ବଲିଉଡ ଫିଲ୍ମ ‘ଜଜ୍‌ମେଣ୍ଟାଲ୍‌ ହେ କ୍ୟା’ରେ ଓଡ଼ିଆ ପୁଅ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆଜି ରିଲିଜ ହୋଇଛି ବଲିଉଡ ଫିଲ୍ମ “ଜଜ୍‌ମେଣ୍ଟାଲ ହୈ କ୍ୟା”।  ଏହି ଫିଲ୍ମରେ କଙ୍ଗନା ରଣାୱତ୍‌, ରାଜ କୁମାର ରାଓ ଏବଂ ଜିମି ସେରଗିଲଙ୍କ ଭଳି ଲୋକପ୍ରିୟ କଳାକାର ଅଭିନୟ କରିଛନ୍ତି। ଏହି ଫିଲ୍ମରେ ଅଭିନୟ କରିବା ପାଇଁ ସୁଯୋଗ ପାଇଛନ୍ତି ଜଣେ ଓଡ଼ିଆ ଯୁବକ। ଯୁବକ ଜଣକ ବଲାଙ୍ଗିର ରାଧାରାଣୀ ପଡ଼ାର ଦେବତୋଷ ଦର୍ଜୀ। ସେ ଫିଲ୍ମରେ ‘ହନୁମାନ’ ଏବଂ ମେଣ୍ଟାଲ ହସପିଟାଲର ‘ୱାର୍ଡ ବୟ’ ପରି ଦୁଇଟି ଚରିତ୍ରରେ ଦେବତୋଷ […]

odia3

Puspanjali Panda
  • Published: Friday, 26 July 2019
  • , Updated: 26 July 2019, 07:06 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆଜି ରିଲିଜ ହୋଇଛି ବଲିଉଡ ଫିଲ୍ମ “ଜଜ୍‌ମେଣ୍ଟାଲ ହୈ କ୍ୟା”।  ଏହି ଫିଲ୍ମରେ କଙ୍ଗନା ରଣାୱତ୍‌, ରାଜ କୁମାର ରାଓ ଏବଂ ଜିମି ସେରଗିଲଙ୍କ ଭଳି ଲୋକପ୍ରିୟ କଳାକାର ଅଭିନୟ କରିଛନ୍ତି।

ଏହି ଫିଲ୍ମରେ ଅଭିନୟ କରିବା ପାଇଁ ସୁଯୋଗ ପାଇଛନ୍ତି ଜଣେ ଓଡ଼ିଆ ଯୁବକ। ଯୁବକ ଜଣକ ବଲାଙ୍ଗିର ରାଧାରାଣୀ ପଡ଼ାର ଦେବତୋଷ ଦର୍ଜୀ। ସେ ଫିଲ୍ମରେ ‘ହନୁମାନ’ ଏବଂ ମେଣ୍ଟାଲ ହସପିଟାଲର ‘ୱାର୍ଡ ବୟ’ ପରି ଦୁଇଟି ଚରିତ୍ରରେ ଦେବତୋଷ ଅଭିନୟ କରିଛନ୍ତି। ଦେବତୋଷ ୧୧ ବର୍ଷ ଧରି ମୁମ୍ବାଇର ପୃଥିବୀ ଥିଏଟରରେ ଜଣେ ମଞ୍ଚ କଳାକାର ଭାବେ କାମ କରୁଛନ୍ତି।

୨୦୧୬ ମସିହାରେ ମସ୍କୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଆୱାର୍ଡ ପାଇଥିବା ଶର୍ଟ ଫିଲ୍ମ 'ସର୍କସ'ରେ ଦେବତୋଷ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

୨୦୧୪ ମସିହାରେ ‘ସୁପର ସେ ଉପର’ ବଲିଉଡ ଫିଲ୍ମରେ ଏକ ଛୋଟ ଭୂମିକାରେ ଦେବତୋଷଙ୍କୁ ପ୍ରଥମର ଥର ପାଇଁ ଅଭିନୟ କରିବାର ସୁଯୋଗ ମିଲିଥିଲା। ‘ଜଜମେଣ୍ଟାଲ ହେ କ୍ୟା’ ହେଉଛି ଦେବତୋଷଙ୍କ ଦ୍ୱିତୀୟ ଫିଲ୍ମ।


ଏହି ଖବର ଜାଣିବା ପରେ ବଲାଙ୍ଗିର ସହରରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଦେବତୋଷଙ୍କ ସାଙ୍ଗମାନେ ଏଥିରେ ବେଶି ଖୁସି ଅଛନ୍ତି।

ଦେବତୋଷ ହେଉଛନ୍ତି ବ୍ୟବସାୟୀ ନବକିଶୋର ଦର୍ଜୀ ଏବଂ ପଦ୍ମାଳୟା ଦର୍ଜୀଙ୍କ ପୁଅ। ମଧ୍ୟବିତ୍ତ ପରିବାରର ଜନ୍ମ ନେଇ ମୁମ୍ବାଇରେ ଦୀର୍ଘ ବର୍ଷର ସଂଘର୍ଷ ପରେ ବଲିଉଡ ଫିଲ୍ମରେ ଅଭିନୟର କରିବାର ସୁଯୋଗ ପାଇଥିବାରୁ ତାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।

Related story