ମାଘ ସପ୍ତମୀରେ ଏଥର ଚନ୍ଦ୍ରଭାଗାରେ ବୁଡ଼ ପକାଇପାରିବେନି ଶ୍ରଦ୍ଧାଳୁ

କୋଣାର୍କ (ଓଡ଼ିଶା ରିପୋର୍ଟର): ଗତବର୍ଷ ଭଳି ଏବର୍ଷ ମଧ୍ୟ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ପାରିବେ ନାହିଁ ଶ୍ରଦ୍ଧାଳୁ। ଠାକୁରଙ୍କ ମହାସ୍ନାନ ପରେ କେବଳ ସେବାୟତଙ୍କୁ ବୁଡ଼ ପକାଇବା ପାଇଁ ଅନୁମତି ମିଳିବ। ଏହାସହ ଚନ୍ଦ୍ରଭାଗା ବେଳାଭୂମି, ତୀର୍ଥ ପୁଷ୍କରଣୀ ଓ ମେଳା ପଡ଼ିଆରେ ୧୪୪ ଧାରା ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ପୁରୀ ଜିଲ୍ଲା ଉପଜିଲ୍ଲାପାଳ ଭାବତାରଣ ସାହୁ ଏଥିରେ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆସନ୍ତା ଫେବ୍ରୁଆରୀ ୭ତାରିଖ […]

Magha Saptami

Magha Saptami

Tapaswini Nayak
  • Published: Friday, 28 January 2022
  • Updated: 29 January 2022, 07:36 AM IST

Sports

Latest News

କୋଣାର୍କ (ଓଡ଼ିଶା ରିପୋର୍ଟର): ଗତବର୍ଷ ଭଳି ଏବର୍ଷ ମଧ୍ୟ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ପାରିବେ ନାହିଁ ଶ୍ରଦ୍ଧାଳୁ। ଠାକୁରଙ୍କ ମହାସ୍ନାନ ପରେ କେବଳ ସେବାୟତଙ୍କୁ ବୁଡ଼ ପକାଇବା ପାଇଁ ଅନୁମତି ମିଳିବ। ଏହାସହ ଚନ୍ଦ୍ରଭାଗା ବେଳାଭୂମି, ତୀର୍ଥ ପୁଷ୍କରଣୀ ଓ ମେଳା ପଡ଼ିଆରେ ୧୪୪ ଧାରା ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ପୁରୀ ଜିଲ୍ଲା ଉପଜିଲ୍ଲାପାଳ ଭାବତାରଣ ସାହୁ ଏଥିରେ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଆସନ୍ତା ଫେବ୍ରୁଆରୀ ୭ତାରିଖ ସୋମବାର ପଡ଼ୁଛି ପବିତ୍ର ମାଘ ସପ୍ତମୀ। ସେଥିପାଇଁ ଆଜି କୋଣାର୍କ ଯାତ୍ରୀ ନିବାସଠାରେ ବସିଥିଲା ପ୍ରଥମ ସମନ୍ଵୟ ବୈଠକ। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଚଳିତବର୍ଷ ବିନା ଶ୍ରଦ୍ଧାଳୁରେ ମାଘ ସପ୍ତମୀ ଚନ୍ଦ୍ରଭାଗା ବୁଡ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ପରମ୍ପରା ଅନୁଯାୟୀ ମାଘ ମାସ ୬ ତାରିଖ ଷଷ୍ଠୀ ରାତିରେ ଶୋଭାଯାତ୍ରାରେ ମାଧିପୁରର ଶ୍ରୀଶ୍ରୀ ତ୍ରିବେଣୀଶ୍ଵର ମହାଦେବ, ସନ୍ଥପୁରର ଶ୍ରୀଶ୍ରୀ ଐଶାନ୍ୟଶ୍ଵର ମହାଦେବ ଓ କୁରୁଜଙ୍ଗର ଶ୍ରୀଶ୍ରୀ ଦକ୍ଷିଣେଶ୍ୱର ମହାଦେବ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିବେ। ମହାପ୍ରଭୁମାନଙ୍କ ନୀତିକାନ୍ତି ପରେ ମହାସ୍ନାନ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ନୀତିକାନ୍ତିରେ ଜଡିତ ସେବକ ଓ ସାଧୁସନ୍ଥମାନ କେବଳ ବୁଡ ପକାଇପାରିବେ।

ନୀତିକାନ୍ତି ସହ ଜଡିତ ବ୍ରାହ୍ମଣ, ସେବକଙ୍କ ପାଇଁ ମାସ୍କ ବ୍ୟବହାର ବାଧ୍ୟତା ମୂଳକ କରାଯାଇଛି। ଚନ୍ଦ୍ରଭାଗା ତୀର୍ଥ କ୍ଷେତ୍ର ମଧ୍ୟକୁ କେବଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅନୁମତି ପ୍ରଦାନ କରାଯିବ। ଶ୍ରଦ୍ଧାଳୁମାନଙ୍କୁ ରୋକିବା ପାଇଁ କୋଣାର୍କକୁ ସଂଯୋଗ କରୁଥିବା ରାସ୍ତାରେ ବ୍ୟାରିକେଟ ନିର୍ମାଣ କରାଯିବା ସହ ବ୍ୟାପକ ପୁଲିସ ଚେକିଙ୍ଗ ପୋଷ୍ଟ କରାଯିବ। ଡ୍ରେନେଜ ବିଭାଗ ଦ୍ଵାରା ତୀର୍ଥ ଖନନ, କୋଣାର୍କ ଏନଏସି ପକ୍ଷରୁ ତୀର୍ଥ ଜଳର ବିଶୋଧନ ପାଇଁ ବ୍ଲିଚିଂ ପକାଇବା କାର୍ଯ୍ୟ କରାଯିବ।

ପୌରାଣିକ ମତାନୁସାରେ ଏହି ପବିତ୍ର ଦିନରେ ସୂର୍ଯ୍ୟ ଭଗବାନ ବା ମିତ୍ରାଦିତ୍ୟଙ୍କ ଜନ୍ମ ଦିନ। ଏହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତି ହୋଇଥିଲେ। ଏହି ଦିନରେ ଲାଙ୍ଗୁଳା ନରସିଂହଦେବ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ।  ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାଲମ୍ବୀମାନେ ଏହି ପବିତ୍ର ଦିନରେ ତୀର୍ଥରେ ବୁଡ ପକାଇ ସୂର୍ଯ୍ୟଦୋୟ ଦର୍ଶନ କରିଥାନ୍ତି। ଆଜିର ସମନ୍ଵୟ ବୈଠକରେ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ସୁବାଶଚନ୍ଦ୍ର ନାଥଶର୍ମାଙ୍କ, କୋଣାର୍କ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story