ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୩୮ ଲୋକାଲ୍‌ କେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୧୦୪ କ୍ୱାରେଣ୍ଟାଇନ୍‌ରୁ  ଓ ୨୩୮ ଲୋକାଲ କେସ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି।  ଏହାଛଡ଼ା ୪୨୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected & cured #COVID19 cases in the last 24 hrs under the BMC area on 19th Sep 2020(till 9am). […]

bbsr

bbsr

Manoranjan Sial
  • Published: Saturday, 19 September 2020
  • Updated: 19 September 2020, 06:13 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୧୦୪ କ୍ୱାରେଣ୍ଟାଇନ୍‌ରୁ  ଓ ୨୩୮ ଲୋକାଲ କେସ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି।  ଏହାଛଡ଼ା ୪୨୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1307286968800129024?s=20

ଏକ କେନ୍ଦ୍ରୀୟ ହସ୍ପିଟାଲରୁ ୧୩, ଖଣ୍ଡଗିରିରୁ ୧୧, ଏକ ଘରୋଇ ହସ୍ପିଟାଲରୁ ୮, ବିଜେବି ନଗରରୁ ୭, ବମିଖାଲରୁ ୫, ଆଉ ଏକ ଘରୋଇ ହସ୍ପିଟାଲର ୬ କର୍ମଚାରୀ, ନୀଳାଦ୍ରିବିହାରରୁ ୬, ପଳାଶୁଣିରୁ ୬, ଖାରବେଳନଗରରୁ ୫ ଲୋକାଲ କେସ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ଶୈଳଶ୍ରୀବିହାରରେ କ୍ୱାରେଣ୍ଟାଇରେ ଥାଇ ୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ୟୁନିଟ-୬ ଅଞ୍ଚଳରୁ ୬, ଜୟଦେବ ବିହାର ଓ ମଞ୍ଚେଶ୍ୱରରୁ ୫ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୧୮୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୬୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୦୫୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୧୩୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos