ରାଜଧାନୀରେ ସେଞ୍ଚୁରୀ ମାରିଲା କରୋନା ମୃତ୍ୟୁ, ଆଜି ୩୧୨ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କରୋନା ମୃତ୍ୟୁ ସଂଖ୍ୟା ସେଞ୍ଚୁରୀ ମାରିଥିବା ବେଳେ ଆଜି ଆଉ ୩୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍ରୁ ୫୮ ଓ ଲୋକାଲ୍ କେସ୍ ୨୫୪ ରହିଛି। ଏନେଇ ଭୁନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି। ଏହାଛଡ଼ା ଆଜି ୩୨୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
Update on newly detected #COVID19 cases in the last
24 hrs under the BMC area on 2nd Oct 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/Ld7QfY7eoe— BMC (@bmcbbsr) October 2, 2020
ଅଶୋକ ନଗରରୁ ୫, ବାଜୁଜୀ ନଗରରୁ ୭, ବରମୁଣ୍ଡାରୁ ୩, ଭିମଟାଙ୍ଗୀରୁ ୫, ବିଜେବି ନଗରରୁ ୪, ବମିଖାଲରୁ ୪, ଚନ୍ଦ୍ରଶେଖରପୁରରୁ ୯, ପଟିଆରୁ ୨୨, ମଧୂସୁଦନ ନଗରରୁ ୪, ଲୁଇସ୍ ରୋଡ୍ରୁ ୪, ଖଣ୍ଡଗିରିରୁ ୩, ଲକ୍ଷ୍ମୀସାଗରରୁ ୪, ଝାରପଡ଼ାରୁ ୧୦, ସହିଦ୍ ନଗରରୁ ୬, ଏମ୍ଏଲ୍ଏ କଲୋନୀରୁ ୩, ନୟାପଲ୍ଲୀରୁ ୧୧, ନୀଳାଦ୍ରି ବିହାରରୁ ୫, ଓଲ୍ଡ ଟାଉନ୍ରୁ ୪, ପଳାସପଲ୍ଲୀରୁ ୩, ପାତ୍ରପଡ଼ାରୁ ୩, ୟୁନିଟ୍-୯ରୁ ୮, ୟୁନିଟ୍-୮ରୁ ୫, ୟୁନିଟ୍-୬ରୁ ୮, ୟୁନିଟ୍-୪ରୁ ୫, ୟୁନିଟ୍-୩ରୁ ୪, ୟୁନିଟ୍-୨ରୁ ୫, ଟଙ୍କପାଣି ରୋଡ୍ରୁ ୪, ସୁନ୍ଦରପଦାରୁ ୫, ସାମନ୍ତରାପୁରରୁ ୩, ଶୈଳଶ୍ରୀ ବିହାରରୁ ୭, ରସୁଲଗଡ଼ରୁ ୫ ଜଣ ଲୋକାଲ୍ କେସ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୨୨୫୪୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୦୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮୯୧୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୫୧୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।