ଭୁବନେଶ୍ୱରରୁ ୩୧୬ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୩୨ ଲୋକାଲ୍ କେସ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ଆଉ ୩୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍ରୁ ୮୪ ଓ ଲୋକାଲ୍ କେସ ୨୩୨ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି। ଏହାଛଡ଼ା ଆଜି ୨୨୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
Update on newly detected #COVID19 cases in the last
24 hrs under the BMC area on 9th Oct 2020(till 9am). pic.twitter.com/JvMA8djS8l— BMC (@bmcbbsr) October 9, 2020
ଆଚାର୍ଯ୍ୟ ବିହାରରୁ ୭, ବିଜେବି ନଗରରୁ ୯, ବମିଖାଲରୁ ୪, ଚନ୍ଦ୍ରଶେଖରପୁରରୁ ୬, ବରମୁଣ୍ଡାରୁ ୧୫, ଲକ୍ଷ୍ମୀ ସାଗରରୁ ୪, ଖଣ୍ଡଗିରିରୁ ୮, ଜାଗମରାରୁ ୬, ମଞ୍ଚେଶ୍ୱରରୁ ୪, ଓଲଡ୍ ଟାଉନ୍ରୁ ୬, ପଟିଆରୁ ୧୨, ପାତ୍ରପଡ଼ାରୁ ୫, ରସୁଲଗଡ଼ରୁ ୭, ରୁଦ୍ରପୁରରୁ ୪, ସହିଦ ନଗରରୁ ୫, ନୟାପଲ୍ଲୀରୁ ୧୨, ଡୁମ୍ଡୁମାରୁ ୧୦, ୟୁନିଟ୍-୯ରୁ ୪, ୟୁନିଟ୍-୮ରୁ ୪, ୟୁନିଟ୍-୧ରୁ ୫, ସୁନ୍ଦରପଦାରୁ ୪, ସତ୍ୟନଗରରୁ ୮ ଲୋକାଲ କେସ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୨୪୮୫୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧୨୧୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୫୦୭ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।