ଏଣିକି ସବୁଦିନ ମିଳିବନି ମାଛ ଓ ମାଂସ, କେବଳ ରବିବାର

ରାଉରକେଲା(ପବନ ତିୱାରୀ): ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଞ୍ଚଳରେ କେବର ରବିବାର ଖୋଲିବ ଆମିଷ ଦୋକାନ। ତାହା ପୁଣି ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ। ଏଥିପାଇଁ ଆର୍‌ଏମ୍‌ସି ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ଆର୍‌ଏମ୍‌ସି ଏମିତି ନିଷ୍ପତ୍ତି ନେଇଛି। ସୁନ୍ଦରଗଡ଼ ଜିଲ୍ଲାରେ ଆଜି ସୁଦ୍ଧା ୧୦ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫ ଜଣ ଆର୍‌ଏମ୍‌ସି ଅଧୀନରେ ଅଛନ୍ତି। କୋଭିଡ -୧୯ ସଂକ୍ରମଣକୁ […]

fish

fish

Manoranjan Sial
  • Published: Wednesday, 29 April 2020
  • Updated: 29 April 2020, 05:45 PM IST

Sports

Latest News

ରାଉରକେଲା(ପବନ ତିୱାରୀ): ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଞ୍ଚଳରେ କେବର ରବିବାର ଖୋଲିବ ଆମିଷ ଦୋକାନ। ତାହା ପୁଣି ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ। ଏଥିପାଇଁ ଆର୍‌ଏମ୍‌ସି ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ଆର୍‌ଏମ୍‌ସି ଏମିତି ନିଷ୍ପତ୍ତି ନେଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ଆଜି ସୁଦ୍ଧା ୧୦ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫ ଜଣ ଆର୍‌ଏମ୍‌ସି ଅଧୀନରେ ଅଛନ୍ତି। କୋଭିଡ -୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଆର୍‌ଏମ୍‌ସି ନୂଆ ନିର୍ଦ୍ଦେଶନାମା ଜାରି କରିଛି।

ନୂଆ ନିୟମ ଅନୁସାରେ ରାସନ ସାମଗ୍ରୀ ଓ ଗ୍ରସରୀ, ପରିବା, ଛତୁ, ଫଳ, ଅଣ୍ଡା, ଫ୍ୟାନ, ବିଦ୍ୟୁତ ତାର, ବଲ୍‌, ଟ୍ୟୁବ୍ ଲାଇଟ୍‌ ଆଦି ବିକ୍ରି କରୁଥିବା ଇଲେକ୍ଟ୍ରିକାଲ ସାମଗ୍ରୀ ଦୋକାନ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମରାମତି ଦୋକାନ, ଗାଡ଼ି, ସାଇକଲ ମରାମତି ଦୋକାନ, ବ୍ୟାଟେରୀ ଓ ଟାୟାର ମରାମତି ତଥା ବିକ୍ରି ଦୋକାନ, କୃଷି ଯନ୍ତ୍ରପାତି, ସାର, କୀଟନାଶକ, ବିହନ, ପଶୁ ଖାଦ୍ୟ ବିକ୍ରି କରୁଥିବା ଦୋକାନ, ମତ୍ସ୍ୟ ସଂପଦ ନିମନ୍ତେ ଖାଦ୍ୟ, ଜାଲ ଆଦି ଦୋକାନ, ବେକେରୀ ଓ ମିଠା ଦୋକାନ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ।

 

ସେହିପରି ମାଛ ଓ ମାଂସ ଆଦି ଦୋକାନ ସପ୍ତାହକୁ ଥରେ (ରବିବାର) ଦିନ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। ମେଡିସିନ ଷ୍ଟୋର ୨୪ ଘଣ୍ଟା ଖୋଲା ରହିବ। କ୍ଲିନିକ ଓ ପାଥୋଲାବ୍‌ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ଓ ସଂଧ୍ୟା ୫ଟାରୁ ରାତି ୮ଟା ଯାଏଁ ଖୋଲା ରହିବ। ସ୍ୱରୋଜଗାରକ୍ଷମ ବ୍ୟକ୍ତି ଯଥା ଇଲେକ୍ଟ୍ରିସିଆନ୍, ଆଇଟି ଟେକ୍ନିସିଆନ୍, ପ୍ଲମ୍ବର୍, ମୋଟର ମେକାନିକ ଆଦି ବ୍ୟକ୍ତିମାନେ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଓ ସଂଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ବାହାରକୁ ଯାଇ କାମ କରିପାରିବେ। ହୋଟେଲ ଓ ରେଷ୍ଟୁରାଣ୍ଟ ସକାଳ ୮ଟାରୁ ଅପରାହ୍ନ ୨ଟା ଓ ସଂଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ବିକ୍ରି କରିପାରିବେ। କିନ୍ତୁ ହୋଟେଲ ଓ ରେଷ୍ଟୁରାଣ୍ଟରେ କେହି ବସିକି ଖାଇ ପାରିବେନାହିଁ। କେବଳ ଖାଦ୍ୟ ପ୍ୟାକିଂ କରି ନେଇ ପାରିବେ। ମିଲ୍‌କ ପାର୍ଲର୍ ଓ ଓମ୍‌ଫେଡ୍ ପାର୍ଲର୍ ସକାଳ ୬ଟାରୁ ଦିନ ୧୧ଟା ଓ ସଂଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ନିର୍ଦ୍ଦେଶ ଆସନ୍ତା ୩ ତାରିଖ ମଧ୍ୟରାତ୍ରୀ କିମ୍ବା ଅନ୍ୟାଦେଶ ପର୍ଯ୍ୟନ୍ତ ବଜାୟ ରହିବ। ତେବେ ଏହି ନିୟମ କଣ୍ଟେନମେଣ୍ଟ ଜୋନରେ କାର୍ଯ୍ୟ କରିବନାହିଁ। କଣ୍ଟେନମେଣ୍ଟ ଜୋନ୍‌ ପାଇଁ ଜାରି ହୋଇଥିବା ପୂର୍ବ ନିର୍ଦ୍ଦେଶାବଳୀ ଯଥାବିଧି ବଜାୟ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos