'ଆଇରନ୍‌ ମ୍ୟାନ୍‌' ଟାଇଟଲ୍‌ ଜିତିଲେ ଓଡ଼ିଆ ପୁଅ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ସୁଇଜରଲ୍ୟାଣ୍ଡର ‘ଆଇରନ୍‌ ମ୍ୟାନ୍‌ ଟାଇଟଲ୍‌’ ଜିତିଛନ୍ତି ଓଡ଼ିଆ ପୁଅ ଅଭିଷେକ ପଟ୍ଟଯୋଷୀ। ନିର୍ଦ୍ଧାରିତ ସମୟଠାରୁ ଏକ ଘଣ୍ଟା ପୂର୍ବରୁ ସମସ୍ତ ପ୍ରତିଯୋଗିତରେ ସଫଳତା ହାସଲ କରି ଏହି କୃତିତ୍ୱ ଅର୍ଜନ କରିଛନ୍ତି। ଏଥିପାଇଁ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିଛି। ‘ଆଇରନ୍‌ମ୍ୟାନ୍‌’ ଏକ ଷ୍ଟଣ୍ଟ ଶୋ’ ପ୍ରତିଯୋଗିତା। ସୁଇଜରଲ୍ୟାଣ୍ଡର ଜୁରିଚ୍‌ଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଶ୍ୱର ଅଧିକାଂଶ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୧୮ ଘଣ୍ଟା ଭିତରେ ପ୍ରତିଯୋଗୀଙ୍କୁ ୩.୮ କିମି ସମୁଦ୍ର ଭିତରେ […]

ODIA-ATHLETE-WINS-IRON-MAN-TITLE-IN-SWITZERLAND

ODIA-ATHLETE-WINS-IRON-MAN-TITLE-IN-SWITZERLAND

Manoranjan Sial
  • Published: Tuesday, 23 July 2019
  • Updated: 23 July 2019, 06:39 PM IST

Sports

Latest News

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ସୁଇଜରଲ୍ୟାଣ୍ଡର ‘ଆଇରନ୍‌ ମ୍ୟାନ୍‌ ଟାଇଟଲ୍‌’ ଜିତିଛନ୍ତି ଓଡ଼ିଆ ପୁଅ ଅଭିଷେକ ପଟ୍ଟଯୋଷୀ। ନିର୍ଦ୍ଧାରିତ ସମୟଠାରୁ ଏକ ଘଣ୍ଟା ପୂର୍ବରୁ ସମସ୍ତ ପ୍ରତିଯୋଗିତରେ ସଫଳତା ହାସଲ କରି ଏହି କୃତିତ୍ୱ ଅର୍ଜନ କରିଛନ୍ତି। ଏଥିପାଇଁ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିଛି।

‘ଆଇରନ୍‌ମ୍ୟାନ୍‌’ ଏକ ଷ୍ଟଣ୍ଟ ଶୋ’ ପ୍ରତିଯୋଗିତା। ସୁଇଜରଲ୍ୟାଣ୍ଡର ଜୁରିଚ୍‌ଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଶ୍ୱର ଅଧିକାଂଶ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୧୮ ଘଣ୍ଟା ଭିତରେ ପ୍ରତିଯୋଗୀଙ୍କୁ ୩.୮ କିମି ସମୁଦ୍ର ଭିତରେ ସନ୍ତରଣ କରିବା, ୧୮୦ କିମି ସାଇକେଲ୍‌ ଚଳାଇବା ଓ ୪୨.୨ କିମି ଦୌଡ଼ିବାକୁ ପଡ଼ିଥାଏ। ତେବେ ସବୁ ପ୍ରତିଯୋଗିତାକୁ କଳାହାଣ୍ଡି ଜିଲ୍ଲାର ଅଭିଷେକ ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୧ ଘଣ୍ଟା ଆଗରୁ ଅର୍ଥାତ ୧୭ ଘଣ୍ଟାରେ ଶେଷ କରି ସେ ‘ଆଇରନ୍‌ ମ୍ୟାନ୍‌' ଟାଇଟଲ୍‌ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାରତରୁ ପ୍ରାୟ ୪୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ଅଭିଷେକ ହେଉଛନ୍ତି ଧର୍ମଗଡ଼ର ବରିଷ୍ଠ ଆଇନ୍‌ଜୀବୀ ମିହିର ରଞ୍ଜନ ପଟ୍ଟଯୋଷୀଙ୍କ ପୁଅ। ସେ ଭାରତର ସର୍ବ କନିଷ୍ଠ ପ୍ରତିଯୋଗୀ ଭାବେ ଏହି ଟାଇଟଲ୍‌ ହାସଲ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos