ଭୁବନେଶ୍ୱରରୁ ୩୧୪ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୩୦ ଲୋକାଲ୍ କେସ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଜି ୩୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟିନରୁ ୮୪ ଓ ଲୋକାଲ କଣ୍ଟାକ୍ଟ କେସ୍ ୨୩୦ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଟ୍ୱିଟ୍ କରିଛି। ଏହାଛଡ଼ା ଆଜି ୩୫୪ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Update on newly detected #COVID19 cases in the last
24 hrs under the BMC area on 7th Oct 2020(till 9am). pic.twitter.com/DQa8YGMaz6— BMC (@bmcbbsr) October 7, 2020
ବଡ଼ଗଡ଼ରୁ ୫, ବରମୁଣ୍ଡାରୁ ୯, ବମିଖାଲରୁ ୪, ଚନ୍ଦ୍ରଶେଖରପୁରରୁ ୬, ୟୁନିଟ୍-୬ରୁ ୧୦, ଟଙ୍କପାଣି ରୋଡ଼୍ରୁ ୬, ସୁନ୍ଦରପଦାରୁ ୭, ଜାଗମରାରୁ ୪, ସହିଦ୍ ନଗରରୁ ୯, କଳିଙ୍ଗ ବିହାରରୁ ୪, ଖଣ୍ଡଗିରିରୁ ୮, ଲକ୍ଷ୍ମୀସାଗରରୁ ୭, ଲକ୍ଷ୍ମୀସାଗରରୁ ୪, ମଞ୍ଚେଶ୍ୱରରୁ ୩, ଝାରପଡ଼ାରୁ ୧୨, ଓଲ୍ଡ ଟାଉନ୍ରୁ ୧୫, ୟୁନିଟ୍-୯ରୁ ୭, ୟୁନିଟ୍-୮ରୁ ୫, ଶୈଳଶ୍ରୀ ବିହାରରୁ ୪, ପାତ୍ରପଡ଼ାରୁ ୫, ପଟିଆରୁ ୪, ରସୁଲଗଡ଼ରୁ ୯, ନୟାପଲ୍ଲୀରୁ ୬ ଲୋକାଲ୍ କେସ ଚିହ୍ନଟ ହୋଇଛି।
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୨୪୨୨୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୦୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୫୭୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୫୩୧ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।