ନାଇଜର୍‌ ହେଲା କଣ୍ଟେନମେଣ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିନ୍ତା ବଢ଼ାଉଛି କରୋନା । ରାଜ୍ୟରେ କରୋନା ଏବେ ଉପରମୁହାଁ ଥିବା ବେଳେ ହଟସ୍ପଟ ପାଲଟୁଛି ଶିକ୍ଷାନୁଷ୍ଠାନ ।  କିଛି ଦିନ ପୂର୍ବେ ବୁର୍ଲା ଭିମସାରରୁ ୭୦ରୁ ଅଧିକ ଡାକ୍ତରୀ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ମହାମାରୀର ନୂଆ ଠିକଣା ପାଲଟିଛି ଖୋର୍ଦ୍ଧା ଜିଲ୍ଲାସ୍ଥିତ ନାଇଜର ଶିକ୍ଷାନୁଷ୍ଠାନ । ଏହି ଶିକ୍ଷାନୁଷ୍ଠାନର ୩୧ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ନାଇଜରକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଖୋର୍ଦ୍ଧା ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି କ୍ୟାମ୍ପସ୍‌କୁ […]

niser

niser

Niharika Rout
  • Published: Tuesday, 04 January 2022
  • Updated: 04 January 2022, 02:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିନ୍ତା ବଢ଼ାଉଛି କରୋନା । ରାଜ୍ୟରେ କରୋନା ଏବେ ଉପରମୁହାଁ ଥିବା ବେଳେ ହଟସ୍ପଟ ପାଲଟୁଛି ଶିକ୍ଷାନୁଷ୍ଠାନ ।  କିଛି ଦିନ ପୂର୍ବେ ବୁର୍ଲା ଭିମସାରରୁ ୭୦ରୁ ଅଧିକ ଡାକ୍ତରୀ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ମହାମାରୀର ନୂଆ ଠିକଣା ପାଲଟିଛି ଖୋର୍ଦ୍ଧା ଜିଲ୍ଲାସ୍ଥିତ ନାଇଜର ଶିକ୍ଷାନୁଷ୍ଠାନ । ଏହି ଶିକ୍ଷାନୁଷ୍ଠାନର ୩୧ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ନାଇଜରକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।

ଖୋର୍ଦ୍ଧା ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି କ୍ୟାମ୍ପସ୍‌କୁ କଣ୍ଟେନମେଣ୍ଟ କରିବା ପରେ ହଷ୍ଟେଲ ଭିତରକୁ ଯାଆସ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ହଷ୍ଟେଲ୍ ଭିତରୁ କେହି ଯେପରି ବାହାରକୁ ଆସିବେନି କିମ୍ବା କେହି ଯେପରି ବାହାରକୁ ଯିବେନି ସେ ନେଇ କଡ଼ା ନିୟମ ଜାରି ହୋଇଛି ।

ସମସ୍ତ ପଜିଟିଭ ଛାତ୍ରଛାତ୍ରୀ ପ୍ରଥମ ବର୍ଷର ବୋଲି ଜଣାଯାଇଛି। ନାମଲେଖା ପ୍ରକ୍ରିୟା ସରିବା ପରେ ସେମାନେ କ୍ୟାମ୍ପସ୍‌କୁ ଆସିଥିଲେ। ପ୍ରବେଶ ସମୟରେ ସେମାନଙ୍କର କରୋନା ପରୀକ୍ଷା କରାଯାଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ମାତ୍ର ସେମାନଙ୍କୁ ଆଇସୋଲେସନରେ ରଖାଯିବା ସହ ସେମାନଙ୍କ ଉପରେ ନଜର ରଖାଯାଇଥିଲା।

ହେଲେ ଏହାପରେ କିଛି ଛାତ୍ର ଅସୁସ୍ଥ ହେବାରୁ ସେମାନଙ୍କ ପରୀକ୍ଷା କରାଯାଇଥିଲା। ସେମାନେ ପଜିଟିଭ ଚିହ୍ନଟ ହେବା ପରେ ଅନ୍ୟମାନଙ୍କର ମଧ୍ୟ ସାମ୍ପଲ ଟେଷ୍ଟ କରାଯାଇଥିଲା। ଗତକାଲି ସୁଦ୍ଧା ସମୁଦାୟ ୩୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କେହି ଓମିକ୍ରନ ଆକ୍ରାନ୍ତ  ନ ଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ।  ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିବା ବେଳେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି।

ଆକ୍ରାନ୍ତଙ୍କୁ ନାଇଜର ପରିସରରେ ରଖି ଚିକିତ୍ସା କରାଯାଉଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଟ୍ରାକିଂ କରାଯାଉଛି। ନାଇଜରରେ ପ୍ରାୟତଃ ବାହାର ରାଜ୍ୟ ଛାତ୍ରଛାତ୍ରୀ ରହି ପାଠ ପଢ଼ୁଛନ୍ତି। ତେଣୁ ସଂକ୍ରମଣ ଯେପରି ବୃଦ୍ଧି ନ ପାଏ ତାହା ଉପରେ ନଜର ରଖାଯାଇଛି। ପରସ୍ପର ସହ ମିଳାମିଶାକୁ ବାରଣ କରାଯାଉଛି।

ଅନ୍ୟପକ୍ଷରେ ହଠାତ କରୋନା  ସଂକ୍ରମଣ ଆଖି ପିଛୁଳାକେ ବଢ଼ୁଥିବାରୁ ସ୍କୁଲଠୁ କଲେଜ ପର୍ଯ୍ୟନ୍ତ ସବୁଠି ଉପସ୍ଥାନ କମ ରହୁଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ଭୟଭୀତ ହୋଇପଡ଼ିଥିବା ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅମଙ୍ଗ ହେଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story