ନୂଆପଡ଼ା:ସୁରକ୍ଷାକର୍ମୀଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ନୂଆପଡ଼ା: ନୂଆପଡ଼ା କୋମନା ଥାନାରେ ମାଓ ମୁକାବିଲା ପାଇଁ ଥିବା ସୁରକ୍ଷାକର୍ମୀଙ୍କ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୁରକ୍ଷାକର୍ମୀ ୩ ଜଣ ଯୁବକଙ୍କୁ କ୍ୟାମ୍ପକୁ ଆଣି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକୁ ଆହତ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତୃତୀୟ ଜଣକ ନାବାଳକ ହୋଇଥିବାରୁ ତାକୁ କୋମନା ଥାନାରେ ଅଟକ ରଖାଯାଇଛି। ମୃତ ଯୁବକ ହେଲେ ଚିତରଞ୍ଜନ ସାହୁ। ଏହି […]

komana

Rakesh Mallick
  • Published: Wednesday, 19 August 2015
  • , Updated: 19 August 2015, 02:25 AM IST

ନୂଆପଡ଼ା: ନୂଆପଡ଼ା କୋମନା ଥାନାରେ ମାଓ ମୁକାବିଲା ପାଇଁ ଥିବା ସୁରକ୍ଷାକର୍ମୀଙ୍କ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୁରକ୍ଷାକର୍ମୀ ୩ ଜଣ ଯୁବକଙ୍କୁ କ୍ୟାମ୍ପକୁ ଆଣି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକୁ ଆହତ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତୃତୀୟ ଜଣକ ନାବାଳକ ହୋଇଥିବାରୁ ତାକୁ କୋମନା ଥାନାରେ ଅଟକ ରଖାଯାଇଛି। ମୃତ ଯୁବକ ହେଲେ ଚିତରଞ୍ଜନ ସାହୁ। ଏହି ଯୁବକମାନେ କିଛି ଦିନ ତଳେ ନିଜକୁ ମାଓବାଦୀ ପରିଚୟ ଦେଇ ସୋସେଙ୍ଗ ଅଞ୍ଚଳର କେତେ ଜଣ ଶିକ୍ଷକଙ୍କୁ ଧମକ ଦେଇଥିଲେ। ଏନେଇ ଶିକ୍ଷକମାନେ ଏସଓଜି କ୍ୟାମ୍ପରେ ଅଭିଯୋଗ କରିଥିଲେ। ଏହାପରେ ଯବାନମାନେ ଏହି ୩ ଜଣଙ୍କୁ ଧରିନେଇ ନିସ୍ତୁକ ମାଡ଼ ମାରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଥିବା ନୂଆପଡ଼ା ଏଏସପି କହିଛନ୍ତି।

Related story