ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୁନ୍ ଟିଭି ମୁଭିଜ୍’ ଓ ‘ମାଇ ହାର୍ଟସ୍ ବିଟ୍ ଫର୍ ଓଲିଉଡ୍’ର ସହଯୋଗରେ ୬ ଜଣ ନୂଆ ନାୟିକା ଓଲିଉଡ୍ରେ ଏଣ୍ଟ୍ରି କରିବା ପାଇଁ ଯାଉଛନ୍ତି। ଏଥିରେ ୫ ଜଣ ଓଡ଼ିଆ ଏବଂ ଜଣେ ବଙ୍ଗୀୟ ଅଭିନେତ୍ରୀ ରହିଛନ୍ତି।
ସୂଚନା ଅନୁସାରେ, ଏହି ୬ ନୂଆ ନାୟିକାଙ୍କୁ ନେଇ ଏକ ଏମ୍ଓୟୁ ସ୍ୱାକ୍ଷର କରାଯାଇଛି। ଏମ୍ଓୟୁ ଅନୁସାରେ ଏହି ୬ ଅଭିନେତ୍ରୀ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସମସ୍ତ ବିଜ୍ଞାପନ, ଷ୍ଟେଜ୍ ଶୋ, ଇଭେଣ୍ଟ୍ କେବଳ ‘ମୁନ୍ ଟିଭି’ ମାଧ୍ୟମରେ ହିଁ କରିପାରିବେ।
ଫିଲ୍ମ ‘ହିରାଲାଲ୍ ମୋତିଲାଲ୍’ରେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ହେଲେ- ପ୍ରଜ୍ଞା, ଦୀଶା, ପୁଷ୍ପାରାଣୀ, କୁଇନ୍, ରୋଜାଲିନ୍, ରାଉର୍କେଲାର ମେହକ୍ ଓ କୋଲକାତାର ବେଙ୍ଗଲି ଅଭିନେତ୍ରୀ ଅମ୍ରିତା। ଏହାବ୍ୟତୀତ ଫିଲ୍ମରେ ଅମର, ଗୁଡୁ, ବାଳକୃଷ୍ଣ, ଜୀବନ ପଣ୍ଡା, ବାବୁ ପ୍ରଧାନ, ସଲିଲ୍ ମିତ୍ର, ଦେବୁ ବ୍ରହ୍ମା, ସୁମନ, କାଳିଆ ପ୍ରମୁଖ କଳାକାର ଅଭିନୟ କରିବାକୁ ଯାଉଛନ୍ତି। ଫିଲ୍ମରେ ନିର୍ଦ୍ଦେଶନା ଦେବେ ଅଶ୍ୱିନୀ ଗଡ଼ନାୟକ ଓ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବୈଦ୍ୟନାଥ ଦାସ।