ସ୍ୱର୍ଗ ପରି ସ୍ଥାନ, କିନ୍ତୁ ଯିବାକୁ ରାସ୍ତା ନାହିଁ

ଫୁଲବାଣୀ: ପ୍ରାକୃତିକ ପରିବେଶରେ ଭରପୁର କନ୍ଧମାଳ ଜିଲ୍ଲା। ଶୀତ ଦିନ ଆସିଲେ ଏହାର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଏ। କୁହୁଡ଼ିରେ ଆଚ୍ଛାଦିତ ହୋଇଯାଏ ପୂରା ପରିବେଶ। ଦେଖିଲେ ଲାଗେ ପ୍ରକୃତିରାଣୀ ସତେକି ଧଳା ଚାଦରରେ ଘୋଡ଼େଇ ହୋଇ ରହିଛି। ପ୍ରକୃତିର ଏହି ଅପରୁପ ସୌନ୍ଦର୍ଯ୍ୟ ଉପଭଗ କରିବା ପାଇଁ କାହିଁ କେତେ ଦୂରରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଶୀତ ଦିନ ଆସିଲେ କନ୍ଧମାଳ ଠାରୁ ୨୮ କିଲୋମିଟର ଦୂରରେ ଥିବା କାଟ୍ରାମାଲା ଜଳପ୍ରପାତକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ।  ହେଲେ ଗମନାଗମନର ସୁବିଧା ନ ଥିବାରୁ ଏଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ କମୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

ଏହି କାଟ୍ରାମାଲା ଜଳପ୍ରପାତ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। ଏହାସହ ଇକୋ ଟୁରିଜିମର ମାନ୍ୟତା ବି ମିଳିଛି। ହେଲେ ଦୁଃଖର କଥା ଏହି ଜଳ ପ୍ରପାତକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ସେତିକି ନୁହେଁ ଏଠାକୁ ଯିବାକୁ ହେଲେ ୬ଟି ଛୋଟ ଛୋଟ ନାଳ ପାରି ହୋଇ ଯିବାକୁ ପଡ଼େ। ଭଲ ରାସ୍ତାଟେ ତିଆରି କରିବା ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରୁଥିଲେ ମଧ୍ୟ କିଛି ଫଳ ମିଳୁନଥିବା ଅଭିଯୋଗ ହୋଇଛି।

କନ୍ଧମାଳ ଜିଲ୍ଲାରେ କେବଳ ଏହି କାଟ୍ରାମାଳା ଜଳ ପ୍ରପାତ ନୁହେଁ ଅନେକ ପର୍ଯ୍ୟଟନ ସ୍ଥଳି ରହିଛି। ହେଲେ ସେଠାକୁ ଯିବାକୁ ଭଲ ରାସ୍ତା ନାହିଁ। ଏହି ରାସ୍ତା ଜଙ୍ଗଲ ବିଭାଗ ଅଧିନରେ ଆସୁଥିବାରୁ  ରାସ୍ତା କାମ ହୋଇ ପାରୁନାହିଁ। ଏ ନେଇ DFOଙ୍କ ସହ ଆଲୋଚନା କରିବା ପରେ ରାସ୍ତା କାମ ଆରମ୍ଭ ହେବ ବୋଲି ଜିଲ୍ଳାପାଳ କହିଛନ୍ତି।

Ordigital Desk
• Published: Tuesday, 19 December 2017
• Updated: 19 December 2017, 09:40 AM IST

Sports

Latest News

ଫୁଲବାଣୀ: ପ୍ରାକୃତିକ ପରିବେଶରେ ଭରପୁର କନ୍ଧମାଳ ଜିଲ୍ଲା। ଶୀତ ଦିନ ଆସିଲେ ଏହାର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଏ। କୁହୁଡ଼ିରେ ଆଚ୍ଛାଦିତ ହୋଇଯାଏ ପୂରା ପରିବେଶ। ଦେଖିଲେ ଲାଗେ ପ୍ରକୃତିରାଣୀ ସତେକି ଧଳା ଚାଦରରେ ଘୋଡ଼େଇ ହୋଇ ରହିଛି। ପ୍ରକୃତିର ଏହି ଅପରୁପ ସୌନ୍ଦର୍ଯ୍ୟ ଉପଭଗ କରିବା ପାଇଁ କାହିଁ କେତେ ଦୂରରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଶୀତ ଦିନ ଆସିଲେ କନ୍ଧମାଳ ଠାରୁ ୨୮ କିଲୋମିଟର ଦୂରରେ ଥିବା କାଟ୍ରାମାଲା ଜଳପ୍ରପାତକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ।  ହେଲେ ଗମନାଗମନର ସୁବିଧା ନ ଥିବାରୁ ଏଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ କମୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

ଏହି କାଟ୍ରାମାଲା ଜଳପ୍ରପାତ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। ଏହାସହ ଇକୋ ଟୁରିଜିମର ମାନ୍ୟତା ବି ମିଳିଛି। ହେଲେ ଦୁଃଖର କଥା ଏହି ଜଳ ପ୍ରପାତକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ସେତିକି ନୁହେଁ ଏଠାକୁ ଯିବାକୁ ହେଲେ ୬ଟି ଛୋଟ ଛୋଟ ନାଳ ପାରି ହୋଇ ଯିବାକୁ ପଡ଼େ। ଭଲ ରାସ୍ତାଟେ ତିଆରି କରିବା ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରୁଥିଲେ ମଧ୍ୟ କିଛି ଫଳ ମିଳୁନଥିବା ଅଭିଯୋଗ ହୋଇଛି।

କନ୍ଧମାଳ ଜିଲ୍ଲାରେ କେବଳ ଏହି କାଟ୍ରାମାଳା ଜଳ ପ୍ରପାତ ନୁହେଁ ଅନେକ ପର୍ଯ୍ୟଟନ ସ୍ଥଳି ରହିଛି। ହେଲେ ସେଠାକୁ ଯିବାକୁ ଭଲ ରାସ୍ତା ନାହିଁ। ଏହି ରାସ୍ତା ଜଙ୍ଗଲ ବିଭାଗ ଅଧିନରେ ଆସୁଥିବାରୁ  ରାସ୍ତା କାମ ହୋଇ ପାରୁନାହିଁ। ଏ ନେଇ DFOଙ୍କ ସହ ଆଲୋଚନା କରିବା ପରେ ରାସ୍ତା କାମ ଆରମ୍ଭ ହେବ ବୋଲି ଜିଲ୍ଳାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos