ବିଦେଶୀ ସଂସ୍ଥା ହାତରେ ଟେକି ଦେଇଛନ୍ତି ଓଡ଼ିଆ ଚାଷୀଙ୍କ ଭାଗ୍ୟ: ଦୁଃଖ ହଟିବ ନା ମାଡ଼ିଆସିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ଉତ୍ପାଦିତ ଧାନକୁ ବିକ୍ରି କରିବା ପାଇଁ ରାଜ୍ୟର ଚାଷୀ ଏବେ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରୁଥିବାବେଳେ ବିଧାନସଭାରେ ଗତ ଦୁଇଦିନ ଧରି ଧାନକିଣା ପ୍ରସଙ୍ଗକୁ ନେଇ ବ୍ୟାପକ ହଟ୍ଟଗୋଳ ଲାଗି ରହିଛିି। ଏପଟେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଭାବୀ ବିକ୍ରିରୁ ସୁରକ୍ଷିତ ରଖିବା ଓ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ୍ ବଜାର ଦର ଯୋଗାଇ ଦେବାର ଆଳ ଦେଖାଇ ରାଜ୍ୟ ସରକାର ଏବେ ବିଦେଶୀ ସଂସ୍ଥା ସହ […]

farmer

farmer

Ordigital Desk
  • Published: Friday, 19 February 2021
  • Updated: 20 February 2021, 01:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ଉତ୍ପାଦିତ ଧାନକୁ ବିକ୍ରି କରିବା ପାଇଁ ରାଜ୍ୟର ଚାଷୀ ଏବେ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରୁଥିବାବେଳେ ବିଧାନସଭାରେ ଗତ ଦୁଇଦିନ ଧରି ଧାନକିଣା ପ୍ରସଙ୍ଗକୁ ନେଇ ବ୍ୟାପକ ହଟ୍ଟଗୋଳ ଲାଗି ରହିଛିି। ଏପଟେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଭାବୀ ବିକ୍ରିରୁ ସୁରକ୍ଷିତ ରଖିବା ଓ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ୍ ବଜାର ଦର ଯୋଗାଇ ଦେବାର ଆଳ ଦେଖାଇ ରାଜ୍ୟ ସରକାର ଏବେ ବିଦେଶୀ ସଂସ୍ଥା ସହ ହାତ ମିଳାଇଛନ୍ତି । ରାଜ୍ୟର ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ଆକଳନ କରିବା ଓ ସେମାନଙ୍କ ଜୀବନଜୀବିକାକୁ ସୁରକ୍ଷିତ ରଖିବା ନିମନ୍ତେ ଆମେରିକାର ଯେଉଁ ଏନଜିଓକୁ ଓଡ଼ିଶା ସରକାର ଦାୟିତ୍ୱ ଦେଇଛନ୍ତି ସେହି ସଂସ୍ଥା ଗତବର୍ଷ ୱାଲମାର୍ଟ ଭଳି ରିଟେଲ୍ ସଂସ୍ଥାଠୁ ଆର୍ଥିକ ଅନୁଦାନ ପାଇଛି। ତା’ଛଡ଼ା ବିଲ୍ ଆଣ୍ଡ ମେଲିଣ୍ଡା ଗେଟସ୍ ଫାଉଣ୍ଡେସନ ମଧ୍ୟ ଓଡ଼ିଶାରେ ଚାଷୀଙ୍କ ଡାଟାବେସ୍ ଓ ଚାଷୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ କାମ କରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଏବେ ଚାଷୀମାନଙ୍କ ଡାଟାବେସ୍ ପ୍ରସ୍ତୁତ ଚାଲିଛି। ‘ଏଗ୍ରି ଏକ୍ସଟେନସନ’ ଆପ୍ ମାଧ୍ୟମରେ ରାଜ୍ୟର ଚାଷୀମାନଙ୍କର ତଥ୍ୟ ଓ ଦସ୍ତାବିଜକୁ ଅପଲୋଡ କରାଯାଇ ଚାଷୀଙ୍କ ଡାଟାବେସ୍ ପ୍ରସ୍ତୁତ ହେଉଛି। ଆଉ ଏପଟେ ଚାଷୀ ଉତ୍ପାଦକ ସଂଗଠନ(ଏଫପିଓ)ଗୁଡ଼ିକ ନିମନ୍ତେ ଅନୁକୂଳ ପରିବେଶ ବିକଶିତ କରିବା ଏବଂ ଚାଷୀଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ ବଜାର ସୁବିଧା ଦେବା ନିମନ୍ତେ ଓଡ଼ିଶା ସରକାର ଏବେ ବିଦେଶୀ ଏନଜିଓ ସହ ହାତ ମିଳାଇଛନ୍ତି। ଚାଷୀ ଉତ୍ପାଦକ ସଂଗଠନଗୁଡ଼ିକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ୫୫୫ କୋଟି ଟଙ୍କାର ବଜେଟ୍ ପ୍ରାବଧାନ କରିଥିବାବେଳେ ୧୦୦କୋଟି ଟଙ୍କାର କର୍ପସ ପାଣ୍ଠି ମଧ୍ୟ ସ୍ଥାପନ କରିଛନ୍ତି।

ଆମେରିକୀୟ ଏନଜିଓ ଟାନାଜେର ଓ ଆନ୍ତର୍ଜାତିକ ସଂସ୍ଥା ପାଲ୍ଲାଡିୟମ ସହ ମିଶି ଏଫପିଓଗୁଡ଼ିକୁ ଲାଭଜନକ ଓ ସ୍ଥାୟୀ କରିବା ସହ ମାର୍କେଟିଂ କମ୍ପାନୀ ବୃଦ୍ଧି ନିମନ୍ତେ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ସରକାରଙ୍କର ତିନିବର୍ଷିଆ ପ୍ରମୋସନ ଆଣ୍ଡ ଷ୍ଟାବିଲାଇଜେସନ୍ ଫାମର୍ସ ପ୍ରଡ୍ୟୁସର ଅର୍ଗାନାଇଜେସନ (ପିଏସଏଫପିଓ) ପ୍ରୋଜେକ୍ଟରେ ଏହି ବିଦେଶୀ ସଂସ୍ଥା ସହଯୋଗ କରୁଛନ୍ତି। ଆମେରିକୀୟ ସଂସ୍ଥା ଟାନାଜେରକୁ ଗତବର୍ଷ ୱାଲମାର୍ଟ ପକ୍ଷରୁ ୨.୬ମିଲିୟନ ଡଲାର ଅନୁଦାନ ମିଳିଥିବାବେଳେ ଓଡ଼ିଶାରେ ଚାଷୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି, ଚାଷୀଙ୍କ ମଧ୍ୟରେ ମୂଲଚାଲ ଦକ୍ଷତା, ବଜାର ସୁବିଧା, ମହିଳା ଚାଷୀ ସଂଖ୍ୟା ବୃଦ୍ଧି ଦିଗରେ ବିଲ୍ ଆଣ୍ଡ ମେଲିଣ୍ଡା ଗେଟସ୍ ଫାଉଣ୍ଡେସନ ସହାୟତା କରୁଛି।

ଏ ସମ୍ପର୍କରେ ସୂଚନା ଦେଇ କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ କହିଚନ୍ତି ଯେ, ରାଜ୍ୟରେ ପ୍ରାୟ ୩ଶହ ଏଫପିଓ ଏହି ପ୍ରୟାସ ଦ୍ୱାରା ଦ୍ୱାରା ଉପକୃତ ହେବେ। ଚାଷୀ ସଂଗଠନକୁ ନୂଆ ଜ୍ଞାନକୌଶଳ, ଭିତ୍ତିଭୂମି, ଜ୍ଞାନକୌଶଳ, ବଜାର ସୂଚନା ଓ ସଂଗଠନର ସଦସ୍ୟମାନଙ୍କୁ ବିଭିନ୍ନ ସେବା ମିଳିପାରିବ।
ପ୍ରାଥମିକ ପର୍ଯ୍ୟାୟରେ ଟାନାଜେର ସଂସ୍ଥା ରାଜ୍ୟର ଚାଷୀ ଉତ୍ପାଦକ ସଂଗଠନଗୁଡ଼ିକର ଆବଶ୍ୟକତାକୁ ଅନୁଧ୍ୟାନ କରିବା ସହ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ଉପାର୍ଜନ, ବଜାର ସୁବିଧା ଓ ଲିଙ୍ଗଗତ ତାରତମ୍ୟ କିଭଳି ଦୂର ହେବ ତା’ର ରିପୋର୍ଟ ଦେବ।

ଆମେରିକୀୟ ସଂସ୍ଥା ଟାନାଜେର ଦ୍ୱାରା ସର୍ଭେ ସରିବା ପରେ ପାଲ୍ଲାଡିୟମ ହିଁ ପିଏଫଓଗୁଡ଼ିକୁ ବୈଷୟିକ ଓ ରଣନୀତିକ ସହାୟତା ଯୋଗାଇ ଦେବ। ସରକାରଙ୍କ ପିଏଫଓ ନୀତି ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯିବ। ପାଲ୍ଲାଡିୟମ ସଂସ୍ଥା ପକ୍ଷରୁ ଓଡ଼ିଶାରେ ଚାଷୀ(ଏଫପିଓ ସଦସ୍ୟମାନେ)ଙ୍କୁ ସୁବ୍ୟବସ୍ଥିତ ବଜାର ସୁବିଧା ଯୋଗାଇବା ସହ ସରକାରୀ ସୁବିଧା ପ୍ରଦାନ କରାଯିବ। ରାଜ୍ୟରେ ଚାଷୀଙ୍କ ସ୍ୱାର୍ଥ ପାଇଁ ବିଜେଡି ସରକାର କାର୍ଯ୍ୟ କରୁଛି ବୋଲି ଡିଣ୍ଡିମ ପିଟୁଥିବାବେଳେ ବିଦେଶୀ ସଂସ୍ଥାକୁ ରାଜ୍ୟର ଚାଷୀଙ୍କ ଭଲମନ୍ଦ ଆକଳନ କରିବାର ଦାୟିତ୍ୱ ନ୍ୟସ୍ତ କରିବା ହିଁ

‘ଧର୍ମକୁ ଆଖିଠାର’ ଭଳି ହୋଇଛି। ନିଜ ଜମି ଓ ଚାଷ ମଧ୍ୟରେ ସୀମିତ ଥିବା ରାଜ୍ୟର ଚାଷୀର ବିଭିନ୍ନ ସୁବିଧାଅସୁବିଧା କିଭଳି ଏହି ବିଦେଶୀ ସଂସ୍ଥା ଆକଳନ କରିବ? ତା’ଛଡ଼ା ରାଜ୍ୟ ତଥା ଦେଶରେ ଏତେ ବିଶ୍ୱସନୀୟ ସଂସ୍ଥା ଚାଷୀଙ୍କ ପାଇଁ କାର୍ଯ୍ୟ କରୁଥିବାବେଳେ କେଉଁ ସ୍ୱାର୍ଥରେ ଆମେରିକୀୟ ଏନଜିଓ ହାତରେ ଓଡ଼ିଶାର ଚାଷୀଙ୍କ ଭାଗ୍ୟ ଟେକି ଦିଆଯାଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos