଦଳି ବୁଝିଥିଲେ।

ମୂଲ ମଜୁରୀରୁ ସଞ୍ଚୟ କରିଥିବା କିଛି ପଇସା ଖର୍ଚ୍ଚ କରି ଅମର ଓ ଆରତୀ ଗୋଟିଏ ଜଳଖିଆ ଦୋକାନ ଆରମ୍ଭ କଲେ। ସେଠାରେ ସକାଳେ ଓ ସଞ୍ଜ ବେଳେ ତିଆରି କରୁଛନ୍ତି ବିରି ବରା, ବଡ଼ା, ପିଆଜି, ସିଙ୍ଗଡ଼ା, ଗୁପ୍‌ଚୁପ୍‌, ଆଳୁ ଚପ୍‌, ପକୋଡି, ଗୁଗୁନି ଇତ୍ୟାଦି ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ଅମରଙ୍କୁ କାମରେ ସହଯୋଗ କରୁଛନ୍ତି ତାଙ୍କ ପତ୍ନୀ ଆରତୀ। ଜଳଖିଆ ଦୋକାନ ଭଲ ଚାଲିଥିବାରୁ ବେଶ୍‌ ଖୁସିରେ ଅଛନ୍ତି ଦମ୍ପତି।

ଅମର କହିଛନ୍ତି, “ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବାରୁ ଆମକୁ ଛାଡ଼ି ଦେବାର ଥିଲା। ହେଲେ ପୁଲିସ ଆମକୁ ଜେଲ୍‌ ପଠାଇ ଦେଲା। ସେଠାରେ ତିନି ବର୍ଷ ଧରି ରହୁଲୁ। ଆତ୍ମସମର୍ପଣ ସମୟରେ ମିଳିଥିବା ପ୍ରାୟ ଲକ୍ଷେ ଟଙ୍କା ଜେଲ୍‌ରୁ ବାହାରିବା ପାଇଁ ମାମଲା ଲଢ଼ି ଲଢ଼ି ଖର୍ଚ୍ଚ ହୋଇଗଲା। ଜେଲ୍‌ରୁ ବାହାରିବା ପରେ ଆମ ଅବସ୍ଥା ଆହୁରି ଦୟନୀୟ ହୋଇଯାଇଥିଲା। କୁଲି ମଜୁରୀ କରି କିଛି ପଇସା ସଞ୍ଚୟ କରି ଗୋଟିଏ ହୋଟେଲ୍‌ କରିଛି। ସେଇଥିରୁ ଯାହା ଉପାର୍ଜନ ହେଉଛି, ସେଥିରେ ଆମେ ଚଳୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos