ନୂଆ ଟ୍ରାଫିକ ନିୟମ: ଲୋକଙ୍କ ଆକ୍ରୋଶ ପାଇଁ ପୁଲିସକୁ ଦାୟୀ କଲା ପରିବହନ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ମୋଟରଯାନ ଆଇନ କାର୍ଯ୍ୟକାରୀ କରିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ପର୍ଯ୍ୟନ୍ତ କୋହଳ ନୀତି ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦେବା ପରେ ରାଜନୀତି ଜୋର ଧରିଛି। ଜୋରିମାନା ଅର୍ଥ ତୁରନ୍ତ ଫେରସ୍ତ ଓ ଗିରଫ ଲୋକଙ୍କୁ ଛାଡ଼ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଦାବି କରୁଥିବାବେଳେ ପରିବହନ ବିଭାଗ ମଧ୍ୟ ପୁଲିସ ମୁଣ୍ଡରେ ଦୋଷ ଲଦି ଖସିବାକୁ ଉଦ୍ୟମ ଆରମ୍ଭ କରିଛି। ଗାଡ଼ି ମାଲିକମାନଙ୍କୁ ପୁଲିସ ମାତ୍ରାଧିକ ହଇରାଣ […]

traffice-check-up

traffice-check-up

Manoranjan Sial
  • Published: Tuesday, 10 September 2019
  • Updated: 10 September 2019, 09:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ମୋଟରଯାନ ଆଇନ କାର୍ଯ୍ୟକାରୀ କରିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ପର୍ଯ୍ୟନ୍ତ କୋହଳ ନୀତି ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦେବା ପରେ ରାଜନୀତି ଜୋର ଧରିଛି। ଜୋରିମାନା ଅର୍ଥ ତୁରନ୍ତ ଫେରସ୍ତ ଓ ଗିରଫ ଲୋକଙ୍କୁ ଛାଡ଼ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଦାବି କରୁଥିବାବେଳେ ପରିବହନ ବିଭାଗ ମଧ୍ୟ ପୁଲିସ ମୁଣ୍ଡରେ ଦୋଷ ଲଦି ଖସିବାକୁ ଉଦ୍ୟମ ଆରମ୍ଭ କରିଛି। ଗାଡ଼ି ମାଲିକମାନଙ୍କୁ ପୁଲିସ ମାତ୍ରାଧିକ ହଇରାଣ କରିବାରୁ ଲୋକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଥିଲା ବୋଲି ପରିବହନ ବିଭାଗ ରୋକଠୋକ୍ ଭାବେ କହିଛି। ଏପରିକି ଗାଡ଼ି ଚାଳକଙ୍କୁ ଅଯଥାରେ ହଇରାଣ ନକରିବା ପାଇଁ ପୁଲିସ୍ ଏସପି ଓ ଡିସିପିଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ ଡିଜିପିଙ୍କୁ ପରାମର୍ଶ ଦେଇଛି।

ସୂଚନା ଅନୁସାରେ, ନୂଆ ଟ୍ରାଫିକ ନିୟମ ଲାଗୁ ଯୋଗୁ ମାତ୍ରାଧିକ ଜୋରିମାନା ଆଦାୟକୁ ନେଇ ରାଜ୍ୟବ୍ୟାପୀ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜେ ଉଦବେଗ ପ୍ରକାଶ କରି ଆସନ୍ତା ୩ ମାସ ପର୍ଯ୍ୟନ୍ତ କୋହଳ ନୀତି ଅବଲମ୍ବନ ପାଇଁ ଉଭୟ ପରିବହନ ବିଭାଗ ଓ ପୁଲିସ୍ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ୟୁ-ଟର୍ଣ୍ଣ ନେଇଥିବା ରାଜ୍ୟ ସରକାର ଏବେ ଲୋକେ କାହିଁକି ତାତିଲେ ଓ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବା ପଛରେ କିଏ ଦାୟୀ ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛନ୍ତି।

ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ପରିବହନ ସଚିବ ଜି. ଶ୍ରୀନିବାସ ଆଜି ପୁଲିସ ଡିଜି ବିକେ ଶର୍ମା ଓ ଟୁଇନସିଟି ପୁଲିସ କମିଶନରଙ୍କୁ ଚିଠି ଲେଖି ‘ସଂଶୋଧିତ ମୋଟର ଯାନ ଆଇନ-୨୦୧୯’ କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସେପ୍ଟେମ୍ବର ୧ରୁ ରାଜ୍ୟରେ ଏହି ସଂଶୋଧିତ ନିୟମକୁ ଲାଗୁ କରିବାବେଳେ ପୁଲିସ ହଇରାଣ କରୁଥିବାର ଅନେକ ଘଟଣା ସରକାରଙ୍କ ନଜରକୁ ଆସିଛି। ଯାହାଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଥିଲା। ଏହାସହିତ ପୁଲିସ ଡିଜିଙ୍କୁ ସ୍ମରଣ କରାଇ କହିଛନ୍ତି ଯେ, ମୋଟରଯାନ ଆଇନ-୧୯୮୮ର ଧାରା ୨୧୦(ଖ)ର ପ୍ରାବଧାନ ଅନୁସାରେ ଆଇନକୁ କାର୍ଯ୍ୟକାରୀ କରିବାବେଳେ ଯଦି ଦାୟିତ୍ୱରେ ଥିବା ଅଫିସର କୌଣସି ଭୁଲ୍ କରନ୍ତି ତା’ହେଲେ ତାଙ୍କଠୁ ଦୁଇଗୁଣ ଜୋରିମାନା ଆଦାୟ କରାଯିବାର ପ୍ରାବଧାନ ରହିଛି। ତେଣୁ ଗାଡ଼ି ଚାଳକମାନଙ୍କୁ ଅଯଥାରେ ହରାଇରାଣ ନକରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ସମସ୍ତ ଜିଲ୍ଲା ପୁଲିସ୍ ଏସପି ଓ ଡିସିପିଙ୍କୁ ଦେବାକୁ ସେ ପୁଲିସ୍ ଡିଜିଙ୍କୁ ଅନୁରୋଧ କରିଛନ୍ତି।

ମାତ୍ରାଧିକ ଜୋରିମାନା ପୁଲିସ୍ ନୁହେଁ ବରଂ ପରିବହନ ବିଭାଗ ଆଦାୟ କରୁଛି ବୋଲି ଗଣମାଧ୍ୟମ ସମ୍ମୁଖରେ ଟୁଇନସିଟି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ବାରମ୍ବାର ଦୋହରାଇଥିବାବେଳେ ପରିବହନ ସଚିବଙ୍କ ଆଜିର ଚିଠି ଏବେ ପରିବହନ ଓ ପୁଲିସ୍ ବିଭାଗ ମଧ୍ୟରେ ଛକାପଞ୍ଝା ବଢ଼ାଇବାର ଆଶଙ୍କା ରହିଛି। ନୂଆ ଟ୍ରାଫିକ ଆଇନକୁ ନେଇ ଲୋକଙ୍କ ମଧ୍ୟରେ ବଢ଼ିଥିବା ଆକ୍ରୋଶ ପାଇଁ ପରିବହନ ବିଭାଗ ରୋକଠୋକ୍ ଭାବେ ପୁଲିସକୁ ଦାୟୀ କରିଥିବାବେଳେ ପୁଲିସର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର।

ଏପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ଯେଉଁଭଳି ଭାବେ ସରକାର ରାସନ କାର୍ଡ କ୍ଷେତ୍ରରେ ଜୋରିମାନା ୧୦ ଗୁଣ ନେଇ ପରେ ଫେରସ୍ତ କରିଥିଲେ ଏବେ ଠିକ୍ ସେମିତି ନୂଆ ଟ୍ରାଫିକ ନିୟମରେ ଜୋରିମାନା ଦେଇଥିବା ବ୍ୟକ୍ତିଙ୍କୁ ସେମାନଙ୍କର ଅର୍ଥ ତୁରନ୍ତ ଫେରସ୍ତ କରନ୍ତୁ। ଛେପ ପକାନ୍ତୁ ଓ ତାକୁ ଢୋକନ୍ତୁ ବୋଲି କଟାକ୍ଷ କରିଛନ୍ତି। ସେହିପରି ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି ଯେ ସରକାର ନିୟମ କୋହଳ କରିବା ପରେ ଯେଉଁ ଗରିବ ଲୋକମାନେ ଜୋରିମାନା ଦେଇଛନ୍ତି ସେମାନଙ୍କୁ ତାହା ତୁରନ୍ତ ଫେରସ୍ତ କରନ୍ତୁ। କାଳିଆ ଟଙ୍କାକୁ ସରକାର ଯେଭଳି ଫେରସ୍ତ ମାଗୁଛନ୍ତି ସେଭଳି ସରକାର ନେଇଥିବା ଜୋରିମାନାକୁ ତୁରନ୍ତ ଫେରସ୍ତ କରନ୍ତୁ। ଯେଉଁମାନେ ନିୟମ ଉଲ୍ଲଘଂନ କରିଛନ୍ତି ସେମାନେ ଏହି ସମୟ ଭିତରେ ନିଜ ନିଜର କାଗଜପତ୍ର ଠିକ୍ କରାଇନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story