ଉତ୍ତର ଭାରତ ହସ୍ତତନ୍ତ ପ୍ରଦର୍ଶନୀ ଆରମ୍ଭ,୨୨ ତାରିଖ ଯାଏଁ ଚାଲିବ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଉତ୍ତର ଭାରତ ହସ୍ତତନ୍ତ ପ୍ରଦର୍ଶନୀ ଆରମ୍ଭ ହୋଇଛି । ଏଥିରେ ଦିଲ୍ଲୀ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ଜମ୍ମୁ ଓ କାଶ୍ମୀର ପ୍ରଭୃତି ୧୦ରାଜ୍ୟର ବ୍ୟବସାୟୀମାନେ ଭାଗ ନେଇଛନ୍ତି। ପ୍ରାୟ ୭୩ଟି ଷ୍ଟଲରେ ଉତ୍ତର ଭାରତର ବିଭିନ୍ନ ରାଜ୍ୟର ଶାଢି, ମହିଳା ଓ ପୁରୁଷ ମାନଙ୍କ ଡ୍ରେସ ମ୍ୟାଟେରିଆଲ, ବେଡ ସିଟ୍, ପିଲୋ କଭର ସହିତ କାଶ୍ମୀର ଶାଲ୍‌ ମିଳୁଛି।

ଗତକାଲି ସଂଧ୍ୟାରେ ଏହି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ ବୟନିକାର ସଭାପତି ଶେଷ କୁମାର ମେହେର। ଏହି ପ୍ରଦର୍ଶନୀ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।