ରାଜ୍ୟରେ କରୋନାରେ ଆଖି ବୁଜିଲେ ୧୫ଆକ୍ରାନ୍ତ,୯୦୦ ପାର୍‌ କଲା ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା  ୯୦୭ ରେ ପହଞ୍ଚି ଯାଇଛି।

ଖୋର୍ଦ୍ଧାଓ କଟକ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାବ୍ୟତୀତ କେନ୍ଦ୍ରାପଡାରୁ ୨ଜଣ,ବୌଦ୍ଧ,ଜଗତସିଂହପୁର,ଢେ଼ଙ୍କାନାଳରୁ ଜଣେ ଲେଖାଏଁ,କେନ୍ଦୁଝର,ସମ୍ବଲପୁର,ମାଲକାନଗିରି ଓ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।