ଲୋକାୟୁକ୍ତଙ୍କ ପାଖରେ ବିଚାରାଧୀନ ରହିଛି ୮୨ ଦୁର୍ନୀତି ମାମଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଲୋକାୟୁକ୍ତଙ୍କ ପାଖରେ ଏବେ ୮୨ଟି ଦୁର୍ନୀତି ମାମଲା ବିଚାରାଧୀନ ରହିଛି ଓ ଏଥିରୁ ୨୮ଟି ମାମଲା ନୂଆ ଅଭିଯୋଗ ବୋଲି ରାଜ୍ୟ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ୍ ସିଂହ ସୂଚନା ଦେଇଛନ୍ତି। ତା’ଛଡ଼ା ଓଡ଼ିଶାକୁ ଦୁର୍ନୀତିମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଜନସଚେତନା ଶିବିର ଆୟୋଜନ ସହ ରାଜ୍ୟର ଲୋକାୟୁକ୍ତକୁ ଏକ ‘ମଡେଲ୍ ଲୋକାୟୁକ୍ତ’ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ଚଳିତବର୍ଷ ଫେବୃୟାରୀ ୨୮ […]

lokayuta

lokayuta

Manoranjan Sial
  • Published: Monday, 24 June 2019
  • Updated: 24 June 2019, 07:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଲୋକାୟୁକ୍ତଙ୍କ ପାଖରେ ଏବେ ୮୨ଟି ଦୁର୍ନୀତି ମାମଲା ବିଚାରାଧୀନ ରହିଛି ଓ ଏଥିରୁ ୨୮ଟି ମାମଲା ନୂଆ ଅଭିଯୋଗ ବୋଲି ରାଜ୍ୟ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ୍ ସିଂହ ସୂଚନା ଦେଇଛନ୍ତି। ତା’ଛଡ଼ା ଓଡ଼ିଶାକୁ ଦୁର୍ନୀତିମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଜନସଚେତନା ଶିବିର ଆୟୋଜନ ସହ ରାଜ୍ୟର ଲୋକାୟୁକ୍ତକୁ ଏକ ‘ମଡେଲ୍ ଲୋକାୟୁକ୍ତ’ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ଚଳିତବର୍ଷ ଫେବୃୟାରୀ ୨୮ ତାରିଖରେ ନୂଆ ଲୋକାୟୁକ୍ତ ଗଠନ ହେବାପରେ ଏହା ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀ।

ଆଜି ଭୁବନେଶ୍ୱରରେ ଓଡ଼ିଶା ଲୋକୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ସିଂହ ଓ ଦୁଇ ସଦସ୍ୟ ଜଷ୍ଟିସ ବିକେ ନାୟକ ଓ ଡଃ ଦେବବ୍ରତ ସ୍ୱାଇଁ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପୂର୍ବର ଓଡ଼ିଶା ଲୋକପାଳ ଓ ଲୋକାୟୁକ୍ତ ପ୍ରତିଷ୍ଠାନ ଉଚ୍ଛେଦ ହେବାପରେ ସେଠାରେ ଥିବା ୫୯୨ଟି ମାମଲା ନୂତନ ଲୋକାୟୁକ୍ତ ପ୍ରତିଷ୍ଠାନକୁ ଆସିଥିଲା। ସେଥିରୁ ୬୨ଟି ମାମଲା ଗ୍ରହଣଯୋଗ୍ୟ ହୋଇନଥିବାରୁ ତାକୁ ରଦ୍ଦ କରାଯାଇଥିଲା। ସରକାରୀ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଥିବା ୫୪ଟି ମାମଲାକୁ ତଦନ୍ତ ପାଇଁ ହାତକୁ ନିଆଯାଇଥିଲା। ୪୭୬ଟି ମାମଲା ବ୍ୟକ୍ତିଗତ ଅଭିଯୋଗ ଆଧାରିତ ଥିବାରୁ ସେଗୁଡ଼ିକୁ ସରକାରଙ୍କ ନିକଟକୁ ସ୍ଥାନାନ୍ତର କରାଯାଇଛି। ନୂତନ ଲୋକାୟୁକ୍ତ ପ୍ରତିଷ୍ଠାନ କାର୍ଯ୍ୟକାରୀ ହେବାପରେ ଆଜି ସୁଦ୍ଧା ମୋଟ ୨୮ଟି ନୂଆ ଅଭିଯୋଗ ମିଳିଛି। ଏବେ ସର୍ବମୋଟ ୮୨ଟି ଦୁର୍ନୀତି ମାମଲା ଓଡ଼ିଶା ଲୋକାୟୁକ୍ତଙ୍କ ବିଚାରାଧୀନ ରହିଛି ବୋଲି ସେମାନେ ସୂଚନା ଦେଇଛନ୍ତି ।

ସେହିପରି ୭ ବର୍ଷ ଭିତରେ ଘଟିଥିବା ଦୁର୍ନୀତିର ତଦନ୍ତ ଲୋକାୟୁକ୍ତ କରିପାରିବେ। ତେବେ ଦୁର୍ନୀତି ଅଭିଯୋଗର ୬୦ଦିନ ଭିତରେ ପ୍ରାଥମିକ ଅନୁସନ୍ଧାନ ଓ ୬ମାସ ଭିତରେ ତଦନ୍ତ ସମ୍ପୂର୍ଣ୍ଣ ଶେଷ କରି ତଦନ୍ତକାରୀ ସଂସ୍ଥା ନିଜର ରିପୋର୍ଟ ଲୋକାୟୁକ୍ତଙ୍କୁ ପ୍ରଦାନ କରିବ। ଲୋକାୟୁକ୍ତ ଚାହିଁଲେ ଯେକୌଣସି ସମୟରେ ତଦନ୍ତକାରୀ ଅଧିକାରୀଙ୍କୁ ବଦଳାଇପାରିବେ।

ଓଡ଼ିଶା ଲୋକାୟୁକ୍ତ ଆଇନ ଅନ୍ତର୍ଗତ ଦୁର୍ନୀତି ସଂକ୍ରାନ୍ତ ଅଭିଯୋଗକୁ ଲୋକାଯୁକ୍ତ ଗ୍ରହଣ କରିପାରିବେ ଯାହାକି ଦୁର୍ନୀତି ନିବାରଣ ଆଇନ-୧୯୮୮ରେ ଦଣ୍ଡନୀୟ ହୋଇଥିବ । ଏପରିକି ସମସ୍ତ ସରକାରୀ କର୍ମଚାରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ଅନ୍ୟ ଲୋକ ପ୍ରତିନିଧିଙ୍କ ବିରୋଧରେ ଅଭିଯୋଗକୁ ଲୋକାୟୁକ୍ତ ଗ୍ରହଣ କରିବେ। ଅଭିଯୋଗ ମିଳିବା ପରେ ତା’ର ଯଥାର୍ଥତାକୁ ଉପଲବ୍ôଧ କରି ଲୋକାୟୁକ୍ତ ନିଜର ତଦନ୍ତାକାରୀ ୱିଙ୍ଗ୍ କିମ୍ବା ଅନ୍ୟ ସଂସ୍ଥା ମାଧ୍ୟମରେ ପ୍ରାଥମିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇପାରିବେ ବୋଲି ଲୋକାୟୁକ୍ତ କହିଛନ୍ତି।

ଦୁର୍ନୀତିର ଶିକାର ନହେବା ପାଇଁ ଲୋକାୟୁକ୍ତ ଓଡ଼ିଶାର ଲୋକମାନଙ୍କୁ ଆହ୍ୱାନ କରିଛନ୍ତି ଓ ସେମାନେ ନିଜର ଅଭିଯୋଗ ଲୋକାୟୁକ୍ତଙ୍କ ପାଖରେ ରଖିବାକୁ ସମ୍ପୂର୍ଣ୍ଣ ଅଧୀକୃତ ବୋଲି ଜଷ୍ଟିସ ସିଂହ କହିଛନ୍ତି। ଓଡ଼ିଶାକୁ ଦୁର୍ନୀତିମୁକ୍ତ କରିବା ପାଇଁ ଲୋକାୟୁକ୍ତ ରାଜ୍ୟର ଲୋକଙ୍କ ପାଖରେ ପହଞ୍ôଚବାକୁ ପ୍ରୟାସ କରୁଛନ୍ତି । ସମସ୍ତ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ସଚେତନତା ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରଥମେ ଜୁନ୍ ୨୯ ତାରିଖରେ ସମ୍ବଲପୁର ଜିଲ୍ଲାରେ ସଚେତନତା ଶିବିର ଆୟୋଜନ କରାଯିବ ବୋଲି ଜଷ୍ଟିସ୍ ସିଂହ କହିଛନ୍ତି।

ଲୋକାୟୁକ୍ତ ନିକଟ ଅତୀତରେ ଖବରକାଗଜରେ ପ୍ରକାଶିତ ୨ଟି ଦୁର୍ନୀତି ମାମଲାକୁ ନିଜ ତରଫରୁ ଅଭିଯୋଗ ଭାବେ ସ୍ୱୀକାର କରି ତା’ର ତଦନ୍ତ ନିମନ୍ତେ ନିଷ୍ପତ୍ତି ନେଇଥିବା ସେ ସୂଚନା ଦେଇଛନ୍ତି । ସେହିପରି ସରକାରୀ କର୍ମଚାରୀ ଓ ଅଧିକାରୀମାନେ ପ୍ରତିବର୍ଷ ଜୁଲାଇ ୩୧ ତାରିଖ ପୂର୍ବରୁ ସେମାନଙ୍କର ସମ୍ପତ୍ତି ବିବରଣୀ ନିଜର କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବାକୁ ବାଧ୍ୟ ବୋଲି ଲୋକାୟୁକ୍ତ ଜଷ୍ଟିସ ସିଂହ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story