ବିଧାନସଭା ପୂର୍ବରୁ କରୋନା ଟେଷ୍ଟ, ୧୩୬ ପଜିଟିଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟିଂ ରିପୋର୍ଟ। ଗତକାଲି କୋଭିଡ୍‌ ଟେଷ୍ଟ କରାଯାଇଥିବା ୭୫୭ଙ୍କ ଭିତରୁ ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ ଅସିଛି। ଏଥିରେ ଦୁଇ ଜଣ ବିଧାୟକ ଅଛନ୍ତି। ଏହାଛଡ଼ା ବିଧାନସଭା କର୍ମଚାରୀ ଓ ସାମ୍ବାଦିକ ମଧ୍ୟ ଅଛନ୍ତି। କରୋନା ଚିହ୍ନଟ ହୋଇଥିବା ବିଧାୟକ, ସାମ୍ୱାଦିକ ଓ ବିଧାନସଭା କର୍ମଚାରୀମାନେ ବିଧାନସଭା ଭିତରକୁ ଯାଇପାରିବେ ନାହିଁ। ଗତକାଲି ପରି ଆଜି ମଧ୍ୟ କେତେକ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କର କରୋନା […]

Manoranjan Sial
  • Published: Sunday, 27 September 2020
  • Updated: 27 September 2020, 05:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟିଂ ରିପୋର୍ଟ। ଗତକାଲି କୋଭିଡ୍‌ ଟେଷ୍ଟ କରାଯାଇଥିବା ୭୫୭ଙ୍କ ଭିତରୁ ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ ଅସିଛି। ଏଥିରେ ଦୁଇ ଜଣ ବିଧାୟକ ଅଛନ୍ତି। ଏହାଛଡ଼ା ବିଧାନସଭା କର୍ମଚାରୀ ଓ ସାମ୍ବାଦିକ ମଧ୍ୟ ଅଛନ୍ତି। କରୋନା ଚିହ୍ନଟ ହୋଇଥିବା ବିଧାୟକ, ସାମ୍ୱାଦିକ ଓ ବିଧାନସଭା କର୍ମଚାରୀମାନେ ବିଧାନସଭା ଭିତରକୁ ଯାଇପାରିବେ ନାହିଁ। ଗତକାଲି ପରି ଆଜି ମଧ୍ୟ କେତେକ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କର କରୋନା ଟେଷ୍ଟ କରାଯାଇଛି। ଏହାର ରିପୋର୍ଟ ପରବର୍ତ୍ତୀ ସମୟରେ ଆସିବ।

ବିଧାନସଭା ମୌସୁମୀ ଅଧିବେଶନ ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ। କରୋନା ନେଗେଟିଭ୍‌ ଥିବା ବିଧାୟକମାନେ ବିଧାନସଭାକୁ ଯାଇପାରିବେ ବୋଲି ପୂର୍ବରୁ ବାଚସ୍ପତି ଘୋଷଣା କରିଥିଲେ। ଏହାଛଡ଼ା ଯେଉଁ ବିଧାୟକମାନେ ଗୃହକୁ ଆସିବାକୁ ଚାହୁଁ ନାହାନ୍ତି, ତାହାହେଲେ ସେମାନେ ଆଗୁଆ ଜଣାଇଲେ ସେମାନଙ୍କ ପାଇଁ ଜିଲ୍ଲାପାଳଙ୍କ ଭିଡିଓ କନ୍‌ଫରେନ୍ସ ହଲ୍‌ରେ ବ୍ୟବସ୍ଥା କରାଯିବ ବୋଲି ପୂର୍ବରୁ ବାଚସ୍ପତି ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos