ପ୍ରଶ୍ନ କଲେ ସୁର, ମନ୍ତ୍ରୀ କହିଲେ ଏବେ ଖୋଲିବନି ରତ୍ନଭଣ୍ଡାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହା କହିଛନ୍ତି। ରତ୍ନ ଭଣ୍ଡାର ଖୋଲାହେବା ସମ୍ପର୍କରେ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ। ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଶେଷଥର ପାଇଁ କେବେ ଖୋଲା ଯାଇଥିଲା ଏବଂ ସେହି ସମୟରେ କ’ଣକ’ଣ ରତ୍ନ କେତେ ପରିମାଣର ଗଚ୍ଛିତ ଥିଲା ? ରତ୍ନଭଣ୍ଡାର ଏବେ […]

43213

43213

Tapas Behera
  • Published: Tuesday, 26 November 2019
  • Updated: 26 November 2019, 01:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହା କହିଛନ୍ତି। ରତ୍ନ ଭଣ୍ଡାର ଖୋଲାହେବା ସମ୍ପର୍କରେ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ।

ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଶେଷଥର ପାଇଁ କେବେ ଖୋଲା ଯାଇଥିଲା ଏବଂ ସେହି ସମୟରେ କ’ଣକ’ଣ ରତ୍ନ କେତେ ପରିମାଣର ଗଚ୍ଛିତ ଥିଲା ? ରତ୍ନଭଣ୍ଡାର ଏବେ ଖୋଲି ରତ୍ନକୁ ତନଖି କରିବା ପାଇଁ ପ୍ରସ୍ତାବ ଥିଲେ ବି ଏହା କେଉଁ କାରଣ ପାଇଁ କରାଯାଉନାହିଁ ? ଶେଷଥର ଗଣତି ହୋଇଥିବା ରତ୍ନ ସୁରକ୍ଷିତ ଅଛି କି ନାହିଁ ଅବଗତ କରାଇବେ ବୋଲି ବିଧାୟକ ସୁରେଶ ରାଉତରାୟ ପ୍ରଶ୍ନ କରିଥିଲେ।

ଯାହାର ଉତ୍ତର ରଖି ଆଇନମନ୍ତ୍ରୀ କହିଥିଲେ, ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ। ଏହାସହ ସେ ଆହୁରି ମଧ୍ୟ କହିଥିଲେ, ରତ୍ନଭଣ୍ଡାର ଶେଷ ଥର ପାଇଁ ୧୯୮୫ ମସିହା ଜୁଲାଇ ୧୪ ତାରିଖରେ ଖୋଲା ଯାଇଥିଲା। ସେହି ସମୟରେ ୪୫୪ଗୋଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଥିଲା। ଏଥିରେ ୧୨ ହଜାର ୮୩୮ ଭରି ମୂଲ୍ୟବାନ ପଥର ଥିଲା। ସେହିପରି ୨୩୬ଗୋଟି ରୂପା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଥିଲା। ଏଥିରେ ୧୮ ହଜାର ୮୧୫ ଓ ୬ ଅଣା ଭରି ମୂଲ୍ୟବାନ ପଥର ଥିଲା। ଏହି ଅଳଙ୍କାର ଓ ସାମଗ୍ରୀ ମଧ୍ୟରୁ ୮ଗୋଟି ସୁନା ମୂର୍ତ୍ତି, ୬ ଗୋଟି ରୁପା ବାସନ ଓ ମୂର୍ତ୍ତି ବିଭିନ୍ନ କାରଣରୁ ଓଜନ ହୋଇପାରି ନ ଥିଲା। ଏଣୁ ଏହାର ପରିମାଣ ଆକଳନ କରାଯାଇ ନାହିଁ। ଏହାକୁ ଉପରୋକ୍ତ ଓଜନ ମଧ୍ୟରେ ଅନ୍ତର୍ଭୁକ୍ତ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।

୧୯୭୮ ମସିହା ମେ ୧୩ ତାରିଖରୁ ୧୯୭୮ ମସିହା ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ତାଲିକାଭୁକ୍ତ ସୁନା ରୂପା ସାମଗ୍ରୀ ସୁରକ୍ଷିତ ଥିବା ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀଙ୍କ ଉତ୍ତର ପରେ ଗୃହ ବାହାରେ ସୁରେଶ ରାଉତରାୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀଙ୍କ ଉତ୍ତରରେ ସେ ଆଦୌ ସନ୍ତୁଷ୍ଟ ନଥିବା କହିଛନ୍ତି। ସେ କହିଛନ୍ତି ଯେ,ଏମାର ମଠ ରୁପା ଇଟା କୁଆଡ଼େ ଗଲା, ତାକୁ ଖାଇଦେଲେ। ଗୋଟିଏ ମଠର ଏତେ ସମ୍ପତ୍ତି, ଜଗନ୍ନାଥଙ୍କ ସଂପତ୍ତି କେତେ ? ତେଣୁ ରତ୍ନଭଣ୍ଡାର ଖୋଲିବା ପାଇଁ ସେ ଦାବି କରିଛନ୍ତି। ନଖୋଲିଲେ ଏ ଅଫିସରମାନେ ପୂରା ରତ୍ନଭଣ୍ଡାର ଲୁଟି ଖାଇଦେବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story