ସାର ବିକ୍ରି ପାଇଁ ଜାନୁଆରୀ ୧ରୁ ଲାଗୁ ହେବ ଡିବିଟି
- Published: Saturday, 25 November 2017
- , Updated: 25 November 2017, 01:56 PM IST
<p>ଭୁବନେଶ୍ୱର: ଆସନ୍ତାବର୍ଷ ପହିଲାରୁ ଅର୍ଥାତ ୨୦୧୮ ଜାନୁଆରୀ ୧ତାରିଖରୁ ରାଜ୍ୟ ସରକାର ସାର ବିକ୍ରି କ୍ଷେତ୍ରରେ ଡାଇରେକ୍ଟ ବେନିଫିଟ ଟ୍ରାନସଫର ସିଷ୍ଟମ ଲାଗୁ କରିବେ। ଏଥିପାଇଁ ରାଜ୍ୟରେ ଥିବା ସମସ୍ତ ପ୍ୟାକସ ଓ ଲ୍ୟାମ୍ପସରେ ପଏଣ୍ଟ ଅଫ ସେଲ୍ ବା ପିଓଏସ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସମବାୟ ସମତି ସମୂହର ରେଜିଷ୍ଟ୍ରାର। ଜାନୁଆରୀ ୧ତାରିଖ ପରଠାରୁ କୌଣସି ଡିଲର ବିନା ପିଓଏସରେ ସାର ବିକ୍ରି କରିପାରିବେ ନାହିଁ। ସାର କିଣିବା ପରେ ଚାଷୀଙ୍କ ଆକାଉଣ୍ଟରେ ସିଧାସଳଖ ସବ୍‌ସିଡି ଟଙ୍କା ଜମା ହେବ।</p>
<p>କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ପିଓଏସ ଯୋଗାଣ ଓ ଲଗାଇବା କାମ କରାଯିବ। ଡିସେମ୍ବର ୩୧ ମଧ୍ୟରେ ଏସବୁ କାମ ସାରିବାକୁ କୁହାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ୨, ୭୦୮ ପ୍ୟାକସ୍‌ ଓ ଲ୍ୟାମ୍ପ ମଧ୍ୟରୁ ମାତ୍ର ୯୧୩ଟିରେ ପିଓଏସ୍‌ ମେସିନ ଲଗାଯାଇଛି। ଗୋଟିଏ ମାସ ମଧ୍ୟରେ ଏହାକୁ ଲଗାଇ ଡିବିଟି ଲାଗୁ କରିବା କେତେ ସହଜ ହେବ ତାକୁ ନେଇ ବି ସନ୍ଦେହ ସୃଷ୍ଟି ହୋଇଛି।</p>