ଗଛରେ ଧକ୍କା ପରେ କାର୍‌ରେ ଲାଗିଲା ନିଆଁ: ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ୪

ନୟାଗଡ଼ା: ନୟାଗଡ଼ରେ ଜଳିଗଲା ଚଳନ୍ତା କାର୍। ନୟାଗଡ଼ ନୂଆଗାଁ ନିକଟରେ ଏକ ଗଛରେ ପିଟି ହୋଇଯିବାରୁ କାରରେ ନିଆଁ ଲାଗି ଯାଇଥିଲା। ଯାହାଦ୍ୱାରା କାର୍‌ରେ ଥିବା ୪ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୪ ଯାତ୍ରୀଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ଥିବା ଜଣାପଡିଛି। ଅଗ୍ନୀଶମ କର୍ମଚାରୀ ଘଟଣାସ୍ଥଳରେ କାରରେ ଥିବା ୪ଜଣଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭତ୍ତିବା ସହିତ ନିଆଁ ଆୟତ୍ତ କରିଥିଲେ। ଆହତମାନେ କଟକ ଜିଲ୍ଲା ଚମ୍ପେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More