ରଥଯାତ୍ରା ବେଳେ ପିପିଲି ଟୋଲ୍‌ ଗେଟ୍‌ରେ ଆଦାୟ ହେବନି ଫି’

ପୁରୀ(ଓଡ଼ିଶା ରିପୋର୍ଟର): ଜୁଲାଇ ୪ ତାରିଖରେ ପୁରୀରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମଝିରେ ଅଛି ମାତ୍ର ୫ଦିନ। ଏଥର ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବାକୁ ଆଜି ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଶେଷ ସମନ୍ୱୟ କମିଟି ବୈଠକ। ଯେଉଁଥିରେ ମୁଖତଃ ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ରେଳ ବ୍ୟବସ୍ଥା, ଭକ୍ତଙ୍କ ସୁରକ୍ଷା ସହ ଓ ଶୃଙ୍ଖଳିତ ନୀତିକାନ୍ତି ଉପରେ ଆଲୋଚନା ହୋଇଥିଲା। ଏକ ବଡ଼ ନିଷ୍ପତ୍ତି କ୍ରମେ ଏଥର ଗୁଣ୍ଡିଚା, ବାହୁଡ଼ା ଓ […]

ratha-yatra

ratha-yatra

Manoranjan Sial
  • Published: Friday, 28 June 2019
  • Updated: 28 June 2019, 08:11 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଜୁଲାଇ ୪ ତାରିଖରେ ପୁରୀରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମଝିରେ ଅଛି ମାତ୍ର ୫ଦିନ। ଏଥର ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବାକୁ ଆଜି ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଶେଷ ସମନ୍ୱୟ କମିଟି ବୈଠକ। ଯେଉଁଥିରେ ମୁଖତଃ ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ରେଳ ବ୍ୟବସ୍ଥା, ଭକ୍ତଙ୍କ ସୁରକ୍ଷା ସହ ଓ ଶୃଙ୍ଖଳିତ ନୀତିକାନ୍ତି ଉପରେ ଆଲୋଚନା ହୋଇଥିଲା।

ଏକ ବଡ଼ ନିଷ୍ପତ୍ତି କ୍ରମେ ଏଥର ଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶ ଦିନ ପିପିଲି ଟୋଲ୍‌ ଗେଟ୍‌ ଫି’ ଛାଡ଼ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଜାତୀୟ ରାଜପଥରେ ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ୫ଟି ଆମ୍ବୁଲାନ୍ସ ଅହରହ ମୁତୟନ ରହିବ। ତା’ସହ ଘୋଷଯାତ୍ରା ପାଇଁ ପରିବହନ ବିଭାଗ ପକ୍ଷରୁ ପୁରୀକୁ ୨୦୦ରୁ ଅଧିକ ବସ ଓ ୧୯୪ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ।

ସେହିପରି ପୁରୀ ସମେତ ଏହାର ଆଖପାଖ ଅଞ୍ଚଳରେ ଅନବରତ ବିଦ୍ୟୁତ ସେବା ଲାଗି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି। ତେବେ ଫୋନି ବାତ୍ୟାରେ ପୁରୀ ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାରୁ ରଥଯାତ୍ରା ପୂର୍ବରୁ ସବୁକିଛି ସ୍ୱାଭାବିକ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos