ବିକାଶ ପ୍ରକ୍ରିୟାରେ ଯୁବଶକ୍ତିର ଭାଗିଦାରୀ ସୁନିଶ୍ଚିତ କରାଯିବ: ବିଜୟ ନାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିକାଶ ପ୍ରକ୍ରିୟାରେ ଯୁବଶକ୍ତିର ଭାଗିଦାରୀକୁ ସୁନିଶ୍ଚିତ କରାଯିବ ବୋଲି ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ନବନିଯୁକ୍ତ ଅଧ୍ୟକ୍ଷ ବିଜୟ ନାୟକ କହିଛନ୍ତି। ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ଶ୍ରୀ ନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବଶକ୍ତିର ସଫଳ ଉପଯୋଗ ପାଇଁ ବ୍ୟାପକ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ବିକାଶ ପ୍ରକ୍ରିୟାରେ ଯୁବଶକ୍ତିର ସମ୍ପୃକ୍ତି ଓ ସହଯୋଗ ଏକାନ୍ତ ଜରୁରୀ। ଏହି […]

bijay-nayak

bijay-nayak

Manoranjan Sial
  • Published: Friday, 16 August 2019
  • Updated: 16 August 2019, 09:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିକାଶ ପ୍ରକ୍ରିୟାରେ ଯୁବଶକ୍ତିର ଭାଗିଦାରୀକୁ ସୁନିଶ୍ଚିତ କରାଯିବ ବୋଲି ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ନବନିଯୁକ୍ତ ଅଧ୍ୟକ୍ଷ ବିଜୟ ନାୟକ କହିଛନ୍ତି।

ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ଶ୍ରୀ ନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବଶକ୍ତିର ସଫଳ ଉପଯୋଗ ପାଇଁ ବ୍ୟାପକ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ବିକାଶ ପ୍ରକ୍ରିୟାରେ ଯୁବଶକ୍ତିର ସମ୍ପୃକ୍ତି ଓ ସହଯୋଗ ଏକାନ୍ତ ଜରୁରୀ। ଏହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଭାବେ ତାଙ୍କୁ ଦାୟିତ୍ୱ ମିଳିଛି। ସେ ନିଜର ଅନୁଭୂତି ଓ ଉପଲବ୍ଧି ଆଧାରରେ ଏହି ଦାୟିତ୍ୱ ନିର୍ବାହ କରିବେ। ରାଜ୍ୟର ବିକାଶ ପ୍ରକ୍ରିୟାରେ ଯୁବଶକ୍ତିର ବିଶେଷ ଭାଗିଦାରୀକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟ ସେ ସଂକଳ୍ପବଦ୍ଧ ବୋଲି ଶ୍ରୀ ନାୟକ କହିଛନ୍ତି। ଯୁବନେତା ଶ୍ରୀ ନାୟକ ଦୀର୍ଘବର୍ଷ ଧରି ବିଜେଡିର ସଂଗଠନ ସହ ଜଡ଼ିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos