ଏତେବଡ଼ ଆୟୋଜନ, ନିଜ ମା’କୁ ଅଣଦେଖା!

ଭୁବନେଶ୍ୱର: ମାତୃଭୂମି ମାତୃଭାଷାରେ ମମତା ଯା’ ହୃଦେ ଜନମି ନାହିଁ। ତାକୁ ଯଦି ଜ୍ଞାନୀ ଗୁଣିରେ ଗଣିବା ଅଜ୍ଞାନ ରହିବେ କାହିଁ। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ଉକ୍ତି ପ୍ରତିଟି ଓଡ଼ିଆର ହୃଦୟରେ ସ୍ଥାନ ପାଇଛି। କିନ୍ତୁ ଜ୍ଞାନୀ ଗୁଣିଙ୍କ ସମାଗମରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିବେଶ ଆଜି ପୁରି ଉଠୁଥିବାବେଳେ ସେହି ସ୍ଥାନରେ ମାତୃଭାଷା ବା ଭାଷା ଜନନୀକୁ ଅଣଦେଖା ଭାଷାପ୍ରେମୀଙ୍କୁ ଆଘାତ ଦେଇଛି। ଉତ୍ସବର ଫାଟକ ଏବଂ ମଞ୍ଚରେ ନିରୁତା ଷୋଳ ଅଣା ଇଂରାଜୀ। ଶବ୍ଦ […]

utkal-uinversity

utkal-uinversity

Subrat Kumar Nayak
  • Published: Saturday, 23 November 2019
  • Updated: 23 November 2019, 09:27 PM IST

Sports

Latest News

ଭୁବନେଶ୍ୱର: ମାତୃଭୂମି ମାତୃଭାଷାରେ ମମତା ଯା’ ହୃଦେ ଜନମି ନାହିଁ। ତାକୁ ଯଦି ଜ୍ଞାନୀ ଗୁଣିରେ ଗଣିବା ଅଜ୍ଞାନ ରହିବେ କାହିଁ। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ଉକ୍ତି ପ୍ରତିଟି ଓଡ଼ିଆର ହୃଦୟରେ ସ୍ଥାନ ପାଇଛି। କିନ୍ତୁ ଜ୍ଞାନୀ ଗୁଣିଙ୍କ ସମାଗମରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିବେଶ ଆଜି ପୁରି ଉଠୁଥିବାବେଳେ ସେହି ସ୍ଥାନରେ ମାତୃଭାଷା ବା ଭାଷା ଜନନୀକୁ ଅଣଦେଖା ଭାଷାପ୍ରେମୀଙ୍କୁ ଆଘାତ ଦେଇଛି। ଉତ୍ସବର ଫାଟକ ଏବଂ ମଞ୍ଚରେ ନିରୁତା ଷୋଳ ଅଣା ଇଂରାଜୀ। ଶବ୍ଦ ସବୁ ଯଦି ନ ପଢ଼ିବେ ଜମା ଜାଣିପାରିବେନି କେଉଁ ସ୍ଥାନର କାର୍ଯ୍ୟକ୍ରମ। ନା ଲୋଗୋ ନା ବ୍ୟାନର, କେଉଁଠାରେ ମଧ୍ୟ ଓଡ଼ିଆ ଲିପି ବା ଶବ୍ଦ ଚିହ୍ନ ବର୍ଣ୍ଣ ନାହିଁ। ଏପରି ଭାବେ ଅଣଓଡ଼ିଆ ଅବତାରରେ ସଜେଇ ହୋଇଛି ଓଡ଼ିଶାର ସବୁଠାରୁ ପୁରୁଣା ତଥା ଭାରତର ୧୭ତମ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବ। ବିଶ୍ୱବିଦ୍ୟାଳୟକୁ ୭୫ ବର୍ଷ ପୁରିଥିବାବେଳେ ଏହାକୁ ଉତ୍ସବ ଆକାରରେ ପାଳନ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ପ୍ରସ୍ତୁତି। ଚାରିଆଡ଼ ସଫା କରାଯିବା ସହ କୋଠା ସବୁ ରଙ୍ଗ କରାଯାଇଛି। କିନ୍ତୁ ଏହି ଉତ୍ସବରେ ସ୍ଥାପନ କରାଯାଇଥିବା ଫାଟକ ଓ ଅନ୍ୟ ସ୍ଥାନରେ ଇଂରାଜୀ ପ୍ରୀତିକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି।
https://www.facebook.com/DashNistha/posts/2567023570045509
ଓଡ଼ିଶାର ରାଜଧାନୀରେ ପ୍ରତିଷ୍ଠିତ ଏବଂ ଓଡ଼ିଶାର ପରିଚୟ ହୋଇଥିଲେ ହେଁ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଷୋଳ ଅଣା ଇଂରାଜୀ ଭାଷାରେ ଲେଖାଯାଇଛି। ଏପରିକି ମଞ୍ଚରେ ମଧ୍ୟ ତାହା ଦେଖିବାକୁ ମିଳିଛି। ଓଡ଼ିଆ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇବା ପରେ ସରକାର ମଧ୍ୟ ଓଡ଼ିଆ ଭାଷାରେ ଚାଲିବ ବୋଲି ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ଖୋଦ୍ ରାଜଧାନୀରେ ଏହାକୁ ଅଣଦେଖା କରାଯାଇଛି। ଆଉ ସବୁଠାରୁ ବଡ଼ କଥା ହେଉଛି ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅତିଥି ଥିଲେ।

ସୂଚନାଯୋଗ୍ୟ ଯେ, ଓଡ଼ିଆ ଭାଷା ଭିତ୍ତିରେ ହିଁ ଗଠିତ ହୋଇଥିଲା ଓଡ଼ିଶା। ଏଥିପାଇଁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଭାଷା ସଂଗ୍ରାମୀମାନେ ଏକାଠି କରିଥିଲେ। ଏପରିକି ଷଢ଼େଇକଳା ଏବଂ ଖରସୁଆଁ ଯଦିଓ ବିହାରରେ ରହିଗଲା ଓଡ଼ିଆ ଭାଷା ପାଇଁ ସେମାନେ ଆଜି ମଧ୍ୟ ଲଢ଼େଇ କରୁଛନ୍ତି। ସ୍ୱତନ୍ତ୍ର ପ୍ରଦେଶ ଗଠନ ବେଳେ ଭାଷା ପାଇଁ ଲୋକଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡ଼ିଥିଲା। ଏତେସବୁ ପରେ ମଧ୍ୟ ବିଭିନ୍ନ ସ୍ଥାନରେ ଓଡ଼ିଆକୁ ଅବହେଳା କରି ଭାଷା ଆଇନର ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ଆଣିବା ପାଇଁ ଓଡ଼ିଶା ସରକାର ଏକ ସ୍ୱତନ୍ତ୍ର ପୋର୍ଟାଲ ବ୍ୟବସ୍ଥା ମଧ୍ୟ କରିଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଉଛି ସ୍ୱତନ୍ତ୍ର ଓଡ଼ିଶା ଗଠନ ସହ ଏହି ବିଶ୍ୱବିଦ୍ୟାଳୟର ମଧ୍ୟ ଘନିଷ୍ଠ ସମ୍ପର୍କ ରହିଛି।

ତେବେ ଏତେସବୁ ଆଇନ, ବୈଠକ, ଆନ୍ଦୋଳନ ଏବଂ ସୋଶାଲ ମିଡିଆରେ ବିରୋଧ ପରେ ଉଚ୍ଚ ଶିକ୍ଷିତଙ୍କ ମହାମିଳନ କୁହାଯାଉଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସ୍ଥାନ ନ ପାଇବା କେତେ ଦୂର ଠିକ୍ ତାକୁ ନେଇ ପ୍ରଶ୍ନ ଉଠିଛି। ଇଚ୍ଛାଶକ୍ତି ନଥିଲେ କେବଳ ଯେ ନିୟମ, ଆଇନ ଏବଂ ଦଣ୍ଡ ଭାଷାକୁ ବଞ୍ଚାଇ ରଖିପାରିବ ତାହା କେମିତି କହିପାରିବା ବୋଲି ଭାଷାପ୍ରେମୀମାନେ ମତ ରଖିଛନ୍ତି। ଅତିଥି, ଅଧ୍ୟାପକ, ନୂଆ ଓ ପୁରାତନ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଅଧିକାଂଶ ଓଡ଼ିଆ ହୋଇଥିବାବେଳେ ଏହି ଇଂରାଜୀ କଳେବର କାହାକୁ ଖୁସି କରିବା ପାଇଁ ତାହା ଆଲୋଚନାର ବିଷୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story