‘ଟାଇଗର ଜିନ୍ଦା ହୈ’ରେ ଓଡିଆ କନେକ୍‌ସନ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରିଲିଜ ହୋଇଛି ବହୁପ୍ରତିକ୍ଷୀତ ଫିଲ୍ମ ‘ଟାଇଗର ଜିନ୍ଦା ହୈ’। ଦୀର୍ଘ ୫ବର୍ଷ ପରେ ସଲମାନ ଓ କ୍ୟାଟ୍ରିନାଙ୍କ ଯୋଡିକୁ ପରଦା ଉପରେ ଦେଖିବାକୁ ମିଳିଛି। ପ୍ରଥମ ଦିନ ୩୮ କୋଟି ଟଙ୍କା ବ୍ୟବସାୟ କରି ଫିଲ୍ମଟି ଏ ବର୍ଷର ଶ୍ରେଷ୍ଠ ଓପନିଂ ଫିଲ୍ମ ସାବ୍ୟସ୍ତ ହୋଇଛି। ସେତିକି ନୁହେଁ,ଏହି ଫିଲ୍ମରେ ଓଡିଆ କନେକ୍ସନ ମଧ୍ୟ ରହିଛି।

କାରଣ ସଲମାନ ଓ କ୍ୟାଟ୍ରିନାଙ୍କ ସହ ଅଭିନୟ କରିଛନ୍ତି  ଓଡିଆ ଶିଶୁ କଳାଳାର ଜୀନିତ ରଥ। ପୂର୍ବରୁ ଜିନୀତ ‘ଗୁଜାରିସ’, ‘ତଲାସ’ ଓ ‘ABCD’ ପରି ହିଟ୍‌ ହିନ୍ଦୀ ଫିଲ୍ମରେ ବଲିଉଡର ନାମୀ ଦାମୀ ସୁପରଷ୍ଟାରଙ୍କ ସହ କାମ କରିସାରିଛନ୍ତି। କିନ୍ତୁ ସଲମନଙ୍କ ସହ ଅଭିନୟ ତାଙ୍କୁ ଏକ ଭିନ୍ନ ଅନୁଭୂତି ଦେଇଥିବା କହିଛନ୍ତି ଜୀନିତ। ‘ଟାଇଗର ଜିନ୍ଦାହୈ’ ଫିଲ୍ମ ସୁଟିଂ ସମୟର ଅନୁଭୂତି ସେୟାର କରିବା ସମୟରେ ଜୀନିତ କହିଛନ୍ତି ସଲମାନ ଖାନ୍‌ ବହୁତ ଭଲ, ସେ ତାଙ୍କୁ ବୁଲେଇବାକୁ ନିଅନ୍ତି। ତାଙ୍କ ସହ ଖେଳନ୍ତି ଓ ସେ ତାଙ୍କୁ ଗୋଟେ ସ୍କାର୍ଫ ମଧ୍ୟ ଗିଫ୍ଟ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।