ଖାଲି ଆଲିଶାନ୍ ଘର ନୁହେଁ, ବର୍ଷକରେ ୨ଟି କମ୍ପାନୀ କରିଛନ୍ତି ଅର୍ଚ୍ଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଷ୍ଠିତ ନେତା, ଅଫିସର, ବ୍ୟବସାୟୀ ଓ ବିତ୍ତଶାଳୀ ବ୍ୟକ୍ତିଙ୍କୁ ହନି ଟ୍ରାପ୍ କରି ଫସାଇବା ସହ ସେମାନଙ୍କଠୁ କୋଟି କୋଟି ଟଙ୍କା ଲୁଟିଥିବା ଅର୍ଚ୍ଚନା ନାଗ ଗତ ବର୍ଷକ ମଧ୍ୟରେ କେବଳ ଗୋଟିଏ ଆଲିଶାନ୍ ଘର ନୁହେଁ ବରଂ ୨ଟି ନୂଆ କମ୍ପାନୀ ବି ଖୋଲିଛନ୍ତି । ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଅର୍ଚ୍ଚନା ନିଜର ଆଲିଶାନ୍ ଘରେ ଏକ ମିନି ବାର୍ ଖୋଲି ସେଠାରେ ଦାମୀ ବ୍ରାଣ୍ଡର ମଦ ମଧ୍ୟ ରଖିଥିବାର ଫଟୋଚିତ୍ର ପଦାକୁ […]

BJD

BJD

Ordigital Desk
  • Published: Saturday, 08 October 2022
  • Updated: 08 October 2022, 10:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଷ୍ଠିତ ନେତା, ଅଫିସର, ବ୍ୟବସାୟୀ ଓ ବିତ୍ତଶାଳୀ ବ୍ୟକ୍ତିଙ୍କୁ ହନି ଟ୍ରାପ୍ କରି ଫସାଇବା ସହ ସେମାନଙ୍କଠୁ କୋଟି କୋଟି ଟଙ୍କା ଲୁଟିଥିବା ଅର୍ଚ୍ଚନା ନାଗ ଗତ ବର୍ଷକ ମଧ୍ୟରେ କେବଳ ଗୋଟିଏ ଆଲିଶାନ୍ ଘର ନୁହେଁ ବରଂ ୨ଟି ନୂଆ କମ୍ପାନୀ ବି ଖୋଲିଛନ୍ତି । ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଅର୍ଚ୍ଚନା ନିଜର ଆଲିଶାନ୍ ଘରେ ଏକ ମିନି ବାର୍ ଖୋଲି ସେଠାରେ ଦାମୀ ବ୍ରାଣ୍ଡର ମଦ ମଧ୍ୟ ରଖିଥିବାର ଫଟୋଚିତ୍ର ପଦାକୁ ଆସିଛି । ପୂର୍ବରୁ ତାଙ୍କର ବିଳାସପୂର୍ଣ୍ଣ ଗାଡ଼ି ସହ ଘୋଡ଼ା ଓ ବିଦେଶୀ କୁକୁର ରହିଥିବା ଆଦି ତଥ୍ୟ ପଦାକୁ ଆସିଥିଲା ।

[caption id="attachment_772460" align="aligncenter" width="650"]Political ରାଜନେତା ଅତିଥିଙ୍କ ସହ ବ୍ଲାକମେଲର[/caption]

ମିଳିଥିବା ସୂଚନା ଅନୁସାରେ, ପୁଲିସ ଗିରଫ କରିଥିବା ଅର୍ଚ୍ଚନା ନାଗ ଓ ତାଙ୍କ ଫେରାର୍‌ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଭୁବନେଶ୍ୱରର ସତ୍ୟବିହାର ଅଂଚଳରେ ୨୦୨୧ ଜାନୁଆରୀ ମାସରେ ଏକ ଆଲିଶାନ୍ ଘରର ପ୍ରତିଷ୍ଠା ଉତ୍ସବ ପାଳନ କରିଥିଲେ । ତତକାଳୀନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ଫିତା କାଟିଥିବା ଫଟୋଚିତ୍ର ପଦାକୁ ଆସିଛି । କେବଳ ସେତିକି ନୁହେଁ, ଜଗବନ୍ଧୁ ଓ ତାଙ୍କ ପତ୍ନୀ ଅର୍ଚ୍ଚନାଙ୍କ ସହ ବିଜେଡି ବରିଷ୍ଠ ବିଧାୟକ ଶ୍ରୀ ପାତ୍ରଙ୍କ ଘନିଷ୍ଠତା ରହିଥିଲା । ଶ୍ରୀ ପାତ୍ର ବାଚସ୍ପତି ଥିବାବେଳେ ବିଧାନସଭା ବାଚସ୍ପତିଙ୍କ ଚାମ୍ବରକୁ ମଧ୍ୟ ଏହି ପତି-ପତ୍ନୀ ଯାଇଥିବାର ଫଟୋଚିତ୍ର ସୋଶାଲ ମିଡିଆରେ ଘୁରି ବୁଲୁଛି ।

[caption id="attachment_772453" align="aligncenter" width="650"]BJD ବିଜେଡି ବରିଷ୍ଠ ବିଧାୟକଙ୍କ ସହ ବ୍ଲାକମେଲର[/caption]

ଅର୍ଚ୍ଚନା ଓ ଜଗବନ୍ଧୁ ଗତ ୩ ମାସ ପୂର୍ବରୁ ଗୋଲଡେନ୍ ଏମ୍ପ୍ରାସ ପ୍ରାଃ ଲିଃ ନାମକ ଏକ କମ୍ପାନୀ ଗଠନ କରିଛନ୍ତି। ଯେଉଁଥିରେ ଉଭୟ ନିର୍ଦ୍ଦେଶକ ଥିବାବେଳେ ଏହା ହୋଟେଲ, ରେଷ୍ଟୁରାଂଟ ଓ ସଟ୍ ଷ୍ଟେ ଭଳି ବ୍ୟବସାୟ କରୁଥିବା ଦର୍ଶାଯାଇଛି । ଏହାସହିତ ଉଭୟ ପତି-ପତ୍ନୀ ଗତବର୍ଷ ଆଦିତ୍ୟ ପ୍ରେଷ୍ଟିଜ୍ ଆଗ୍ରୋ ପ୍ରାଃ ଲିଃ ନାମକ ଏକ କମ୍ପାନୀ ମଧ୍ୟ ଗଠନ କରିଥିଲେ । ଏହି ଦୁଇ କମ୍ପାନୀ ସହିତ ଏବିସି ମୋଟର୍ସ ନାମରେ ଅର୍ଚ୍ଚନାଙ୍କ ଏକ ପୁରୁଣା ଗାଡ଼ି ଶୋ’ର ରୁମ୍ ମଧ୍ୟ ରହିଛି।

[caption id="attachment_772455" align="aligncenter" width="650"]Surya Narayan Patra ବିଜେଡ଼ିର ବରିଷ୍ଠ ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ସହ ବ୍ଲାକମେଲ୍‌ର ଓ ତାଙ୍କ ସ୍ୱାମୀ[/caption]

ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଘରକୁ ବିଜେଡି କର୍ପୋରେଟର ଅମରେଶ ଜେନା(ବାଇଁଆ)ଙ୍କଠୁ ଆରମ୍ଭ କରି ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା, ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର, ପୂର୍ବତଟ ରେଳବାଇର ଜଣେ ବରିଷ୍ଠ ଅଧିକାରୀ ଓ ଅନ୍ୟ କିଛି ବିତ୍ତଶାଳୀ ବ୍ୟକ୍ତି ଯାଇଥିବାର ଫଟୋଚିତ୍ର ସୋସିଆଲ ମିଡିଆରୁ ଉପଲବ୍ଧ ହୋଇଛି । ସେହିପରି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ରେମୁଣାର ବିଜେଡି ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ନିର୍ମଳ ଶତପଥୀ(ଗତମାସରେ ଅବସର ନେଇଛନ୍ତି)ଙ୍କ ସହ ଜଗବନ୍ଧୁ ଓ ତାଙ୍କ ପତ୍ନୀଙ୍କ ଫଟୋଚିତ୍ର ରହିଛି ।

[caption id="attachment_772456" align="aligncenter" width="650"]BBSR Lady ଲେଡି ବ୍ଲାକମେଲର ଓ ତାଙ୍କ ସ୍ୱାମୀ[/caption]

ତେବେ ସମ୍ପୃକ୍ତ ବ୍ଲାକମେଲର ଦମ୍ପତିିଙ୍କ ସହ ମିଶିବା ବେଳେ ଓ ସେମାନଙ୍କ ଘରକୁ ଯାଇ ଆତିଥ୍ୟ ଗ୍ରହଣ କରୁଥିବା ସମାଜର ପ୍ରଭାବଶାଳୀ ନେତା,ଅଫିସର ଓ ବିତ୍ତଶାଳୀ ବ୍ୟକ୍ତିମାନେ କିପରି ସମ୍ପୃକ୍ତ ଦମ୍ପତିଙ୍କର ଉପାର୍ଜନର ସ୍ରୋତ କ’ଣ, ଉଭୟ ଏତେ କମ୍ ବୟସରେ କିଭଳି କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି ସେ ନେଇ ସାମାନ୍ୟତମ ସନ୍ଦେହ ବ୍ୟକ୍ତ କଲେନି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ । ଆଉ ପୁଲିସ ଗତ ଦୁଇଦିନ ଧରି ନିରବ ରହି ଏହି ଘଟଣାକୁ ଅଧିକ ସନ୍ଦେହଘେରକୁ ଟାଣି ଦେଇଛି ।

[caption id="attachment_772458" align="aligncenter" width="650"]BBSR ଲେଡି ବ୍ଲାକମେଲରଙ୍କ ଘରେ ଶୋଭା ପାଉଛି ଦେଶୀ ବିଦେଶୀ ମଦ[/caption]

ଚର୍ଚ୍ଚା ହେଉଛି, ଭୁବନେଶ୍ୱରରେ କାର୍ଯ୍ୟରତ ୨ଜଣ ଏସିପି ର‌୍ୟାଙ୍କ ଅଫିସରଙ୍କ ସମ୍ପୃକ୍ତି ମିଳିବା ପରେ କମିଶନରେଟ ପୁଲିସ ହରଡ଼ଘଣାରେ ପଡ଼ିଛି । ସେମାନଙ୍କୁ ତୁରନ୍ତ ବଦଳି ପାଇଁ ପୁଲିସ ମୁଖ୍ୟାଳୟକୁ ଅବଗତ କରାଯାଇଥିବା ନେଇ ପୁଲିସ ମହଲରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story