ସୁଧୁରିଛି ବନ୍ୟା ସ୍ଥିତି, ବଢ଼ୁଛି ପ୍ରଭାବିତଙ୍କ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପରମୁଣ୍ଡରେ ବର୍ଷା ବନ୍ଦ ହେବାପରେ ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ଆଜି ରାଜ୍ୟର ସମସ୍ତ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଥିଲେ ମଧ୍ୟ ବନ୍ୟା ପ୍ରଭାବିତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ବର୍ଷା ଓ ବନ୍ୟା ଜଳ ମାଡ଼ିଯିବା ଯୋଗୁଁ ୧୪ଟି ଜିଲ୍ଲାର ୪୬ଟି ବ୍ଲକ ଓ ୯ଟି ସହରାଞ୍ଚଳର ମୋଟ ୩ଲକ୍ଷ ୧୧ହଜାର ୯୩୧ଜଣ ପ୍ରଭାବିତ ହୋଇଛନ୍ତି। ୯୨,୩୧୭ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ସ୍ୱତନ୍ତ୍ର […]

flood-1..1

flood-1..1

Manoranjan Sial
  • Published: Friday, 16 August 2019
  • Updated: 16 August 2019, 09:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପରମୁଣ୍ଡରେ ବର୍ଷା ବନ୍ଦ ହେବାପରେ ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ଆଜି ରାଜ୍ୟର ସମସ୍ତ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଥିଲେ ମଧ୍ୟ ବନ୍ୟା ପ୍ରଭାବିତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ବର୍ଷା ଓ ବନ୍ୟା ଜଳ ମାଡ଼ିଯିବା ଯୋଗୁଁ ୧୪ଟି ଜିଲ୍ଲାର ୪୬ଟି ବ୍ଲକ ଓ ୯ଟି ସହରାଞ୍ଚଳର ମୋଟ ୩ଲକ୍ଷ ୧୧ହଜାର ୯୩୧ଜଣ ପ୍ରଭାବିତ ହୋଇଛନ୍ତି। ୯୨,୩୧୭ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ବନ୍ୟା ଜଳ ମାଡ଼ିଯିବା ଯୋଗୁ ଅଧିକ ସଂଖ୍ୟକ ଲୋକ ପ୍ରଭାବିତ ହୋଇଛନ୍ତି। ଗତକାଲି ସୁଦ୍ଧା ବନ୍ୟା ଯୋଗୁ ରାଜ୍ୟର ୧୧ଟି ଜିଲ୍ଲାର ୧୭୬୩ଟି ଗାଁ ଲୋକ ପ୍ରଭାବିତ ହୋଇଥିବାବେଳେ ଆଜି ଏହି ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ରାଜ୍ୟର ୧୧ଟି ଜିଲ୍ଲାର ୩୯ଟି ବ୍ଲକ୍ ଓ ୯ଟି ସହରାଞ୍ଚଳର ମୋଟ ୨ଲକ୍ଷ ୯୬ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ଓ ୬୪,୩୫୪ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଆଜିର ପରିସଂଖ୍ୟାନରେ ୩.୧୨ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଏବଂ ସେମାନଙ୍କ ମଧ୍ୟରୁ ୯୨,୩୧୭ଜଣଙ୍କୁ ୧୯୮ଟି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ବୋଲି ଜଣାପଡ଼ିଛି।

ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ମଧ୍ୟରୁ ୨୦,୧୦୭ ଜଣଙ୍କୁ ୫୦ଟି କେନ୍ଦ୍ରରେ ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ବଲାଙ୍ଗିର ଓ ବୌଦ୍ଧ ଜିଲ୍ଲାର ସର୍ବାଧିକ ଲୋକ ଏବେ ବି ଆଶ୍ରୟସ୍ଥଳୀରେ ରହିଛନ୍ତି। ଗତକାଲି ୧୧ଟି ଜିଲ୍ଲା ଯଥା ଅନୁଗୁଳ, ବରଗଡ଼, ବଲାଙ୍ଗିର, ବୌଦ୍ଧ, କଟକ, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼, ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାର ମୋଟ ୧୯୫୧ଟି ଗାଁ ବନ୍ୟା ଓ ବର୍ଷା ଯୋଗୁ ପ୍ରଭାବିତ ହୋଇଥିବାବେଳେ ଆଜି ସେଥିରେ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ମଧ୍ୟ ସାମିଲ ହୋଇଛି।

ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ଫୁଟ୍ ଥିବାବେଳେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୦.୩୯ଫୁଟ୍ ରହିଛି। ଜଳଭଣ୍ଡାର ଭିତରକୁ ୧.୭୪ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୧.୭୪ଲକ୍ଷ କ୍ୟୁସେକ ଜଳ ୧୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି। ସନ୍ଧ୍ୟା ୬ଟା ସୁଦ୍ଧା ଖଇରମାଳଠାରେ ୪.୯୦ଲକ୍ଷ କ୍ୟୁସେକ, ବରମୂଳଠାରେ ୩.୨୬ଲକ୍ଷ କ୍ୟୁସେକ ଓ ମୁଣ୍ଡୁଳିଠାରେ ୩.୭୩ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos