ଆସନ୍ତାକାଲି ନାଏବ ସରପଂଚ, ୧୨ରେ ପଂଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ପଂଚାୟତରେ ଆସନ୍ତାକାଲି ନାଏବ ସରପଂଚ ପଦବୀ ଓ ୧୨ତାରିଖରେ ପଂଚାୟତ ସମିତି ଅଧ୍ୟକ୍ଷ ପଦବୀ ନିମନ୍ତେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ୧୩ତାରିଖରେ ସମସ୍ତ ଜିଲ୍ଲା ପରିଷଦ ସଭାପତି ପାଇଁ ମଧ୍ୟ ପରୋକ୍ଷ ନିର୍ବାଚନ ହେବ। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନାଏବ ସରପଂଚ ପଦବୀ ପାଇଁ ଆସନ୍ତାକାଲି ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ, ସାଢ଼େ ୧୧ଟାରେ ନାମାଙ୍କନ […]

Election

Election

Ordigital Desk
  • Published: Thursday, 10 March 2022
  • Updated: 10 March 2022, 10:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ପଂଚାୟତରେ ଆସନ୍ତାକାଲି ନାଏବ ସରପଂଚ ପଦବୀ ଓ ୧୨ତାରିଖରେ ପଂଚାୟତ ସମିତି ଅଧ୍ୟକ୍ଷ ପଦବୀ ନିମନ୍ତେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ୧୩ତାରିଖରେ ସମସ୍ତ ଜିଲ୍ଲା ପରିଷଦ ସଭାପତି ପାଇଁ ମଧ୍ୟ ପରୋକ୍ଷ ନିର୍ବାଚନ ହେବ।

ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନାଏବ ସରପଂଚ ପଦବୀ ପାଇଁ ଆସନ୍ତାକାଲି ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ, ସାଢ଼େ ୧୧ଟାରେ ନାମାଙ୍କନ ପତ୍ର ଯାଂଚ ଓ ୧୨ଟା ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର ହୋଇପାରିବ। ଆସନ୍ତାକାଲି ୧୨ଟାରୁ ୧ଟା ପର୍ଯ୍ୟନ୍ତ ନାଏବ ସରପଂଚ ପାଇଁ ଭୋଟ୍ ଗ୍ରହଣ କରାଯାଇ ତା’ପରେ ସଙ୍ଗେସଙ୍ଗେ ଫଳାଫଳ ଘୋଷଣା କରିବାକୁ ସବୁ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ୧୨ତାରିଖରେ ସମସ୍ତ ପଂଚାୟତ ସମିତିର ଅଧ୍ୟକ୍ଷ ପଦବୀ ପାଇଁ ପରୋକ୍ଷ ନିର୍ବାଚନ ହେବ। ପଂଚାୟତ ସମିତିକୁ ଦଖଲ କରିବା ପାଇଁ ଛକାପଞ୍ଝା ଲାଗିଥିବାବେଳେ ସ୍ଥାନୀୟ ନେତାମାନେ ନିଜ ସମର୍ଥିତ ନିର୍ବାଚିତ ସମିତି ସଭ୍ୟମାନଙ୍କୁ ନେଇ ଅନ୍ୟତ୍ର ଗୋପନୀୟ ସ୍ଥାନରେ ରଖି ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ସେହିପରି ୧୩ତାରିଖରେ ସମସ୍ତ ଜିଲ୍ଲା ପରିଷଦ ସଭାପତି ପଦବୀ ପାଇଁ ପରୋକ୍ଷ ନିର୍ବାଚନ ହେବ । ଜିଲ୍ଲା ପରିଷଦ ସଭାପତି ପଦବୀ ନିମନ୍ତେ ୧୩ତାରିଖ ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ, ସାଢ଼େ ୧୧ଟାରୁ ସାଢ଼େ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଚ ଓ ଅପରାହ୍ନ ୧ଟା ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ଓ ଏକାଧିକ ପ୍ରାର୍ଥୀ ଥିଲେ ଅପରାହ୍ନ ସାଢ଼େ ୧ଟାରୁ ୪ ମଧ୍ୟରେ ଭୋଟଗ୍ରହଣ ହେବ । ଏହାପରେ ଭୋଟଗଣତି ହୋଇ ଫଳାଫଳ ପ୍ରକାଶ କରାଯିବ ।

ତେବେ ଉଭୟ ପଂଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭାପତି ପଦବୀଗୁଡ଼ିକ ପାଇଁ ପରୋକ୍ଷ ନିର୍ବାଚନ ହେଉଥିବାରୁ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ସଭ୍ୟ/ସଭ୍ୟା ଏବଂ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନେ କେହି ଗୃହ ବାହାରକୁ ଯାଇପାରିବେ ନାହିଁ ବୋଲି ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି । ଏହି ନିୟମ ମଧ୍ୟ ପଂଚାୟତ ସମିତି ଉପାଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଉପ ସଭାପତି ପଦବୀ ନିମନ୍ତେ ନିର୍ବାଚନ ପାଇଁ ବି ପ୍ରଯୁଜ୍ୟ । ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ପୁଲିସ ଏସପିମାନଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story