ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

କଟକ: ଚିକିତ୍ସାଧୀନ ଅବସ୍ଥାରେ ନୟାଗଡ଼ ଜିଲ୍ଲା ଖଳିପାଟଣା ଗାଁର ଯୋଡ଼ା ପେଟ ଶିଶୁ ଗଙ୍ଗା-ଯମୁନାଙ୍କର ମୃତ୍ୟୁ ଘଟିଛି। କଟକ ଶିଶୁ ଭବନରେ ସେମାନଙ୍କ ଚିକିତ୍ସା ଚାଲିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଉଭୟ ଶିଶୁଙ୍କ ମୃତ୍ୟୁ ହୋଇଥିବା ଗଙ୍ଗା-ଯମୁନାଙ୍କ ବାପା ସୂଚନା ଦେଇଛନ୍ତି।

ଗଙ୍ଗା-ଯମୁନାଙ୍କ ମୃତ୍ୟୁ ନେଇ ଶିଶୁଭବନ ଅଧୀକ୍ଷକ ସରୋଜ ଶତପଥୀ କହିଛନ୍ତି,“ ପୂର୍ବ ପରି ସେମାନେ ଅସୁସ୍ଥ ଥିଲେ। ସେମାନଙ୍କ ଚିକିତ୍ସା କରାଯାଉଥିଲା। ଉଭୟଙ୍କ ହୃତ୍ ସ୍ପନ୍ଦନ ବନ୍ଦ ହୋଇ ଯିବାରୁ ମୃତ୍ୟୁ ଘଟିଛି।”

ଗତ ୧ ତାରିଖରେ ସୁମିତ୍ରା ଦତ୍ତ ଏକ ନର୍ସିଂହୋମ୍‌ରେ ଯୋଡ଼ାପେଟ ଶିଶୁକନ୍ୟା ଜନ୍ମ ଦେଇଥିଲେ। ଜନ୍ମ ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ମେଡ଼ିକାଲରେ ଗଙ୍ଗା-ଯମୁନାଙ୍କୁ ଭେଟିଥିଲେ। ଗଙ୍ଗା-ଯମୁନାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଦରକାର ପଡ଼ିଲେ ରାଜ୍ୟ ବାହାରେ ଚିକିତ୍ସା କରିବାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।