ଟିଭି ଅଭିନେତ୍ରୀ ରାଜେଶ୍ୱରୀଙ୍କୁ କ୍ୟାନ୍‌ସର୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କୁ କ୍ୟାନସର ହୋଇଛି। ସେ ତାଙ୍କ ଫେସ୍‌ବୁକ୍ ପେଜ୍‌ରେ ଏହି ସୂଚନା ଦେଇଛନ୍ତି। ନିଜର ଦୁଇଟି ଫଟୋ ଶେୟାର କରି ସେ ଫେସ୍‌ବୁକ୍‌ରେ ଲେଖିଛନ୍ତି- “ମୁଁ ବ୍ରେନ୍ (ମସ୍ତିଷ୍କ) ଓ ଲଙ୍ଗ୍ (ଫୁସ୍‌ଫୁସ୍) କ୍ୟାନସର ସହିତ ଲଢ଼େଇ କରୁଛି। ମୁଁ ନିଶ୍ଚିତ ଯେ ଏ ଲଢ଼େଇରେ ମୁଁ ଜିତିବି।” ସେ ଆହୁରି ଲେଖିଛନ୍ତି- “ତାରା ପଟ୍ଟନାୟକ (ଏକ ଧାରାବାହିକରେ ସେ ଅଭିନୟ କରିଥିବା ଚରିତ୍ର) ଖୁବ୍‌ଶୀଘ୍ର […]

1

Jitendra Garnayak
  • Published: Tuesday, 14 May 2019
  • , Updated: 14 May 2019, 04:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କୁ କ୍ୟାନସର ହୋଇଛି। ସେ ତାଙ୍କ ଫେସ୍‌ବୁକ୍ ପେଜ୍‌ରେ ଏହି ସୂଚନା ଦେଇଛନ୍ତି।

ନିଜର ଦୁଇଟି ଫଟୋ ଶେୟାର କରି ସେ ଫେସ୍‌ବୁକ୍‌ରେ ଲେଖିଛନ୍ତି- “ମୁଁ ବ୍ରେନ୍ (ମସ୍ତିଷ୍କ) ଓ ଲଙ୍ଗ୍ (ଫୁସ୍‌ଫୁସ୍) କ୍ୟାନସର ସହିତ ଲଢ଼େଇ କରୁଛି। ମୁଁ ନିଶ୍ଚିତ ଯେ ଏ ଲଢ଼େଇରେ ମୁଁ ଜିତିବି।”


ସେ ଆହୁରି ଲେଖିଛନ୍ତି- “ତାରା ପଟ୍ଟନାୟକ (ଏକ ଧାରାବାହିକରେ ସେ ଅଭିନୟ କରିଥିବା ଚରିତ୍ର) ଖୁବ୍‌ଶୀଘ୍ର ଏକ ନୂଆ ଲୁକ୍‌ରେ ଫେରିବ। ଭଗବାନ ମୋ ସହିତ ଅଛନ୍ତି। ଆପଣମାନେ ବି ମୋତେ ଆଶୀର୍ବାଦ ଦିଅନ୍ତୁ।”

[caption id="attachment_380662" align="aligncenter" width="1089"] ଏକ ଟିଭି ଧାରାବାହିକରେ ରାଜେଶ୍ୱରୀଙ୍କର ଅଭିନୟ କରିବାର ଫଟୋଚିତ୍ର[/caption]

ରାଜେଶ୍ୱରୀ ଆଉ ଅଧିକ କିଛି ଲେଖି ନାହାନ୍ତି। ସେ କେଉଁଠି ଚିକିତ୍ସିତ ହେଉଛନ୍ତି, ତାହା ସେ ଉଲ୍ଲେଖ କରି ନାହାନ୍ତି।

ଏହି ଖବର ପାଇବା ପରେ ତାଙ୍କର ଫେସ୍‌ବୁକ୍ ଫ୍ରେଣ୍ଡ୍ ମାନେ କ୍ୟାନସର ସହିତ ଲଢ଼ିବା ପାଇଁ ତାଙ୍କ ସାହସ ବଢ଼ାଇଛନ୍ତି। ସେ ଶୀଘ୍ର ଭଲ ହୋଇଯିବେ ବୋଲି ସେମାନେ କହିଛନ୍ତି।

Related story