ହଟ୍-ମୁନ୍-ଡେ ମିସେସ୍ ଇଣ୍ଡିଆ ୱାର୍ଲଡ ୱାଇଡ଼୍‌ରେ ଓଡ଼ିଆ ଝିଅ ସୁଶ୍ରିତା

ଫ୍ୟାସନ ଦୁନିଆରେ ପୁଣିଥରେ ଓଡ଼ିଆ ଝିଅଙ୍କ କମାଲ୍। ଶ୍ରୀ ସାଇ ଏଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ଆୟୋଜିତ  ‘ହଟ୍ ମୁନ୍ ଡେ ମିସେସ୍ ଇଣ୍ଡିଆ ୱାର୍ଲଡ ୱାଇଡ୍’ ପ୍ରତିଯୋଗିତାରେ ସ୍ଥାନ ପାଇଛନ୍ତି ଓଡ଼ିଶାର ସୁଶ୍ରିତା। ଭାରତୀୟ ବିବାହିତ ମହିଳାଙ୍କୁ ନେଇ ଗତ ୭ ବର୍ଷ ଧରି ଏହି ସୁନ୍ଦରୀ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଚଳିତବର୍ଷ ଏହି ସୁନ୍ଦରୀ ପ୍ରତିଯୋଗିତାର ପ୍ରାଥମିକ ପର୍ଯ୍ୟାୟରେ ୪ ହଜାରରୁ ଉର୍ଦ୍ଧ୍ୱ ମହିଳା ଭାଗ ନେଇଥିଲେ। ତେବେ ସୁଶ୍ରିତା ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶ୍ରେଷ୍ଠ-୬୦ […]

sushreeta

sushreeta

Rakesh Mallick
  • Published: Friday, 07 July 2017
  • Updated: 07 July 2017, 04:54 PM IST

Sports

Latest News

ଫ୍ୟାସନ ଦୁନିଆରେ ପୁଣିଥରେ ଓଡ଼ିଆ ଝିଅଙ୍କ କମାଲ୍। ଶ୍ରୀ ସାଇ ଏଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ଆୟୋଜିତ  'ହଟ୍ ମୁନ୍ ଡେ ମିସେସ୍ ଇଣ୍ଡିଆ ୱାର୍ଲଡ ୱାଇଡ୍' ପ୍ରତିଯୋଗିତାରେ ସ୍ଥାନ ପାଇଛନ୍ତି ଓଡ଼ିଶାର ସୁଶ୍ରିତା। ଭାରତୀୟ ବିବାହିତ ମହିଳାଙ୍କୁ ନେଇ ଗତ ୭ ବର୍ଷ ଧରି ଏହି ସୁନ୍ଦରୀ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଚଳିତବର୍ଷ ଏହି ସୁନ୍ଦରୀ ପ୍ରତିଯୋଗିତାର ପ୍ରାଥମିକ ପର୍ଯ୍ୟାୟରେ ୪ ହଜାରରୁ ଉର୍ଦ୍ଧ୍ୱ ମହିଳା ଭାଗ ନେଇଥିଲେ। ତେବେ ସୁଶ୍ରିତା ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶ୍ରେଷ୍ଠ-୬୦ ଭିତରେ ନିଜକୁ ସାମିଲ କରିଛନ୍ତି। ଏହି ୬୦ ଜଣ ସୁନ୍ଦରୀ ମହିଳା ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ମନୋନୀତ ହୋଇଛନ୍ତି।

sushreeଆସନ୍ତା ୨୭ ତାରିଖରେ ଭିଏତନାମରେ ଏହି ୬୦ ଜଣ ମହିଳାଙ୍କର ସ୍ୱତନ୍ତ୍ର ଗ୍ରୁମିଂ କାର୍ଯ୍ୟକ୍ରମ ରହିଛି। ଚୂଡାନ୍ତ ପ୍ରତିଯୋଗିତା ଅଗଷ୍ଟ ୫ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଭୁବନେଶ୍ୱରରେ ଜନ୍ମିତ ସୁଶ୍ରିତା ସମ୍ପ୍ରତି ହାଇଦ୍ରାବାଦରେ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଛନ୍ତି। ସୁଶ୍ରୀତାଙ୍କର ଫ୍ୟାସନ ଦୁନିଆ ପ୍ରତି ପ୍ରଥମରୁ ଆଗ୍ରହ ରହିଥିଲା । ତେବେ ଏପରି ଏକ ପ୍ରତିଯୋଗିତା ତାଙ୍କୁ ଅତ୍ୟଧିକ ପ୍ରଭାବିତ କରିଥିଲା। ଜଣେ ଓଡ଼ିଆ ଭାବେ ଏଭଳି ସମ୍ମାନଜନକ ପ୍ରତିଯୋଗିତାରେ ସୁଯୋଗ ମିଳିଥିବାରୁ ଗର୍ବିତ ବୋଲି କହିଛନ୍ତି ସୁଶ୍ରୀତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos