ପୁରୀ: ଆସନ୍ତାକାଲି ଇଂରାଜୀ ନବବର୍ଷ। ନୂଆ ବର୍ଷ ଅବସରରେ ପୁରୀ ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିବ। ପ୍ରାୟ ସମସ୍ତେ ଶ୍ରୀଜିଉମାନଙ୍କ ଆଶୀର୍ବାଦ ନେଇ ନୂଆ ବର୍ଷ ଆରମ୍ଭ କରିବାକୁ ଚାହାଁନ୍ତି। ନୂଆ ବର୍ଷକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟରେ ପରିବର୍ତ୍ତନ କରାଯାଇଛି। ଆଜି ରାତି ୯ଟାରେ ମହାପ୍ରଭୁଙ୍କ ପହଡ଼ ପଡ଼ିବ। ଶ୍ରଦ୍ଧାଳୁଙ୍କ ପାଇଁ ରାତି ୨ଟାରୁ ୨ଟା୩୦ ମଧ୍ୟରେ ଶ୍ରୀମନ୍ଦିର ଖୋଲିବ। ନୀତ ନିର୍ଘଣ୍ଟରେ ପରିବର୍ତ୍ତନ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।