ଉତ୍ତର ଚାଇନାକୁ ଟାର୍ଗେଟ କରିପାରିବ ‘ଅଗ୍ନି-୫’: ୨୫ ମିନିଟ୍‌ରେ କଲା ଲକ୍ଷ୍ୟ ଭେଦ

ବାଲେଶ୍ୱର (ରଶ୍ମିରଞ୍ଜନ ଦାସ): ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର ‘ଅଗ୍ନି-୫’ର ସଫଳ ପରୀକ୍ଷଣ ହୋଇଛି। ଆଜି ମଧ୍ୟାହ୍ନ ୧ଟା ୩୦ ମିନିଟରେ ଭଦ୍ରକର ଅବଦୁଲ କଲାମ୍‌ ଦ୍ୱୀପରେ ଥିବା ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ କେନ୍ଦ୍ରର ୪ ନମ୍ୱର ଲଞ୍ଚପ୍ୟାଡ୍‌ରୁ ପରୀକ୍ଷା କରାଯାଇଛି। ଏହି ପରୀକ୍ଷଣ ସଂପୂର୍ଣ୍ଣ ଭାବରେ ସଫଳ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି ବାଲାଷ୍ଟିକ ମିଶାଇଲର ଲକ୍ଷ୍ୟ ଭେଦ କ୍ଷମତା ପାଞ୍ଚ ହଜାର କିଲୋମିଟର ପର୍ଯ୍ୟନ୍ତ […]

agne-5

agne-5

Manoranjan Sial
  • Published: Monday, 10 December 2018
  • Updated: 10 December 2018, 05:48 PM IST

Sports

Latest News

ବାଲେଶ୍ୱର (ରଶ୍ମିରଞ୍ଜନ ଦାସ): ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର ‘ଅଗ୍ନି-୫’ର ସଫଳ ପରୀକ୍ଷଣ ହୋଇଛି। ଆଜି ମଧ୍ୟାହ୍ନ ୧ଟା ୩୦ ମିନିଟରେ ଭଦ୍ରକର ଅବଦୁଲ କଲାମ୍‌ ଦ୍ୱୀପରେ ଥିବା ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ କେନ୍ଦ୍ରର ୪ ନମ୍ୱର ଲଞ୍ଚପ୍ୟାଡ୍‌ରୁ ପରୀକ୍ଷା କରାଯାଇଛି। ଏହି ପରୀକ୍ଷଣ ସଂପୂର୍ଣ୍ଣ ଭାବରେ ସଫଳ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି ବାଲାଷ୍ଟିକ ମିଶାଇଲର ଲକ୍ଷ୍ୟ ଭେଦ କ୍ଷମତା ପାଞ୍ଚ ହଜାର କିଲୋମିଟର ପର୍ଯ୍ୟନ୍ତ ରହିଛି। ଏହା ଉତ୍ତର ଚାଇନାର ଅଧିକାଂଶ ସ୍ଥାନକୁ ଛୁଇଁ ପାରିବ। ୨୫ ମିନିଟରେ ଏହା ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଭେଦ କରିଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ଜଣାପଡିଛି।

‘ଅଗ୍ନୀ-୫’ର ଲମ୍ୱ ୧୭ ମିଟର ଓ ମୋଟେଇ ୨ ମିଟର। ଏହାର ଓଜନ ୫୦ ଟନ୍‌ ରହିଛି। ଏହି କ୍ଷେପଣାସ୍ତ୍ର ଏକ ଟନରୁ ଅଧିକ ଓଜନର ଉଭୟ ପାରମ୍ପରିକ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବ। କଠିନ ଇନ୍ଧନ ବ୍ୟବହାର ହେଉଥିବା ତିନି ପର୍ଯ୍ୟାୟ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରଟି ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ହୋଇଛି। ଏହା ପ୍ରଥମେ ଲଞ୍ଚପ୍ୟାଡ୍‌ରୁ ବାହାରି ଆକାଶକୁ ଉଠି ବାୟୁମଣ୍ଡଳ ବାହାରକୁ ଯାଇଥାଏ। କିଛି ବାଟ ଅତିକ୍ରମ କଲା ପରେ ପୁଣିଥରେ ବାୟୁମଣ୍ଡଳକୁ ପ୍ରବେଶ କରି ଲକ୍ଷ୍ୟ ଭେଦ କରିଥାଏ।

‘ଅଗ୍ନି-୫’କୁ ଛାଡ଼ି ଭାରତ ପାଖରେ ଅଗ୍ନି ସିରିଜର ଆଉ ୪ଟି କ୍ଷେପଣାସ୍ତ୍ର ରହିଛି। ତାହା ହେଲା ୭୦୦ କିଲୋମିଟର ଦୂର ଲକ୍ଷ୍ୟଭେଦ କରିପାରୁଥିବା ଅଗ୍ନି -୧, ୨୦୦୦ କିଲୋମିଟିର ଲକ୍ଷ୍ୟ ଭେଦ କ୍ଷମତା ଥିବା ଅଗ୍ନି -୨, ୩୦୦୦ କିଲୋମିଟର ଲକ୍ଷ୍ୟ ଭେଦ କ୍ଷମତା ଥିବା ଅଗ୍ନି -୩ ଓ ୩୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କ୍ଷମତା ଥିବା ଅଗ୍ନି -୪ କ୍ଷେପଣାସ୍ତ୍ର।

‘ଅଗ୍ନି-୫’ ହେଉଛି ‘ଅଗ୍ନି’ ସିରିଜର ପଞ୍ଚମ ଓ ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର। ୨୦୧୨ ମସିହା ଏପ୍ରିଲ ୧୯ ତାରିଖରେ ଏହାର ପ୍ରଥମ ଓ ୨୦୧୮ ଜୁନ୍ ୩ ତାରିଖରେ ଶେଷଥର ପାଇଁ ପରୀକ୍ଷା କରାଯାଇଥିଲା। ସେତେବେଳେ ଏହାର ପରୀକ୍ଷଣ ସଫଳ ହୋଇଥିଲା। ଆଜିର ଏହି ପରୀକ୍ଷା ବେଳେ ଡି.ଆର.ଡି.ଓ.ର ବହୁ ବରିଷ୍ଠ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story