୨୦ବର୍ଷ ଧରି ଓଡ଼ିଶାରେ ସବୁଥିରେ ପଛୁଆ : ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦ବର୍ଷ ତଳେ ଗଦାଗଦା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେଡି ଶାସନରେ ସବୁଥିରେ ଓଡ଼ିଶା ପଛରେ ପଡ଼ିଛି। ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର କେଉଁ ସ୍ୱପ୍ନକୁ ସାକାର ଶାସକ ବିଜେଡି ସାକାର କରିଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଆଜି ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୨୦ ବର୍ଷ ତଳେ ଗଦା ଗଦା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେଡି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର କେଉଁ […]

niranjan-2-750x430

niranjan-2-750x430

Tapas Behera
  • Published: Thursday, 05 March 2020
  • Updated: 05 March 2020, 10:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦ବର୍ଷ ତଳେ ଗଦାଗଦା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେଡି ଶାସନରେ ସବୁଥିରେ ଓଡ଼ିଶା ପଛରେ ପଡ଼ିଛି। ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର କେଉଁ ସ୍ୱପ୍ନକୁ ସାକାର ଶାସକ ବିଜେଡି ସାକାର କରିଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ଆଜି ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୨୦ ବର୍ଷ ତଳେ ଗଦା ଗଦା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେଡି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର କେଉଁ ସ୍ୱପ୍ନକୁ ସାକାର କରିଛି, ତାହା ଆଜିର ବିଶ୍ଳେଷଣର ବିଷୟ। ଓଡ଼ିିଶାରେ କୃଷି, ଜଳସେଚନ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସର୍ବନିମ୍ନ କ୍ଷେତ୍ରର ସ୍ଥାନ ସର୍ବଭାରତୀୟ ସ୍ତରରେ କେଉଁଠି? ସବୁ ବ୍ଲକର ସର୍ବନିମ୍ନ ୩୫ ଭାଗ ଜମିକୁ ଜଳସେଚିତ କରିବାର ଧାର୍ଯ୍ୟ ପୂରଣ ନିମନ୍ତେ ପ୍ରତି ୫ ବର୍ଷରେ ନିର୍ବାଚନବେଳେ ସରକାର ସଂକଳ୍ପବଦ୍ଧ ହୋଇଥିଲେ ମଧ୍ୟ ଆଜିର ଦିନରେ ସେ ଲକ୍ଷ୍ୟ ଠାରୁ ବହୁତ ପଛରେ। ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ କେନ୍ଦ୍ରୀୟ ଯୋଜନାରେ ବିଶେଷକରି ୟୁପିଏ – ୧ ଓ ୟୁପିଏ – ୨ ସମୟରେ ସର୍ବଶିକ୍ଷା ଯୋଜନାରେ ବହୁତ ଅର୍ଥ ପାଇଥିଲେ ମଧ୍ୟ ଏବେବି ଅନେକ ସ୍କୁଲରେ ପକ୍କାଘରଟିଏ ନାହିଁ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨୦୦୨ ମସିହାରୁ ପ୍ରତି ବର୍ଷ ହଜାର ହଜାର କୋଟି ଟଙ୍କା ଅନୁଦାନ ପାଇ ମଧ୍ୟ ଏବେ ସୁଦ୍ଧା ଅନେକ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଅଛି।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବାର ଯେତେ ଡିଣ୍ଡିମ ପିଟୁଥିଲେ ମଧ୍ୟ ଗ୍ରାମାଂଚଳ କଥା ଦୂରେ ଥାଉ ସହରାଂଚଳରେ ମଧ୍ୟ ସଠିକ୍ ସ୍ୱାସ୍ଥ୍ୟସେବା ସରକାର ଯୋଗାଇ ପାରିଲେ ନାହିଁ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ କରିଥିବା ଯୋଜନାଟି କାହାପ୍ରତି ଉଦ୍ଦିଷ୍ଟ ତାହା ହିଁ ପ୍ରଶ୍ନବାଚୀ। ରତ୍ନଗର୍ଭା ଓଡ଼ିଶାର ଖଣି ଖାଦାନକୁ ବିନିଯୋଗ କରି ଓଡ଼ିଶାର ଆର୍ଥିକ ଓ ସାମାଜିକ ମାନଦଣ୍ଡକୁ ଉନ୍ନତ କରିବା ସହ ବେକାରୀ ସମସ୍ୟା ଦୂର କରିବା ପାଇଁ ସ୍ୱପ୍ନ ଦେଖିଥିବା ଓଡ଼ିଶାର ପୂର୍ବସୂରୀମାନଙ୍କର ସ୍ୱପ୍ନକୁ ଧୂଳିସାତ୍ କରାଯାଇଛି। କେବଳ ଖଣି ଖାଦାନକୁ ବିକି ରୟାଲ୍‌ଟି ବଢାଇବା ସଙ୍ଗେ ସଙ୍ଗେ କିଛି ଅସାଧୁ ବ୍ୟବସାୟୀ ରାତାରାତି ହଜାର ହଜାର କୋଟି ଟଙ୍କାର ମାଲିକ ପାଲଟିଛନ୍ତି। ରାଜ୍ୟରେ ବିଗତ ୨୦ ବର୍ଷ ଭିତରେ ନିଶା ଦ୍ରବ୍ୟର କାରବାର ବହୁ ମାତ୍ରାରେ ବୃଦ୍ଧି ପାଇଛି। ଶାସନକଳକୁ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ନଚଳାଇ ଜଣତନ୍ତ୍ର ଓ ଅଫିସରତନ୍ତ୍ରରେ ପରିଣତ କରିଛନ୍ତି । ନାରୀ ନିର୍ଯାତନା ଓ ଶିଶୁ ନିର୍ଯାତନା ରାଜ୍ୟରେ ବଢି ବଢି ଚାଲିଛି।

‘ଆଇନ୍ ତା ବାଟରେ ଯାଉଥିବା’ କଥା କହୁଥିବା ସରକାରରେ ଦିନ ଦ୍ୱିପ୍ରହରରେ ହତ୍ୟା ଓ ଲୁଣ୍ଠନ ହେଉଛି। ଓଡ଼ିଶାର ଲୋକଙ୍କୁ କେବଳ ସାମାନ୍ୟ ରିହାତି ସୁଯୋଗ ଦେଇ ବାରମ୍ବାର ଭୋଟ ଜିତିବାରେ ସିଦ୍ଧହସ୍ତ ବିଜେଡି ଗତ ନିର୍ବାଚନରେ ଓଡ଼ିଶା ରାଜକୋଷର ହଜାର ହଜାର କୋଟି ଟଙ୍କା କାଳିଆ ଯୋଜନା ନାଁରେ ଅପବ୍ୟୟ କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ବିଜୁ ଯୁବ ବାହିନୀ ଗଢି କୋଟି କୋଟି ଟଙ୍କା ବ୍ୟୟ କରିଥିବା ସରକାର କାହିଁ ଏବେତ ସେଥିପାଇଁ ଟଙ୍କାଟିଏ ବ୍ୟୟ ବରାଦ ତ କରିନାହାନ୍ତି। ତେଣୁ ସବୁ ଦୃଷ୍ଟିରୁ ବିଫଳ ହୋଇଥିବା ସରକାରର ଆତ୍ମ ସମୀକ୍ଷା ନିହାତି ଜରୁରୀ ବୋଲି ଶ୍ରୀ ପଟ୍ଟନାୟକ କଟାକ୍ଷ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story