ପ୍ରସବ ଜନିତ ଶିଶୁ ମୃତ୍ୟୁ ଘଟଣା: ବଦଳିବେ ସ୍ୱାସ୍ଥ୍ୟକେନ୍ଦ୍ରର ସବୁ କର୍ମଚାରୀ

ଆଠଗଡ଼ (ନୀଳକଣ୍ଠ ଦୋରା): ବଦଳିବେ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ। ମେଡିକାଲରେ ତାଲା ପଡ଼ିବା ଯୋଗୁ ପ୍ରସୂତିଙ୍କୁ ଚିକିତ୍ସା ନ ମିଳିବା ଘଟଣାର ତଦନ୍ତ କରି ସମସ୍ତ କର୍ମଚାରୀଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କରିଛନ୍ତି ସିଡିଏମ୍‌ଓ। କଟକ ସିଡିଏମ୍ଓଙ୍କ ନେତୃତ୍ୱରେ ଆଜି ୪ ଜଣିଆ ଟିମ୍‌ ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ତଦନ୍ତ କରିଛନ୍ତି। ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ଏହି ଟିମ୍‌ ପଚରାଉଚରା କରଛି। ଗତକାଲି ପ୍ରସୂତିଙ୍କ ଚିକିତ୍ସାରେ ଅବ୍ୟବସ୍ଥା ନେଇ ଖବର […]

cuttack-collecter-take-action-of-all-gudijhatia-medical-staff

cuttack-collecter-take-action-of-all-gudijhatia-medical-staff

Manoranjan Sial
  • Published: Monday, 02 September 2019
  • Updated: 02 September 2019, 09:18 PM IST

Sports

Latest News

ଆଠଗଡ଼ (ନୀଳକଣ୍ଠ ଦୋରା): ବଦଳିବେ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ। ମେଡିକାଲରେ ତାଲା ପଡ଼ିବା ଯୋଗୁ ପ୍ରସୂତିଙ୍କୁ ଚିକିତ୍ସା ନ ମିଳିବା ଘଟଣାର ତଦନ୍ତ କରି ସମସ୍ତ କର୍ମଚାରୀଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କରିଛନ୍ତି ସିଡିଏମ୍‌ଓ।

କଟକ ସିଡିଏମ୍ଓଙ୍କ ନେତୃତ୍ୱରେ ଆଜି ୪ ଜଣିଆ ଟିମ୍‌ ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ତଦନ୍ତ କରିଛନ୍ତି। ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ଏହି ଟିମ୍‌ ପଚରାଉଚରା କରଛି। ଗତକାଲି ପ୍ରସୂତିଙ୍କ ଚିକିତ୍ସାରେ ଅବ୍ୟବସ୍ଥା ନେଇ ଖବର ପ୍ରସାରଣ ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ଏହାଛଡ଼ା ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ।

ଖମାର ନୂଆଗାଁର କୁନି ମହାରଣା ଗତକାଲି ସକାଳେ ପ୍ରସବ ଯନ୍ତ୍ରଣା ପାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ଏହି ସମୟରେ ମେଡିକାଲ୍‌ ଗେଟ୍‌ରେ ତାଲା ପଡ଼ିଥିଲା। ଡାକ୍ତର ଆସିବେ ବୋଲି ଭାବି ମେଡ଼ିକାଲ୍‌ ବାରଣ୍ଡାରେ ବସିଥିଲେ କୁନି ମହାରଣା। ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରିଥିଲେ ମଧ୍ୟ ଡାକ୍ତରବାବୁ ଆସିନଥିଲେ। ଧୀରେ ଧୀରେ କୁନିଙ୍କ ଗର୍ଭ ଯନ୍ତ୍ରଣା ବଢ଼ିଥିଲା। ଶେଷରେ ସେ ସେହି ମେଡ଼ିକାଲ୍‌ ବାରଣ୍ଡାରେ ପ୍ରସବ କରିଥିଲେ। ପରେ ପରିବାର ଲୋକେ ତାଙ୍କୁ ୧୦୨ ଆମ୍ବୁଲାନ୍ସରେ ଆଠଗଡ଼ ବ୍ଲକ୍ ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ କୁନିଙ୍କ ଜୀବନ ବଞ୍ଚି ଯାଇଥିଲା। ହେଲେ ନବଜାତ ଶିଶୁଟିକୁ ଡାକ୍ତର ବଞ୍ଚାଇ ପାରିନଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos