ଓଡ଼ିଶା ବିଜେପି ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚାକୁ ଅରୁଣ ସିଂହଙ୍କ ଖଣ୍ଡନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ବଦଳିବେ ନାହିଁ ରାଜ୍ୟ ବିଜେପି ସଭାପତି। ବସନ୍ତ ପଣ୍ଡା ହିଁ ରାଜ୍ୟ ବିଜେପି ସଭାପତି ରହିବେ ବୋଲି ସ୍ପଷ୍ଟ କରିଛନ୍ତି ଓଡ଼ିଶା ପ୍ରଭାରୀ ଅରୁଣ ସିଂହ। ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ ଦିଲ୍ଲୀରେ କିଛି ଦଳୀୟ ନେତାଙ୍କୁ ଭେଟିବା ପରେ ରାଜ୍ୟ ନେତୃତ୍ୱ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ତେବେ ଅମିତ୍ ଶାହ ରାଜ୍ୟ ନେତାଙ୍କୁ ଦେଇଥିବା ଟାସ୍କ କେତେ ପୂରଣ ହୋଇଛି, ତାର ଅନୁଧ୍ୟାନ ଲାଗି ଭୁବନେଶ୍ୱର ଅାସିଥିବା […]

201805220759009531_BJP-accuses-BJD-govt-of-rampant-corruption_SECVPF

Rakesh Mallick
  • Published: Friday, 27 July 2018
  • Updated: 27 July 2018, 07:32 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ବଦଳିବେ ନାହିଁ ରାଜ୍ୟ ବିଜେପି ସଭାପତି। ବସନ୍ତ ପଣ୍ଡା ହିଁ ରାଜ୍ୟ ବିଜେପି ସଭାପତି ରହିବେ ବୋଲି ସ୍ପଷ୍ଟ କରିଛନ୍ତି ଓଡ଼ିଶା ପ୍ରଭାରୀ ଅରୁଣ ସିଂହ। ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ ଦିଲ୍ଲୀରେ କିଛି ଦଳୀୟ ନେତାଙ୍କୁ ଭେଟିବା ପରେ ରାଜ୍ୟ ନେତୃତ୍ୱ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ତେବେ ଅମିତ୍ ଶାହ ରାଜ୍ୟ ନେତାଙ୍କୁ ଦେଇଥିବା ଟାସ୍କ କେତେ ପୂରଣ ହୋଇଛି, ତାର ଅନୁଧ୍ୟାନ ଲାଗି ଭୁବନେଶ୍ୱର ଅାସିଥିବା ପ୍ରଭାରୀ ଅରୁଣ ସିଂହ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ପଞ୍ଚାୟତରୁ ଆରମ୍ଭ କରି ବିସ୍ତାରକ ଓ କୋର୍‌ ଟିମର ସଦସ୍ୟଙ୍କୁ ଶାହ ଦେଇଥିଲେ ହେଭି ଟାସ୍କ। ପ୍ରତି ଟାସ୍କ ପାଇଁ ଡେଡ୍‌ଲାଇନ୍‌ ବି ଦେଇଥିଲେ ବିଜେପି କମାଣ୍ଡର୍‌। ହେଲେ ସବୁଠୁ ବଡ଼ ଟାସ୍କକୁ ନେଇ ଏବେ ଚିନ୍ତାରେ ରାଜ୍ୟ ବିଜେପି। ପ୍ରତି ବୁଥରେ ବିଜେପିର ନୂଆ ସଦସ୍ୟ କରିବା ଓ ପୁରଣା ସଦସ୍ୟଙ୍କ ସହ ସଂପର୍କ ସ୍ଥାପନ କରିବା କାମରେ ନେତା ଓ କାର୍ଯ୍ୟକର୍ତ୍ତା ଲାଗିପଡିଥିଲେ ବି ଶାହଙ୍କ ଟାସ୍କ କିନ୍ତୁ ପୂରଣ ହୋଇପାରିନି।

୧୫ ଦିନ ଭିତରେ ବୁଥକୁ ଯାଇ ଲୋକଙ୍କ ପାଖରେ କେନ୍ଦ୍ର ସରକାରଙ୍କ କଥା ପହଞ୍ଚାଇବାକୁ କହିଥିଲେ ଶାହ। ତେବେ ରାଜ୍ୟର ୩୬ ହଜାର ବୁଥରୁ ଦଳ ଏବେ ସୁଦ୍ଧା ୨୨ ହଜାର ବୁଥରେ ହିଁ ନିଜ ଉପସ୍ଥିତି ଜାହିର କରିପାରିଛି ବିଜେପି। ଶାହଙ୍କ ନିର୍ଦ୍ଦେଶ କିନ୍ତୁ ସବୁ ବୁଥରେ ସକ୍ରିୟ ସଦସ୍ୟ କର। ଶାହ ଓଡ଼ିଶା ଆସି ଯିବାର ମାସେ ପୂରିଲାଣି, ହେଲେ ଏଯାଏ ଟାର୍ଗେଟ୍ ଅନୁଯାୟୀ କାମ ଆଗେଇ ପାରି ନାହିଁ। ପ୍ରତି ପଞ୍ଚାୟତରେ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବାକୁ ବି କହିଥିଲେ ଶାହ। ସେଥିପାଇଁ ଆଜି ଟାସ୍କ କେତେ ପୂରଣ ହୋଇଛି ତାର ହିସାବ ନେବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଭାରୀ ଅରୁଣ ସିଂହ।

ଶାହ ଦେଇଥିବା ହୋମୱାର୍କ୍‌କୁ ନେଇ କସରତ ଚାଲିଥିବା ବେଳେ ଦଳର ରାଜ୍ୟ ମଙ୍ଗୁଆଳ ପରିବର୍ତ୍ତନ ଚର୍ଚ୍ଚା ବି ପୁଣି ଥରେ ମୁଣ୍ଡ ଟେକିଛି। ବିଜେପୁର ନିର୍ବାଚନ ପରେ ଏଭଳି ଚର୍ଚ୍ଚା ହୋଇଥିଲା। ଏବେ ବରିଷ୍ଠ ନେତା ପ୍ରତାପ ଷ଼ଡଙ୍ଗୀ ଦିଲ୍ଲୀରେ କିଛି ନେତାଙ୍କ ସହ ଆଲୋଚନା କରି ଫେରିବା ପରେ ପୁଣି କିଛି ମହଲରେ ଏମିତି ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଦଳ କହିଛି ଏବେ ନେତୃତ୍ୱ ପରିବର୍ତ୍ତନର କୌଣସି ସମ୍ଭାବନା ନାହିଁ। ଅଗଷ୍ଟ ଦିତୀୟ ସପ୍ତାହରେ ଦିଲ୍ଲୀରେ ହେବ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ। ତା ପୂର୍ବରୁ ରାଜ୍ୟ ନେତାଙ୍କୁ ଦିଲ୍ଲୀ ଡାକି ନିଜେ ଦେଇଥିବା ଟାସ୍କର ହିସାବ ନେଇପାରନ୍ତି ଅମିତ ଶାହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story