କାଗଜ ପେଟିରୁ ନବଜାତ ଉଦ୍ଧାର.....ଅଲୋଡା ହେଲା କି ଶିଶୁକନ୍ୟା?

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କାହିଁକି ଅଲୋଡ଼ା ହେଉଛନ୍ତି ଶିଶୁକନ୍ୟା? ବ୍ୟାପକ ପ୍ରଚାର ପ୍ରସାର ପରେ ମଧ୍ୟ ଆଜି ଶିଶୁକନ୍ୟାକୁ ହତ୍ୟା କରାଯାଉଛି! ଖାଲି ହତ୍ୟା କରାଯାଉନି, ମୃତଦେହକୁ ପେଟିରେ ପୂରାଇ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦିଆଯାଉଥିବା ଅଭିଯୋଗ ହେଉଛି। ମାସକ  ବଲାଙ୍ଗିର ସହର ଭିତରେ ଦୁଇ ଦୁଇଟି ପିଲାଙ୍କ ମୃତଦେହ କାଗଜପେଟିରୁ ମିଳିବା ପରେ ଏପରି ସନ୍ଦେହ ସାଧାରଣରେ ଉଙ୍କି ମାରୁଛି। ବଲାଙ୍ଗିର ସହର ସୁଦପଡା ରେକୱେ ଓଭର ବ୍ରିଜ୍‌ ନିକଟରେ ପଡ଼ିଥିଲା ଶିଶୁକନ୍ୟା। ଶିଶୁକନ୍ୟାକୁ ନାଲି […]

Balangir

Balangir

Manoranjan Sial
  • Published: Friday, 26 November 2021
  • Updated: 16 December 2021, 04:55 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କାହିଁକି ଅଲୋଡ଼ା ହେଉଛନ୍ତି ଶିଶୁକନ୍ୟା? ବ୍ୟାପକ ପ୍ରଚାର ପ୍ରସାର ପରେ ମଧ୍ୟ ଆଜି ଶିଶୁକନ୍ୟାକୁ ହତ୍ୟା କରାଯାଉଛି! ଖାଲି ହତ୍ୟା କରାଯାଉନି, ମୃତଦେହକୁ ପେଟିରେ ପୂରାଇ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦିଆଯାଉଥିବା ଅଭିଯୋଗ ହେଉଛି। ମାସକ  ବଲାଙ୍ଗିର ସହର ଭିତରେ ଦୁଇ ଦୁଇଟି ପିଲାଙ୍କ ମୃତଦେହ କାଗଜପେଟିରୁ ମିଳିବା ପରେ ଏପରି ସନ୍ଦେହ ସାଧାରଣରେ ଉଙ୍କି ମାରୁଛି।

ବଲାଙ୍ଗିର ସହର ସୁଦପଡା ରେକୱେ ଓଭର ବ୍ରିଜ୍‌ ନିକଟରେ ପଡ଼ିଥିଲା ଶିଶୁକନ୍ୟା। ଶିଶୁକନ୍ୟାକୁ ନାଲି କପଡା ଗୋଡା ଯାଇ ପେଟିରେ ଭର୍ତ୍ତି କରାଯାଇଥିବା ଦେଖିବାକୁ ମିଳିଥିଲା। ଗୁରୁବାର ରାତିରେ ସ୍ଥାନୀୟ ଲୋକ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଓ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରି ଭୀମଭୋଇ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ହେଲେ ଡାକ୍ତର ଶିଶୁ କନ୍ୟାକୁ ମୃତ ଘୋଷଣା କରିଥିଲେ। ପୁଲିସ ଶିଶୁକନ୍ୟାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରୀ ରଖିଛି।

ଶିଶୁକନ୍ୟାକୁ କିଏ ଓ କାହିଁକି ପେଟିରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଲିସ୍‌ ମାମଲା ରୁଜୁ କରି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ପୁଲିସ ଜାଣିପାରି ନାହିଁ। ସେପଟେ ବଲାଙ୍ଗିର ଟାଉନ୍‌ରେ ଏପରି ଘଟଣା ଘଟିବା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଥିବା ଦେଖିବାକୁ ମିଳିଛି।

ଗତ ୨୦ ତାରିଖରେ ପୁଇଁନ୍ତଲା ଥାନା ଆଠଗାଁ-ଉପରଝର ରାସ୍ତାର ଉପରଝର ଘାଟି ନିକଟରେ ଗୋଟିଏ କାଗଜ କାର୍ଟୁନରୁ ନବଜାତ ଶିଶୁପୁତ୍ରର ମୃତଦେହ ମିଳିଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁପୁତ୍ରର ମୃତଦେହ ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos