ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲା ବେଳେ କାହିଁକି କାନ୍ଦିଲେ ଶୀତଲ 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଆଜ୍‌ ମେରା ବେହେନ୍‌ କୀ ରାକ୍ଷୀ ନେହିଁ ଆୟା ଥା…ପର୍‌ ଆପ୍‌ନେ ବାନ୍ଧଲିୟା।” ଜଣେ ଯବାନଙ୍କ ମୁହଁରୁ ଏମିତି କଥା ଶୁଣି ଭାବବିହ୍ୱଳ ହୋଇପଡ଼ିଲେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର। ଆଉ ତାଙ୍କ ଆଖିରୁ ଧାର ଧାର ହୋଇ ଲୁହ ବହିଯାଇଥିଲା। ଅଗଷ୍ଟ ୧୫ତାରିଖରେ ‘ଓଟିଭି’ରେ ରକ୍ଷାବନ୍ଧନ ଉତ୍ସବ ଉପଲକ୍ଷେ ଯବାନଙ୍କମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିବା ବେଳେ ମଞ୍ଚରେ କାନ୍ଦିପକାଇଥିଲେ ଶୀତଲ। ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ବେଶ ଗର୍ବ […]

v-97

Tapas Behera
  • Published: Saturday, 17 August 2019
  • , Updated: 17 August 2019, 06:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): "ଆଜ୍‌ ମେରା ବେହେନ୍‌ କୀ ରାକ୍ଷୀ ନେହିଁ ଆୟା ଥା...ପର୍‌ ଆପ୍‌ନେ ବାନ୍ଧଲିୟା।" ଜଣେ ଯବାନଙ୍କ ମୁହଁରୁ ଏମିତି କଥା ଶୁଣି ଭାବବିହ୍ୱଳ ହୋଇପଡ଼ିଲେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର। ଆଉ ତାଙ୍କ ଆଖିରୁ ଧାର ଧାର ହୋଇ ଲୁହ ବହିଯାଇଥିଲା। ଅଗଷ୍ଟ ୧୫ତାରିଖରେ ‘ଓଟିଭି’ରେ ରକ୍ଷାବନ୍ଧନ ଉତ୍ସବ ଉପଲକ୍ଷେ ଯବାନଙ୍କମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିବା ବେଳେ ମଞ୍ଚରେ କାନ୍ଦିପକାଇଥିଲେ ଶୀତଲ।

ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ବେଶ ଗର୍ବ ଅନୁଭବ କରିଥିବା କହିଥିଲେ ଶୀତଲ। ଯେତେବେଳେ ସେ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ, ଜଣେ ଯବାନ ତାଙ୍କ ଭଉଣୀ କଥା ମନେ ପକାଇଥିଲେ। ଯବାନଙ୍କ ନିଜ ଭଉଣୀ ପ୍ରତି ଥିବା ସ୍ନେହ ଶ୍ରଦ୍ଧାର କଥା ଶୁଣି ଶୀତଲଙ୍କ ଆଖିରେ ଲୁହ ଆସିଯାଇଥିଲା।

ମଞ୍ଚରେ ରକ୍ଷାବନ୍ଧନର ଅନୁଭୂତି ରଖୁଥିବା ବେଳେ ଶୀତଲ କହିଥିଲେ ଯେ, ଏହା ହେଉଛି ଗର୍ବର ମୂହୁର୍ତ୍ତ। ମୁଁ ଆଜି ଏତେ ଭାଇମାନଙ୍କୁ ରାଖି ବାନ୍ଧୁଛି ଯେଉଁମାନେ କେବଳ ମୋତେ ନୁହେଁ, ଦେଶର ସବୁ ଭଉଣୀମାନଙ୍କୁ ସୁରକ୍ଷା ଦେଉଛନ୍ତି।

https://youtu.be/Ts5fd5mTZr4

Related story