ଚକା ଫାଟିବାରୁ ଓଲଟି ପଡ଼ିଲା ସ୍କୁଲ୍ ବସ୍, ୪ ଛାତ୍ରଛାତ୍ରୀ ଆହତ

ନୟାଗଡ଼: ସ୍କୁଲ ବସ୍‌ ଓଲଟି ୪ ଛାତ୍ରଛାତ୍ରୀ ଆହତ। ନୟାଗଡ଼ ଆମ୍ବରାପୁର ନିକଟରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ବସ୍‌ର ଚକା ଫାଟିଯିବାରୁ ଘଟିଛି ଏହି ଦୁର୍ଘଟଣା। ବସ୍‌ରେ ମୋଟ ୧୫ ଜଣ ପିଲା ଥିଲେ। ବସଟି ଓଡ଼ଗାଁରୁ ପିଲାମାନଙ୍କୁ ଘରକୁ ଛାଡ଼ିବାକୁ ଯାଉଥିଲା। ଆହତ ଛାତ୍ର ଛାତ୍ରୀମାନଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।