ପୁଣି ଅଲୋଡ଼ା ଶିଶୁକନ୍ୟା: ଗୁରୁତର ଅବସ୍ଥାରେ ନବଜାତ ଉଦ୍ଧାର

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଗୋପୀନାଥପୁର ଛକରେ ଥିବା ମନ୍ଦିର ନିକଟରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଶିଶୁଟିକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତା’ର ସ୍ୱସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।

କେହି ଶିଶୁଟିକୁ ଏକ ବ୍ୟାଗରେ ପୂରାଇ ମନ୍ଦିର ନିକଟରେ ଫିଙ୍ଗି ଦେଇ ଯାଇଥିଲା। ପିଲାଟିର କାନ୍ଦ ଶୁଣି ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିଥିଲେ।