ରାଜ୍ୟରେ କ’ଣ ରହିବ ବିଜେପିର ଆଭିମୁଖ୍ୟ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶାସନବିରୋଧୀ ହାୱା ଓ ବିଜେପିର ଆକ୍ରମଣାତ୍ମକ ନିର୍ବାଚନୀ ରଣକୌଶଳ ସତ୍ତ୍ୱେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବାକୁ ଯାଉଛନ୍ତି। କଂଗ୍ରେସକୁ ପଛରେ ପକାଇ ବିଜେପି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ହୋଇଥିଲେ ମଧ୍ୟ ବିଧାନସଭା ନିର୍ବାଚନରେ ଆଶାନୁରୂପ ସଫଳତା ହାସଲ କରିପାରିନି। ଅବଶ୍ୟ କେନ୍ଦ୍ରରେ ବିଜେପିକୁ ବିପୁଳ ସଫଳତା ମିଳିବା ପରେ ନବୀନଙ୍କ ବିଜେଡି ପ୍ରତି ରାଜ୍ୟରେ ବିଜେପିର ଆଭିମୁଖ୍ୟ […]

bjp-failed-to-repeat-its-success-in-last-panchayat-polls-in-odisha

Manoranjan Sial
  • Published: Sunday, 26 May 2019
  • Updated: 26 May 2019, 09:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶାସନବିରୋଧୀ ହାୱା ଓ ବିଜେପିର ଆକ୍ରମଣାତ୍ମକ ନିର୍ବାଚନୀ ରଣକୌଶଳ ସତ୍ତ୍ୱେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବାକୁ ଯାଉଛନ୍ତି। କଂଗ୍ରେସକୁ ପଛରେ ପକାଇ ବିଜେପି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ହୋଇଥିଲେ ମଧ୍ୟ ବିଧାନସଭା ନିର୍ବାଚନରେ ଆଶାନୁରୂପ ସଫଳତା ହାସଲ କରିପାରିନି। ଅବଶ୍ୟ କେନ୍ଦ୍ରରେ ବିଜେପିକୁ ବିପୁଳ ସଫଳତା ମିଳିବା ପରେ ନବୀନଙ୍କ ବିଜେଡି ପ୍ରତି ରାଜ୍ୟରେ ବିଜେପିର ଆଭିମୁଖ୍ୟ କ’ଣ ରହିବ ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ନିର୍ବାଚନବେଳେ ବିଜେଡି ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଥିବା ବିଜେପି ନେତୃତ୍ୱ କିନ୍ତୁ ରାଜ୍ୟରେ ‘ଫୋନି’ ବାତ୍ୟା ଆଳରେ ୟୁ-ଟର୍ଣ୍ଣ ନେଇ ବିଜେଡିର ନିକଟତର ହୋଇଥିଲେ। ଅବଶ୍ୟ ସେତେବେଳେ ନିର୍ବାଚନ ଫଳାଫଳ ଆସିନଥିଲା ଓ କେନ୍ଦ୍ରରେ ସରକାର ଗଠନ ପାଇଁ ବିଜେଡିର ଆବଶ୍ୟକତା ଅନୁଭବ କରି ବିଜେପି ନିଜର ଆଭିମୁଖ୍ୟକୁ କୋହଳ କରିଥିଲା। କିନ୍ତୁ କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ବିପୁଳ ସଫଳତା ମିଳିବା ପରେ ବିଜେଡି ପାଇଁ ସମସ୍ୟା ବଢ଼ିଛି। “ନଈକୁ ଗଲେ କୁମ୍ଭୀର ଓ କୂଳକୁ ଆସିଲେ ବାଘ” ଖାଇବା ଭଳି ସମସ୍ୟାରେ ବିଜେଡି ପଡ଼ିଛି।

'ଓଡ଼ିଶାର ସ୍ୱାର୍ଥ' ହାସଲ ପାଇଁ ନିଜର ଦଶନ୍ଧି ପୁରୁଣା ‘ସମଦୂରତ୍ୱ’ ଆଭିମୁଖ୍ୟରୁ ଓହରି ଏନଡିଏ କିମ୍ବା ୟୁପିଏକୁ ସମର୍ଥନ ଦେବାରେ କୌଣସି ସମସ୍ୟା ନାହିଁ ବୋଲି ନିର୍ବାଚନ ପ୍ରଚାରବେଳେ ବିଜେଡି ନିଜଆଡ଼ୁ ଅଫର ଦେଇଥିଲା। କିନ୍ତୁ ନିର୍ବାଚନ ଫଳାଫଳ ଆସିବା ପରେ ବିଜେଡିର ଏହି ‘ମୂଲଚାଲ’ ରଣନୀତି ଆଉ କାମ ଦେଇନଥିଲା। ଲୋକସଭାରେ ଦୁଇ ତୃତୀୟାଂଶ ଆସନଠୁ ମାତ୍ର ୧୦ଟି ସିଟ୍ ( ବିଜେପିର ୩୦୩ ସମେତ ଏନଡିଏର ମୋଟ ୩୫୩ଟି) ହାସଲ କରିବାରେ ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସକ୍ଷମ ହୋଇଛି। ଏନଡିଏକୁ ସମର୍ଥନ ଦେବା ପାଇଁ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆରକଂଗ୍ରେସ ଗୋଡ଼ ଟେକି ବସିଛି। ଜଗନଙ୍କ ଦଳର ୨୩ ସାଂସଦ ରହିଛନ୍ତି। ତେଣୁ ଲୋକସଭାରେ ଏନଡିଏକୁ ବିଜେଡିର ସମର୍ଥନ ପ୍ରାୟତଃ ଅନାବଶ୍ୟକ ହୋଇଥିବାବେଳେ ନବୀନ ପଟ୍ଟନାୟକ ଆଉ ସମର୍ଥନ ଦେବା ଆଳରେ ‘ମୂଲଚାଲ’ ରଣନୀତି ଆପଣାଇବାର ସମ୍ଭାବନା ନାହିଁ ବୋଲି କହିଲେ ଚଳିବ। ଅବଶ୍ୟ ଏନଡିଏ ମେଣ୍ଟ ଏବେବି ରାଜ୍ୟସଭାରେ ଆସନ ଗଣିତରେ ପଛରେ ରହିଛି। ମାତ୍ର ୨୦୨୦ ମସିହା ପୂର୍ବରୁ ମୋଦି ସରକାରଙ୍କୁ ବିଜେଡିର ବିରୋଧ କଲେ ବି ଏହାର ବିଶେଷ ଫରକ ପଡ଼ିବ ନାହିଁ। ଏହି ସମସ୍ତ ସ୍ଥିତିକୁ ଆକଳନ କରି ବିଜେଡି ‘ମୂଲଚାଲ’ ରଣନୀତି ଛାଡ଼ି ‘ପ୍ରସଙ୍ଗଭିତ୍ତିକ ସମର୍ଥନ’ ଆଳରେ ବିଜେପିର ନିକଟତର ହେବାକୁ ପ୍ରୟାସ ଆରମ୍ଭ କରିଛି। ନବୀନ ମଧ୍ୟ ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟର ସ୍ୱାର୍ଥ ପାଇଁ ପ୍ରସଙ୍ଗଭିତ୍ତିକ ସମର୍ଥନ ଦିଆଯିବ ବୋଲି କହିସାରିଛନ୍ତି।

ଆଜି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ସଂସଦୀୟ ଦଳ ବୈଠକ ବସି ୩ଟି ପ୍ରମୁଖ ଦାବି ଦିଲ୍ଲୀ ଦରବାରରେ ଉପସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଓ ବିପର୍ଯ୍ୟୟ ପରିଚାଳନା ପାଇଁ ପର୍ଯ୍ୟାପ୍ତ ପାଣ୍ଠି ପ୍ରସଙ୍ଗକୁ ବିଜେଡିର ୧୨ ଲୋକସଭା ସାଂସଦ ଦିଲ୍ଲୀରେ ଦରବାରରେ ଉଠାଇବେ ବୋଲି ସ୍ଥିର ହୋଇଥିବା ଜଣାପଡ଼ିଛି।

ଏପଟେ ୨୦୧୪ ତୁଳନାରେ ବିଜେପିକୁ ଓଡ଼ିଶାରୁ ଅଧିକ ୭ଟି ଲୋକସଭା ଓ ୧୩ଟି ବିଧାନସଭା ଆସନ ମିଳିଛି। ଦଳର ଭୋଟ୍ ହାର ଲୋକସଭାରେ ୨୧.୯%ରୁ ୩୮.୩୭%କୁ ବଢ଼ିଥିବାବେଳେ ବିଧାନସଭା କ୍ଷେତ୍ରରେ ୧୮.୨%ରୁ ୩୨.୫%କୁ ବଢ଼ିଛି। ଏହି ଉତ୍ସାହଜନକ ଭୋଟହାରକୁ ନିଜ ସପକ୍ଷରେ ବାନ୍ଧି ରଖି ୨୦୨୨ ପଞ୍ଚାୟତ ନିର୍ବାଚନ ଓ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁ ଗୋଟିଚାଳନା କରିବା ରାଜ୍ୟ ବିଜେପି ନିମନ୍ତେ ଅପରିହାର୍ଯ୍ୟ ହୋଇପଡ଼ିଛି। ରାଜ୍ୟରେ ବିଜେପି ମୁଖ୍ୟ ବିରୋଧୀ ଦଳ ହୋଇଥିବାରୁ ଶାସକ ବିଜେଡି ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ ନକଲେ ଲୋକଙ୍କ ଆସ୍ଥାଭାଜନ ହେବାର ସମ୍ଭାବନା ବି କ୍ଷୀଣ। ଯଦି ବିଜେପି ଜାତୀୟ ନେତୃତ୍ୱ କଂଗ୍ରେସ ହାଇକମାଣ୍ଡଙ୍କ ଭଳି ବିଜେଡି ପ୍ରତି କୋହଳ ଆଭିମୁଖ୍ୟ ପୋଷଣ କରନ୍ତି, ତା’ହେଲେ ଭୋଟରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିବ ଓ ବିଜେପି ରାଜ୍ୟରେ ବଢ଼ିବା ପରିବର୍ତ୍ତେ କଂଗ୍ରେସ ଭଳି ବିପର୍ଯ୍ୟସ୍ତ ସ୍ଥିତିକୁ ଚାଲିଯିବାର ଆଶଙ୍କା ରହିଛି।

ବିଜେଡିକୁ ମିଳିଥିବା ପୂର୍ଣ୍ଣ ବହୁମତର ସରକାର ଭିତରେ ବିଜେପି ରାଜ୍ୟରେ ନିଜର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ କିଭଳି ଆଭିମୁଖ୍ୟ ଆପଣାଉଛି, ତାହା ଉଭୟ କେନ୍ଦ୍ର ଓ ରାଜ୍ୟରେ ନୂଆ ସରକାର ଗଠନ ପରେ ସ୍ପଷ୍ଟ ହେବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story